Odisha news

ଶିଶୁ ଦିବସରେ ଶିଶୁ ମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0

ଭୁବନେଶ୍ୱର- ତା.୧୪.୧୧.୨୦୨୩- ଶିଶୁ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ କମିଶନରେଟଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ -୨ସ୍ଥିତ ସରକାରୀ କ୍ୟାପିଟାଲ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ ନାବାଳିକା ମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଦାନ କରାଯାଇଛି । ଏହାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ ଶ୍ରୀ ନିଶିଥ ନିଶାଙ୍କ ଓ ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦଘାଟନ କରିବା ସହ ନାବାଳିକା ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପ୍ରଶିକ୍ଷଣ ପ୍ରଦାନ ଦ୍ୱାରା ନିଜ ଜୀବନରେ କୌଣସି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ କରିବା ସହ ଶାରୀରିକ ନିର୍ଯ୍ୟାତନାକୁ ପ୍ରତିରୋଧ କରିବାରେ ସେମାନେ ସଫଳ ହେବେ ।

ଶିଶୁ ମାନଙ୍କ ସର୍ବାଙ୍ଗୀନ ଉନ୍ନତି , ସ୍ୱାସ୍ଥ୍ୟ, ଶିକ୍ଷା ଓ ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ସାମଗ୍ରିକ ଉଦ୍ୟମ ଲୋଡ଼ା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ଶିବିରରେ ଟ୍ରେନର ଭାବେ ଅନୁପମା ସ୍ୱାଇଁ ଏବଂ ଚିନ୍ମୟୀ ଭୂୟାଁ ପିଲା ମାନଙ୍କୁ ଆତ୍ମରକ୍ଷା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।

ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୌଦାମିନୀ ସିଂ, ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ୱନାଥ ତରାଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଵାଣିଶ୍ରୀ ପଟ୍ଟନାୟକ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Govt
Leave A Reply