Odisha news

ଶିଶୁ ବିଶେଷଜ୍ଞ ଙ୍କ ମତରେ ଛୋଟ ପିଲା ମାନଙ୍କ ମଧ୍ୟରେ ମେଣ୍ଟାଲ ଷ୍ଟ୍ରେଶ ର କାରଣ ହୋଇଥାଏ ଏହିସବୁ ଜିନିଷ

0
ଶିଶୁ ମାନଙ୍କ ମନ ଖୁବ୍ କୋମଳ ଅଟେ । ଛୋଟ ଛୋଟ କଥାରେ ସେମାନେ ଆଘାତ ପାଇ ଭାଙ୍ଗି ପଡ଼ି ଥାଆନ୍ତି । ତେଣୁ ଏଥିପ୍ରତି ଅଭିଭାବକ ମାନେ ବିଶେଷ ସତର୍କ ରହିବା ଉଚିତ୍ । ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ରେ ପିତାମାତା ନିଜ ସନ୍ତାନ ମାନଙ୍କୁ ଠିକ୍ ଭାବରେ ସମୟ ଦେଇ ପାରୁ ନାହାନ୍ତି । ଯେଉଁ କାରଣରୁ ପିଲା ମାନଙ୍କ ଜୀବନ ରେ ବିକାଶ ରେ ବାଧାପ୍ରାପ୍ତ ହେଉଛି । ଏହାଦ୍ବାରା ମଧ୍ୟ ପିଲାମାନଙ୍କ ମଧ୍ୟରେ ଚିଡି ଚିଡ଼ା ସ୍ଵଭାବ , କ୍ରୋଧ ର କାରଣ , ସାଙ୍ଗ ସାଥି ଙ୍କ ଠାରୁ ଦୂରେଇ ରହିବା ଓ କୌଣସି କାର୍ଯ୍ୟରେ ଧ୍ୟାନ ନଦେବା ଇତ୍ୟାଦି ଦିନ କୁ ଦିନ ଅଧିକ ବୃଦ୍ଧି ପାଉଛି । ଏହା କୁ ନେଇ ଗବେଷକ ମାନେ ମତ ଦେଉଛନ୍ତି ଯେ ଏହା ପିଲାଙ୍କ ମଧ୍ୟରେ ମେଣ୍ଟାଲଷ୍ଟ୍ରେଷ ର କାରଣ ଅଟେ ।
ଶିଶୁ ବିଶେଷଜ୍ଞ ମତରେ ପୂର୍ବ ଅପେକ୍ଷା ଆଜିକାଲି ଛୋଟ ପିଲାଙ୍କ ନିକଟରେ
ମେଣ୍ଟାଲଷ୍ଟ୍ରେଷ ର ସମ୍ମୁଖୀନ ହେଉଥିବା ଅଧିକ ଦେଖିବାକୁ ମିଳୁଛି । ବିଶେଷଜ୍ଞ ଙ୍କ ମତରେ ଗୋଟିଏ ମାତାପିତା ହିଁ ନିଜ ସନ୍ତାନ ମଧ୍ୟରେ
ମେଣ୍ଟାଲଷ୍ଟ୍ରେଷ ର ମୁଖ୍ୟ କାରଣ କଣ ଭଲରେ ଜାଣି ପାରନ୍ତି ।
ଏହିସବୁ କାରଣ କୁ ଧ୍ୟାନ ଦେବା ଜରୁରୀ :
-: ପ୍ରଥମେ ମାବାପା ଏହାର କାରଣ ଖୋଜିବା ଆବଶ୍ୟକ ଯେ କେଉଁ କାରଣରୁ ତାଙ୍କ ମେଣ୍ଟାଲଷ୍ଟ୍ରେଷ ଦେଇ ଗତି କରୁଛି । ଆପଣ କାରଣ ଜାଣିଲା ପରେ ନିଜ ସନ୍ତାନ ର ମେଣ୍ଟାଲଷ୍ଟ୍ରେଷ ଦୂର କରିବାରେ ସାହାଯ୍ୟ କରିବ ।
-: ଶିଶୁ ବିଶେଷଜ୍ଞ ଙ୍କ ମତରେ ପିଲାମାନେ ଯେତେବେଳେ ଆବଶ୍ୟକତା ଠାରୁ ଅଧିକ ଜିଦିଆ ଓ ରାଗି ହୋଇ ଯାଆନ୍ତି ସେତେବେଳେ ପିଲା ମାନଙ୍କ ମଧ୍ୟରେ ମେଣ୍ଟାଲଷ୍ଟ୍ରେଷ ବଢିବାର ଲକ୍ଷଣ ଅଟେ । ଏହି ସମୟରେ ଆପଣ ନିଜ ସନ୍ତାନ ସହିତ ବନ୍ଧୁ ଭଳି ବ୍ୟବହାର କରିବା ଆବଶ୍ୟକ । ଯାହାଦ୍ଵାରା ସେମାନେ ନିଜ ମନର ଭାବ କୁ ସହଜ ରେ ବ୍ୟକ୍ତ କରି ପାରିବେ ।
-: ୭ – ୧୫ ବର୍ଷ ମଧ୍ୟରେ କିଛି ପିଲାଙ୍କୁ ନେଇ ହୋଇଥିବା ଗୋଟିଏ ରିସର୍ଚ୍ଚ ରେ ଦେଖିବାକୁ ମିଳିଥିଲା ଯେ ଯେଉଁ ପିଲାମାନେ ନିଜ ମନର ଭାବନା କୁ ପ୍ରକାଶ କରି ପାରୁ ନାହାନ୍ତି ସେମାନେ ରାଗି ଯାଉଛନ୍ତି ଏବଂ ଏହି ସମୟରେ ସେମାନଙ୍କ ଶରୀର ରେ ଶୁଗର ସ୍ତର କମିବାକୁ ଲାଗୁଛି । ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ଓ ଏହି ସମୟରେ ପିଲାଙ୍କୁ ପୋଷଣ ଯୁକ୍ତ ଆହାର ଖାଇବାକୁ ଦେବା ଜରୁରୀ ।
-: ଆଜିକାଲି ର ସୋସିଆଲ ମିଡିଆ ପିଲାଙ୍କ ମାନସିକ ଚାପ ର କାରଣ ମଧ୍ୟ ରୁ ଗୋଟିଏ । ଏହାଛଡା ପ୍ରତ୍ୟେକ ମାତା ପିତା ନିଜ ପିଲାର ଏହି କାର୍ଯ୍ୟକୁ ନଜର ରଖିବା ଉଚିତ୍ । ତେଣୁ ବିଶେଷଜ୍ଞ ଙ୍କ ମତରେ ଅଭିଭାବକ ପିଲା କୁ ସୋସିଆଲ ମିଡିଆ ଓ ଇଣ୍ଟରନେଟ୍ ଠାରୁ ଦୂରେଇ ରଖିବା ଉଚିତ୍ ।
-:ପ୍ରତ୍ୟେକ ଶିଶୁ ସ୍ଵତନ୍ତ୍ର । ତେଣୁ ପ୍ରତ୍ୟେକ ପିତା ମାତା ଏହାକୁ ଦୃଷ୍ଟିରେ ରଖି ନିଜ ସନ୍ତାନ କୁ ସ୍ନେହ , ଆଦର ର ସହିତ ଜୀବନ ର ମହତ୍ତ୍ଵ ଓ ମୂଲ୍ୟକୁ ବୁଝାଇବା ଆବଶ୍ୟକ ।
Leave A Reply