Odisha news

କଟକ ବଡ଼ଡାକ୍ତରଖାନାରେ ଏକକାଳୀନ ୪ ଶିଶୁ ଜନ୍ମ : ଶିଶୁଙ୍କ ମଧ୍ୟରୁ ଦୁଇ ମୃତ

କଟକ: କଟକ ବଡ଼ ଡାକ୍ତରଖାନାରେ ଜଣେ ଗର୍ଭବତୀ ମହିଳା ଏକକାଳୀନ ଜନ୍ମ କରିଥିବା ୪ଟି ଶିଶୁଙ୍କ ମଧ୍ୟରୁ ଦୁଇ ଜଣ ଆଜି ଶିଶୁ ଭବନରେ ଆଖି ବୁଜିଛନ୍ତି। ଶିଶୁଭବନର ଏସଏନସିୟୁରେ ଶନିବାର ରାତିରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ଆଜି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଶିଶୁ ରୋଗ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଡାକ୍ତରୀ ଟିମ୍ ଏହି ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଥିବା ଶିଶୁଭବନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଭଞ୍ଜନଗର ଡିହପଡ଼ାର ବୀରେନ୍ଦ୍ର ନାୟକଙ୍କ ପତ୍ନ ଛବିତାଙ୍କୁ ଗଲା ବୁଧବାର କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ଶନିବାର ସେ ୪ଟି ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ନବଜାତ ଶିଶୁ ପରିପକ୍ବ ନଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଶନିବାର ରାତିରେ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା।

Comments are closed.