Odisha news

‘ ପଠାନ ‘ ଚଳଚିତ୍ର ବିବାଦ ମଧ୍ୟରେ ଆସିଲା ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ବୟାନ , ଯାହାକୁ ସ୍ୱାଗତ କଲେ ଅଶୋକ ପଣ୍ଡିତ

0

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ବିଜେପି କାର୍ଯ୍ୟକର୍ତା ମାନଙ୍କୁ ଚଳଚିତ୍ର କୁ ନେଇ ଅନାବଶ୍ୟକ ଟିପ୍ପଣୀ ଦେବାପାଇଁ ବାରଣ କରିଥିଲେ l  ଅନ୍ୟ ପକ୍ଷରେ ଭାରତୀୟ ଚଳଚିତ୍ର ଓ ଟେଲିଭିଜନ ନିର୍ଦେଶକ ସଂଘ (IFTDA) ର ଅଧକ୍ଷ ଓ ଫିଲ୍ମ ମେକର ଅଶୋକ ପଣ୍ଡିତ ‘ପଠାନ ‘ଚଳଚିତ୍ର ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ଙ୍କ ବୟାନ କୁ ସ୍ୱାଗତ କରିଥିଲେ l  ସେ କହିଥିଲେ ପିଏମ ମୋଦି ଙ୍କର ଏହା ନିଜ ଦଳର ସଦସ୍ୟଙ୍କ ପାଇଁ ଚେତାବନୀ ଓ ଚଳଚିତ୍ର ଜଗତ ପାଇଁ ଗୋଟିଏ ବଡ଼ ବୁଷ୍ଟ ଅଟେ l

ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ବୟାନ ଶାହରୁଖ ଖାନ ଓ ଦୀପିକା ପାଦୁକନ ଙ୍କ ଆସୁଥିବା ଚଳଚିତ୍ର ‘ପଠାନ’ ଚଳଚିତ୍ର କୁ ବଏକଟ କୁ ନେଇ ଆକ୍ଷେପ ସମୟରେ ସାମ୍ନା କୁ ଆସିଛି l  ଵିଶିଷ କଥାଟି ହେଲା ବିଜେପି ର ରାମ କଦମ ଓ ନରୋତ୍ତମ ମିଶ୍ର ଙ୍କ ଭଳି ଅନେକ ନେତା ଚଳଚିତ୍ର ମେକର୍ସ ମାନଙ୍କର ସମାଲୋଚନା କରିଥିଲେ ଓ ଏହି ଚଳଚିତ୍ର ର ସଂଗୀତ ବେସାରଂ ରଙ୍ଗ ରେ ଦୀପିକା ପିନ୍ଧିଥିବା ସନ୍ୟାସୀ ମାନଙ୍କ ପୋଷାକ ରଙ୍ଗର ସ୍ୱଇମିଙ୍ଗ ସୁଟ କୁ ଅନେକ ଆଲୋଚନା ହୋଇଥିଲା l

ଇଣ୍ଡିଆନ ଏକ୍ସପ୍ରେସ କୁ ଦେଇଥିବା ଗୋଟିଏ ସାକ୍ଷାତକାର ରେ ଇଣ୍ଡିଆନ ଫିଲ୍ମ ଏଣ୍ଡ ଟେଲିଭିଜନ ଡାଇରେକ୍ଟରସ ଆସୋସିଏସନ ର ଅଧ୍ୟକ୍ଷ ଅଶୋକ ପଣ୍ଡିତ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଙ୍କ ଟିପ୍ପଣୀ ଚଳଚିତ୍ର ଉଦ୍ୟୋଗ ପାଇଁ ଆତ୍ମବିଶ୍ୱାସ ବଢାଇଛି , ଏହା  ସହିତ ଗଣମାଧ୍ୟମ ପ୍ରତିନିଧି ଅତି ରଂଜିତ କରି ସମ୍ପ୍ରସାରଣ କରିବା ଉପରେ ମଧ୍ୟ ଗୋଟିଏ ପ୍ରକାରର ରୋକ ଲଗାଇବାରେ ସକ୍ଷମ ହୋଇଛି l   ପଠାନ ଚଳଚିତ୍ର ୨୫ ଜାନୁଆରୀ ରେ ରିଲିଜ ହେବାକୁ ଯାଉଛି l

Leave A Reply