କରୋନା ମହାମାରୀ ସମୟ ରେ ଜନ୍ମିତ ଶିଶୁ ମାନଙ୍କର ଠିକ ରେ ମାନସିକ ବିକାଶ ହୋଇପାରୁ ନାହିଁ , କଣ ରହିଛି ଏହା ପଛର କାରଣ : ରିସର୍ଚ୍ଚ
– ଏହି ଗବେଷଣା ଅନୁସାରେ କରୋନା ସମୟ ରେ ଜନ୍ମିତ ପିଲା ମାନେ ବର୍ତମାନ ନୂଆ ନୂଆ ସ୍କୁଲ ଯାଉଛନ୍ତି l ଶିକ୍ଷକ ଙ୍କ ମତ ଅନୁସାରେ ଏହି ପିଲା ମାନେ ସାଧାରଣ ପିଲାଙ୍କ ତୁଳନାରେ ନିଜ କାର୍ଯ୍ୟ ଦକ୍ଷତା ଦେଖାଇବାରେ ଖୁବ ଧୀର ଅଟନ୍ତି l ଏବଂ ସେମାନଙ୍କ ଶାରୀରିକ ବିକାଶ ସହିତ ମାନସିକ ବିକାଶ ମଧ୍ୟ ଧୀର ଗତିରେ ହେଉଛି l
– ଏହି ଶିଶୁମାନେ ଯେତେବେଳେ ଶିକ୍ଷକଙ୍କ ନିକଟରେ ପଢୁଛନ୍ତି ଠିକ ଭାବରେ ପେନସିଲ ଧରିବା ମଧ୍ୟ ଏମାନଙ୍କ ପାଇଁ ସମ୍ଭବପର ହେଉ ନାହିଁ l ଆମେରିକାର ପୋର୍ଟ ଲ୍ୟାଣ୍ଡ ସ୍ଥିତ ଓରେଗନ ହେଲ୍ଥ ଏଣ୍ଡ ସାଇନ୍ସ ଇନସ୍ଟିଚ୍ୟୁଟ ଦ୍ୱାରା କିଛିଟା ସ୍କୁଲ କୁ ନେଇ ଅଧ୍ୟୟନ କରାଯାଇ ଥିଲା, ଯେଉଁଥିରେ ଦେଖିବାକୁ ଶିଶୁ ମାନଙ୍କ ପିତାମାତା ଙ୍କ ସହିତ ସାକ୍ଷାତକାର କରିବାରୁ ଜଣା ପଡିଥିଲା କି ଏହି ପିଲାମାନେ ଗର୍ଭ ରେ ଥିବା ସମୟ ରେ ମା ମାନେ କରୋନା ରେ ପ୍ରଭାବିତ ହୋଇଥିଲେ, ନଚେତ ଆଉ କେହି ଶିଶୁ ସ୍ତନ୍ୟ ପାନ କରୁଥିବା ସମୟ ରେ ମା ମାନେ କରୋନା ରେ ପ୍ରଭାବିତ ହୋଇଥିଲେ l
– ଏହି ଗବେଷଣା ଅନୁସାରେ କରୋନା ମହାମାରୀ ଛୋଟ ପିଲାଙ୍କ ବିକାଶ ରେ ଖୁବ ବାଧା ସୃଷ୍ଟି କରିଛି l ICMR ର ଅନ୍ୟ ଗୋଟିଏ ଅଧ୍ୟୟନ ଅନୁସାରେ କୋଭିଡ ମହାମାରୀ ସମୟ ରେ ଜନ୍ମିତ ଶିଶୁ ମାନଙ୍କର ବିକାଶ ରେ ଖୁବ ଶୀଥିଳତା ଦେଖିବାକୁ ମିଳିଥିଲା l କୋଭିଡ ଭୁତାଣୁ ସିଧାସଳଖ ଭାବରେ ଶିଶୁ ମାନଙ୍କର ମାନସିକ ବିକାଶ କୁ ବାଧା ସୃଷ୍ଟି କରିଛି l ଆଉ ଯେଉଁ ପିଲାମାନେ ଟିକେ ବଡ଼ ଥିଲେ ସେମାନଙ୍କୁ କରୋନା ସମୟ ରେ ଘରେ ବନ୍ଦ କରି ରଖିବା ଦ୍ୱାରା ଗଣିତ ରେ ସେମାନେ ପଛୁଆ ହୋଇ ଯାଇଛନ୍ତି l
– ପିଲା ମାନଙ୍କର ମାନସିକ ବିକାଶ ନହେବାର ଆଉ ଗୋଟିଏ କାରଣ ମଧ୍ୟ ଦର୍ଶା ଯାଇଛି l କୋଭିଡ ସମୟ ରେ ପିତାମାତା ମାନସିକ ଉତ୍ତେଜନା ଓ ଅବସାଦ ମଧ୍ୟରେ ରହୁଥଲେ , ଲୋକଙ୍କ ମଧ୍ୟରେ ସୋସିଆଲ ଡିଷ୍ଟାନସିଂ ର ପାଳନ କରାଯାଉ ଥିଲା , ଏହି ସମୟ ରେ ଘରେ ଦିନରାତି ପିଲାମାନେ ବନ୍ଦ ହୋଇ ରହୁଥିବା କାରଣରୁ ସ୍କ୍ରୀନ ଟାଇମ ଖୁବ ଅଧିକ ମାତ୍ରାରେ ବଢି ଯାଇଥିଲା l ଯେଉଁ ସମୟରେ ପିଲା ମାନଙ୍କ ମସ୍ତିଷ୍କ ର ବିକାଶ ହେବା କଥା ସେହି ସମୟ ରେ ପିଲାମାନେ ଘର ମଧ୍ୟରେ ଫୋନ ରେ ବ୍ୟସ୍ତ ରହୁଥିବା କାରଣରୁ ମାନସିକ ବିକାଶ ରେ ବାଧା ସୃଷ୍ଟି ହୋଇଛି l