Odisha news

ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ଜରିମାନା ଆଦାୟ,ବିବାହ ପାଇଁ ଥିବା କଟକଣା ନ ମାନିଲେ ୧୦ ହଜାର ଟଙ୍କା ଜରିମାନା

0

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ହାର ସାରା ଦେଶରେ ସବୁଠାରୁ କମ୍‍ ରହିଛି। କରେନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରହିବ। ତେବେ ଳୋକଙ୍କ ଜୀବନ ରକ୍ଷା କରିବା ଆମର ମୂଳ ଲକ୍ଷ୍ୟ। ରାଜ୍ୟରେ କିପରି ରହିବ ଅନଲକ୍‍-୩। କି ପ୍ରକାର କଟକଣା ଲାଗୁହେବ ସେ ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହା କହିଛନ୍ତି। ମାତ୍ର ୧୦% ଲୋକ କଟକଣା ମାନୁ ନାହାନ୍ତି।

ଏଣିକି ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ବିବାହ ପାଇଁ ଥିବା କଟକଣା ନ ମାନିଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଅନଲକ୍‍-୩ ପାଇଁ ଲାଗୁ ହେବାକୁଥିବା ବିିଭିନ୍ନ କଟକଣା ସଂପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।

Leave A Reply