Odisha news

ଏହିସବୁ ଭୁଲ କାରଣରୁ ପିଲାମାନେ ହୋଇ ଥାଆନ୍ତି ଜିଦିଆ ସ୍ୱଭାବର, ପିଲାଟି ବେଳୁ ଏହିସବୁ ଅଭ୍ୟାସ ପ୍ରତି ଧ୍ୟାନ ଦେବା ଜରୁରୀ

0

ଗୋଟିଏ ଶିଶୁଟିଏ ଜନ୍ମ ନେବା ପରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଦାୟିତ୍ୱ ରହିବା ଆବଶ୍ୟକ ଯେ ସେ କିପରି ଠିକ ଭାବରେ ପାଳିତ ହେବ l  ପିଲାଟି ବେଳରୁ ପିତାମାତା ଗୋଟିଏ ସନ୍ତାନ କୁ ଉଚିତ ଶିକ୍ଷା ଓ ସଂସ୍କାର ଦେଇ ପାଳନ କରିବା ଆବଶ୍ୟକ , ଯାହା ତାକୁ ଭବିଷ୍ୟତ ରେ ଗୋଟିଏ ଭଲ ମଣିଷ ଭାବରେ ଗଢି ତୋଳିବ l କିନ୍ତୁ ଆମ ଦ୍ୱାରା କିଛିଟା ଭୁଲ ଓ ବେଳେବେଳେ ପିଲାମାନଙ୍କ  ଦ୍ୱାରା କିଛିଟା ଭୁଲ କୁ ଆମେ ଅଣଦେଖା କରିବା ଦ୍ୱାରା ପିଲାମାନେ ବିପଥଗାମୀ ହୋଇଥାଆନ୍ତି ଶିଶୁ ବିଶେଷଜ୍ଞ ମାନେ ମତ ରଖିଛନ୍ତି l

କିଛିଟା ଛୁଆ ପିଲାଟି ଦିନରୁ ଖୁବ ଯିଦିଆ ସ୍ୱଭାବର ହୋଇ ଥାଆନ୍ତି, ଯାହାକି ତାଙ୍କର ଭବିଷ୍ୟତ ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ l  ଏହି ଜିଦି ତାଙ୍କୁ ଠିକ ଭୁଲ ବିଷୟରେ ଭାବିବାର ମାନବିକତା ମଧ୍ୟ ଦେଇନଥାଏ l

– କିଛିଟା ପିଲା ଛୋଟଟି ବେଳରୁ ଯିଦିଆ ସ୍ୱଭାବର ହୋଇ ଥାନ୍ତି ଓ ଯେତେବେଳେ ମା ବାପା ସେମାନଙ୍କର ପ୍ରତ୍ୟେକ ଜିଦିକୁ ପୁରା କରିବାକୁ ଲାଗି ଥାଆନ୍ତି l  କିନ୍ତୁ ପିଲା ମାନଙ୍କର ଏହା ଗୋଟିଏ ଅଭ୍ୟାସ ରେ ପରିଣତ ହୋଇଯାଏ l ତେଣୁ ସମୟ ଥାଉ ଥାଉ ପିଲାମାନଙ୍କ ବ୍ୟବହାର କୁ ବୁଝିନେବା ଆବଶ୍ୟକ ଓ ସୁଧରିନେବା ଜରୁରୀ l

– ପିଲାମାନଙ୍କୁ ସ୍ନେହ କରିବା ଖୁବ ଭଲ କିନ୍ତୁ ସେମାନଙ୍କ ପ୍ରତ୍ୟେକ ଜିଦି କୁ ପୁରା କରିବା ଠିକ ନୁହେଁ l  ଯାହା ତାଙ୍କର ଗୋଟିଏ ପ୍ରକାର ଅଭ୍ୟାସ ରେ ପରିଣତ ହୋଇଯିବ l  ଏହାପରେ ପିଲାମାନେ ଭାବିନେବେ ଯେ ସାମାନ୍ୟ ମାତ୍ର ଜିଦି ଦ୍ୱାରା ଖୁବ ସହଜରେ ସମସ୍ତ ଜିନିଷ ମିଳି ଯାଉଛି ଓ ସେମାନେ ଜିଦି କରି ସବୁକିଛି ହାସଲ କରିବାକୁ ଲାଗିବେ l

– ପିଲାମାନଙ୍କୁ ନିର୍ଦ୍ଧିଷ୍ଟ ଅନୁଶାସନ ରେ ରଖିବା ଖୁବ ଜରୁରୀ ଅଟେ l  ସର୍ବଦା ପିଲାମାନଙ୍କୁ ଶିକ୍ଷାଦେବା ଜରୁରୀ ଯେ ସେମାନଙ୍କୁ ଗୁରୁଜନ ମାନଙ୍କର ସମମମନ କରିବା ନିହାତି ଜରୁରୀ l  ଏବଂ ସେମାନଙ୍କୁ ଗୁରୁଜନ ଶ୍ରେଣୀର ଲୋକେ ଯେପରିକି ଜେଜେ ଜେଜେମା ଦାଦା ଖୁଡି ଙ୍କ ଭଳି ପରିବାର ସଦସ୍ୟଙ୍କ ପ୍ରତି ମଧ୍ୟ ସମ୍ବେଦନଶୀଳ ରହିବ ଶିଖନ୍ତୁ l  ଏହାଦ୍ୱାରା ଆପଣଙ୍କ ପିଲାର ମାନବିକ ମୂଲ୍ୟବୋଧ ର ବୃଦ୍ଧି ହେବ l

– ଆଜିକାଲି ପ୍ରାୟ ଉଭୟ ମାତାପିତା କର୍ମଜୀବି ଅଟନ୍ତି l  ଯେଉଁ କାରଣରୁ ନିଜ ସନ୍ତାନ ପ୍ରତି ସମୟ ବାହାର କରିବା ସମ୍ଭବ ହୋଇ ପାରୁନାହିଁ l  ଯେଉଁ କାରଣରୁ ଛୁଆ ଟି ଏକୁଟିଆ ରହି ରହି ଯିଦିଆ ସ୍ୱଭାବର ହୋଇ ଯାଇଥାଏ l  ତେଣୁ ନିଜ ସନ୍ତାନ କୁ ସମୟ ଦେବାକୁ ଚେଷ୍ଟା କରନ୍ତୁ l ଯାହାଦ୍ୱାରା ଆପଣ ତାର ନିକଟତର ହୋଇ ଅନେକ ସ୍ଵଭାଵ ବିଷୟରେ ଠିକ ଭାବରେ ଜାଣିପାରିବେ l

– ଆମେ ଅନେକ ସମୟରେ ପିଲାଙ୍କୁ ଛୋଟ ଭାବି କୌଣସି ଦାୟିତ୍ୱ ଦେବାକୁ ଇଛା କରି ନଥାଉ l  କିନ୍ତୁ ଆପଣଙ୍କର ଏହି ସ୍ଵଭାଵ ପିଲାକୁ ଦାୟିତ୍ବହୀନ କରିପାରେ ସେହି କଥା ଆପଣ ଜାଣି ରଖିବା ନିହାତି ଆବଶ୍ୟକ l

– ଅନେକ ସମୟରେ ପିତାମାତା ପିଲା ଯଦି ରୁଷି ଯାଇଥାଏ ତେବେ ତାକୁ କୌଣସି ଗିଫ୍ଟ ଦେଇ ବୁଝାଇବାକୁ ଚେଷ୍ଟା କରନ୍ତି , ଯୋଉଟାକି ସମ୍ପୂର୍ଣ ଭୁଲ ଅଟେ l  ଏହାଦ୍ୱାରା ପିଲାଟିର ଏହା ଗୋଟିଏ ଅଭ୍ୟାସ ରେ ପରିଣତ ହୋଇଯାଏ l ସେ ବାରମ୍ବାର ପ୍ରତ୍ୟେକ କଥାରେ ରୂଷିବା ଆରମ୍ଭ କରିଥାଏ l

– ନିଜ ପିଲାକୁ ଠିକ ଓ ଭୁଲ କାର୍ଯ୍ୟ ଭିତରେ ରହିଥିବା ଫରକ ଶିଖାଇବା ନିହାତି ଜରୁରୀ l  ଯଦି ସେଭଳି କିଛି ଭୁଲକରୁଛନ୍ତି ତେବେ ତାହାକୁ ଇଗ୍ନୋର କରିବା ପରିବର୍ତେ ସୁଧାରିବା ଜରୁରୀ ଅଟେ l  ଏହାଛଡା ନିଜ ପିଲା ପ୍ରତି ସବୁବେଏ ସହାନୁଭୂତି ରଖନ୍ତୁ ଯେଭଳି ସେକଡପି ଆପଣଙ୍କୁ ତାର ଶତ୍ରୁ ନଭାବି ବସୁ l

Leave A Reply