ବରହମପୁର : ପୁଣି ଏକ ହୃଦୟ ବିଦାରକ ଦୃଶ୍ୟ । ସ୍ତାନୀୟ ଜିଲ୍ଲା ଜଜ ବଙ୍ଗଳା ନିକଟ DFO ଙ୍କ ବାସଭବନ ସମ୍ମୁଖର ଏହି ଘଟଣା । ଏକ ଜରି ବେଗ ରେ କୌଣସି ଜଣେ ହୃଦୟ ନଥିବା ବ୍ୟକ୍ତି ଦୁଇଟି ନବ ଜନ୍ମିତ ଶିଶୁଙ୍କୁ ଆଣି ଫୋପାଡ଼ି ଦେଇଛି । ଉକ୍ତ ବେଗ ରୁ କୁକୁର ମୃତ ଶିଶୁକୁ ବାହାର କରି ଅତି ଦୟନୀୟ ଭାବେ ଖାଉଛି । ଠିକ ଏହିପରି ଏକ ଘଟଣା ବଡ଼ ମେଡିକାଲ ପରିସରରେ ଏକ ମାସ ପୂର୍ବେ ଘଟିଥିଲା । ଏକ ମୃତ ଜନ୍ମିତ ଶିଶୁକୁ କୁକୁର ପାଟିରେ ଧରି ମେଡିକାଲ ସାରା ବୁଲୁଥିଲା । ଉକ୍ତ ଘଟଣାର ତଦନ୍ତ କେବଳ ନିର୍ଦେଶରେ ରହିଗଲା ।