Odisha news

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ କାର୍ଯ୍ୟକ୍ଷମ କରାଇବାରେ ରାଜ୍ୟସରକାର ବିଫଳ : ବିଜେପି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି

0

 ଓଡିଶାରେ କୋଭିଡ ପରିଚାଳନା ନୈରାଶ୍ୟଜନକ
 ରାସ୍ତା ପାଶ୍ୱର୍ ଉଠା ଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର) ଚିହ୍ନଟ ପକ୍ରିୟା କେବେ କରାଯାଇଥିଲା ? ଏହାର କଟ ଅଫ ତାରିଖ କେବେ ?
 ରାଜ୍ୟ ସରକାରଙ୍କ କୈାଣସି ୱେବ୍ସାଇଟ୍ରେ ରାସ୍ତା ପାଶ୍ୱର୍ ଉଠା ଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କ ତାଲିକା କାହିଁକି ପ୍ରକାଶ କରାଯାଇନାହିଁ ?
 ରାଜ୍ୟରେ ଥିବା ୫ଟି ମହାନଗର ନିଗମ, ୪୮ଟି ମୁ୍ୟନିସିପାଲଟି ଓ ୬୧ଟି ଏନ୍ଏସି ଗୁଡିକରେ ରାସ୍ତା ପାଶ୍ୱର୍ ଉଠାଦୋକନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କ ତାଲିକା କାହିଁକି ସାର୍ବଜନୀନ କରାଯାଇ ନାହିଁ ?
 ଶାସକ ବିଜେଡି ମୁଖପାତ୍ରଙ୍କ ଲିଖିତ ବୟାନ ଆମକୁ ଆଶ୍ଚଯ୍ୟ କରିଛି ଏବଂ ୪୫,୬୦୦ଟି ରାସ୍ତା ପାଶ୍ୱର୍ ଉଠା ଦୋକାନୀମାନଙ୍କର ତାଲିକା ସରକାର କେଉଁଠୁ ଆଣିଲେ ?
 ରାସ୍ତା ପାଶ୍ୱର୍ ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର) ଚିହ୍ନଟ ତାଲିକା ଭୃଲ ଅଛି କହି ତାଙ୍କୁ ପୁଣି ଟଙ୍କା ଫେରାଇବା ପାଇଁ ନିଦେ୍ର୍ଦଶ ଦେବେ ନାହିଁ ତ ରାଜ୍ୟସରକାର?
 ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କ ପାଇଁ ଲାଗୁ କରିଥିବା ଯୋଜନାକୁ ସମୀକ୍ଷା କରିଥିଲେ, ଦେଶର ୨ ଲକ୍ଷ ୬୦ ହଜାରରୁ ଉଦ୍ଧ୍ୱର୍ ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର) ୧୦ ହଜାର ଟଙ୍କା ପାଇଁ ଆବେଦନ କରିଛନ୍ତି । ଓଡିଶାରେ ଏହାର ସଂଖ୍ୟା କେତେ ?
 ଗତ ୨୭ ଜୁଲାଇ ସୁଦ୍ଧା ଏସ.ୟୁ.ଡି.ଏ (ସୁଡା)ଓ ବିଏ.ମ.ସି ମିଳିତ ବୈଠକ କରି ଉପରଠାଉରିଆ ଭାବେ ପ୍ରେସ ରିଲିଜ ଦେଲେ ଯାହାର କୌଣସି ନିଦ୍ଦିଷ୍ଟ ଖସଡା ପ୍ରସ୍ତୁତ ହୋଇନାହିଁ
 ଭୁୁବନେଶ୍ୱର ଉଠାଦୋକାନୀ ମାନଙ୍କୁ ପଂଜୀକରଣ କରିବା ପାଇଁ ରାଜ୍ୟସରକାର ଧାର୍ଯ୍ୟ କରିଥିବା ତାରିଖକୁ ଜୁନ୍ ୧, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ
 ମୁଖ୍ୟମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ନିଜେ ସମୀକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରାନ୍ତୁ
 ଭୁବନେଶ୍ୱର ମହାନଗରରେ ୩ଟି ଜୋନାଲ୍ ଅଫିସରେ ଇ-ରେଜିଷ୍ଟେସେନ୍ ପାଇଁ ହେଲ୍ପ ଡେକ୍ସ ଖୋଲାଯାଉ
 କୋଭିଡ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀମାନଙ୍କୁ ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ଗୁଡିକରେ ‘କୋଭିଡ-୧୯ ଆସିଷ୍ଟାଂଟ କେୟାର’ କରି କୋଭିଡ ସଂପର୍କିତ ସୂଚନା ଦେବା ପାଇଁ ବିଜେପିର ପରାମର୍ଶ
 ଭୁବନେଶ୍ୱର ଦାୟୀତ୍ୱରେ ଥିବା ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀ ଦିନକୁ ୧୪ ଶହ କୋଭିଡ ଟେଷ୍ଟ କରିବା ପାଇଁ ଚେଷ୍ଟା କରୁଛୁ ଏବଂ ୬୭ ଟି ୱାର୍ଡରେ ୬ଟି ସ୍ଥାନରେ ୮୭୦ ଶର୍ଯ୍ୟ ବିଷିଷ୍ଟ କୋଭିଡ କେୟାର ହୋମ ପରିଚାଳନା କରୁଛୁ , କିନ୍ତୁ ୬୭ଟି ୱାର୍ଡରେ ଥିବା କଲୋନି, ଆପାଟମେଂଟ ଓ ବିଭିନ୍ନ ଗାଁ, ବିଭିନ୍ନ ବସ୍ତି ଏବଂମାର୍କେଟ ଏରିଆ ଗୁଡିକରେ ସାନିଟାଇଜେସନ୍ କଥା କହିଲେ ନାହିଁ
 ଏଭଳି କଠିନ ସମୟରେ ଆମ ପରାମର୍ଶକୁ ରାଜନୀତି ଦୃଷ୍ଟିରୁ ଚିନ୍ତା ନକରି ମାନବିକତା ଦୃଷ୍ଟିକୋଣରୁ ଚିନ୍ତାକରିବା ଦରକାର
 ମାସ୍କ, ସାନିଟାଇଜେର୍ ଓ ସାମାଜିକ ଦୂରତା ସହିତ ଜୀବନକୁ ସୁରକ୍ଷିତ ରଖି ଜୀବିକାକୁ ଗୁରୁତ୍ୱ ଦେବା ମଧ୍ୟ ଆବଶ୍ୟକ ଅଟେ
 ନିମ୍ନ ମଧ୍ୟବିତ ପରିବାରଙ୍କ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆର୍ଥକ ସହାୟତା ଘୋଷଣା କରନ୍ତୁ

ଭୁବନେଶ୍ୱର,ତା.୩୧/୦୭:ରାସ୍ତା ପାଶ୍ୱର୍ ଉଠା ଦୋକାନୀମାନଙ୍କୁ (ଷ୍ଟ୍ରିଟ୍ ଭେଣ୍ଡର)ବୀମା ଭୃକ୍ତ କରାଇ ପ୍ରିମିୟମ ରାଶି ରାଜ୍ୟସରକାର ଦେବା ପାଇଁ ବିଜେପି ପକ୍ଷରୁ ଚଳିତ ମାସ ୨୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବୀ କରାଯାଇଥିଲା । ଏହାର ଜବାବରେ ସରକାରୀ ଦଳମୁଖପାତ୍ର କିଛି ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ରାଜ୍ୟ ସରକାର ଜଣ ପିଛା ୩୦୦୦ ହଜାର ଟଙ୍କାକରି ୪୫,୬୦୦ ଜଣ ରାସ୍ତା ପାଶ୍ୱର୍ ଉଠା ଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି । କିନ୍ତୁ ଏଭଳି କୋଣସି ତଥ୍ୟ ରାଜ୍ୟ ସରକାରଙ୍କ କୈାଣସି ୱେବ୍ସାଇଟ୍ରେ କିମ୍ବା କୈାଣସି ମହାନଗର ନିଗମ, ମୁ୍ୟନିସିପାଲଟି, ଏନ୍ଏସି ଗୁଡିକର ୱେବସାଇଟ୍ରେ ଉପଲବ୍ଧ ନାହିଁ । ତେଣୁ ଶାସକ ଦଳର ମୁଖପାତ୍ର ମହୋଦୟ ଏଭଳି ଭ୍ରମାତ୍ମକ ବକ୍ତବ୍ୟ ନଦେଇ ଏହି ତଥ୍ୟଟି କେଉଁଠୁ ପାଇଲେ ଓ ଏହାର ସତ୍ୟତା ପ୍ରକାଶ କରିବାକୁ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଦାବୀ କରିଛନ୍ତି ।

ରାଜ୍ୟ ସରକାରଙ୍କ କୈାଣସି ୱେବ୍ସାଇଟ୍ରେ ରାସ୍ତା ପାଶ୍ୱର୍ ଉଠା ଦୋକାନୀଙ୍କ(ଷ୍ଟ୍ରିଟ୍ ଭେଣ୍ଡର) ତାଲିକା କାହିଁକି ପ୍ରକାଶ କରାଯାଇନାହିଁ ? ଶାସକ ବିଜେଡି ମୁଖପାତ୍ରଙ୍କ ବକ୍ତବ୍ୟ ଅନୁଯାୟୀ ମହାନଗର ନିଗମ ଗୁଡିକରେ ଥିବା ୪୫,୬୦୦ଟି ରାସ୍ତା ପାଶ୍ୱର୍ ଉଠା ଦୋକାନୀମାନଙ୍କର(ଷ୍ଟ୍ରିଟ୍ ଭେଣ୍ଡର) ସଠିକ୍ ଚିହ୍ନଟ ହୋଇଛି ତ? ରାଜ୍ୟରେ ଥିବା ୫ଟି ମହାନଗର ନିଗମ, ୪୮ଟି ମୁ୍ୟନିସିପାଲଟି ଓ ୬୧ଟି ଏନ୍ଏସି ଗୁଡିକରେ ରାସ୍ତା ପାଶ୍ୱର୍ ଉଠାଦୋକନୀଙ୍କ(ଷ୍ଟ୍ରିଟ୍ ଭେଣ୍ଡର) ତାଲିକା କାହିଁକି ସାର୍ବଜନୀନ କରାଯାଇ ନାହିଁ ? ରାସ୍ତା ପାଶ୍ୱର୍ ଉଠା ଦୋକାନୀ (ଷ୍ଟ୍ରିଟ୍ ଭେଣ୍ଡର)ଚିହ୍ନଟ ପକ୍ରିୟା କେବେ କରାଯାଇଥିଲା ? ରାସ୍ତା ପାଶ୍ୱର୍ ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର) ଚିହ୍ନଟ ତାଲିକା ଭୃଲ ଅଛି କହି ତାଙ୍କୁ ପୁଣି ଟଙ୍କା ଫେରାଇବା ପାଇଁ ନିଦେ୍ର୍ଦଶ ଦେବେ ନାହିଁ ତ ? ଏହି ଭଳି ୫ଟି ପ୍ରଶ୍ନର ଜବାବ୍ ଦେବା ପାଇଁ ଶ୍ରୀ ମହାନ୍ତି ଉଭୟ ଶାସକ ବିଜେଡି ଏବଂ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଛନ୍ତି ।

୨୪ ମାର୍ଚ୍ଚ ୨୦୨୦ ତାରିଖ ପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇଥିବା ରାସ୍ତା ପାଶ୍ୱର୍ ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର)ତାଲିକାକୁ ଏହି ଯୋଜନାରେ ସାମିଲ୍ ହେବା ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି । ମାତ୍ର ଏହି ଅବଧିକୁ ଜୁନ୍ ୧, ୨୦୨୦କୁ ବୃଦ୍ଧି କରିବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାରେ ଉଠା ଦୋକାନି ମାନଙ୍କ ପାଇଁ ୧୦ ହଜାର ଟଙ୍କାର ବିନା ବନ୍ଧକରେ ଋଣର ବ୍ୟବସ୍ଥା କରିଛନ୍ତି । ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ସମୀକ୍ଷା କରିଥିଲେ । ଦେଶର ୨ ଲକ୍ଷ ୬୦ ହଜାରରୁ ଉଦ୍ଧ୍ୱର୍ ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର) ୧୦ ହଜାର ଟଙ୍କା ପାଇଁ ଆବେଦନ କରିଛନ୍ତି । ୬୪ ହଜାର ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର)ଙ୍କୁ ଋଣ ଯୋଗାଇ ଦେବା ନେଇ ମଂଜୁରୀ ମିଳିଛି ଏବଂ ୫୬୦୦ ଜଣ ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର)ଙ୍କୁ ବ୍ୟାଙ୍କ ୧୦ ହଜାର ଲେଖାଏଁ ଦେଇ ସାରିଲାଣି । ଏକଥାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଯେ, ଏହି ସହାୟତା ରାଶି ପାଇବା ପାଇଁ ଓଡିଶାରେ କେତେ ଜଣ ଉଠାଦୋକାନୀ ଆବେଦନ କରିଛନ୍ତି ? କେତେ ଜଣଙ୍କୁ ଋଣ ନେବା ପାଇଁ ମଂଜୁରୀ ମିଳିଛି ଏବଂ କେତେ ଜଣଙ୍କୁ ଟଙ୍କା ମିଳିଛି, ତାହାର ଏକ ସ୍ପଷ୍ଟ ଚିତ୍ର ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ । ଏହା ସହ ମୁଖ୍ୟମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ନିଜେ ସମୀକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରାନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଗତ ୨୪ ତାରିଖ ସାମ୍ବାଦିକ ସମ୍ମିଳନୀ ପରେ କୋଭିଡ୍ ପରିଚାଳନା ପାଇଁ ରାଜଧାନୀ ଭୂବନେଶ୍ୱର ଦାୟୀତ୍ୱରେ ଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସ୍ପଷ୍ଟୀକରଣ ଆହୁରି ଅଧିକ ବେଥିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସ୍ପଷ୍ଟିକରଣରେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ଭୂବନେଶ୍ୱରର ୬୭ଟି ୱାର୍ଡରେ ଦୈନିକ ୧୪୦୦ କୋଭିଡ୍ ପରୀକ୍ଷା ହେବା ସହ ୬ଟି ସ୍ଥାନରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହୋମ୍ କାର୍ଯ୍ୟ କରୁଛି । ଏହା କଣ ସତ୍ୟ ? କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ୬୭ଟି ୱାର୍ଡରେ ଥିବା କଲୋନି, ଆପାଟମେଂଟ ଓ ବିଭିନ୍ନ ଗାଁ, ବିଭିନ୍ନ ବସ୍ତି ଏବଂମାର୍କେଟ ଏରିଆ ଗୁଡିକରେ ସାନିଟାଇଜେସନ୍ କଥା କହିଲେ ନାହିଁ । ଏଭଳି କଠିନ ସମୟରେ ମାସ୍କ, ସାନିଟାଇଜେର୍ ଓ ସାମାଜିକ ଦୂରତା ସହିତ ଜୀବନକୁ ସୁରକ୍ଷିତ ରଖି ଜୀବିକାକୁ ଗୁରୁତ୍ୱ ଦେବା ମଧ୍ୟ ଆବଶ୍ୟକ ଅଟେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଗତ ୨୭ ଜୁଲାଇ ରେ ଏସ.ୟୁ.ଡି.ଏ (ସୁଡା) ଓ ବିଏ.ମ.ସି ମିଳିତ ବୈଠକ କରି ଉପରଠାଉରିଆ ଭାବେ ପ୍ରେସ ରିଲିଜ ଦେଲେ ଯାହାର କୌଣସି ନିଦ୍ଦିଷ୍ଟ ଖସଡା ପ୍ରସ୍ତୁତ ହୋଇନାହିଁ । କୋଭିଡ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀମାନଙ୍କୁ ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ଗୁଡିକରେ ‘କୋଭିଡ-୧୯ ଆସିଷ୍ଟାଂଟ କେୟାର’ କରି କୋଭିଡ ସଂପର୍କିତ ସୂଚନା ଦେବାର ବ୍ୟବସ୍ଥା କରାଯାଉ ।
ପିଏମ୍ ଷ୍ଟ୍ରିଟ୍ ଭେଣ୍ଡରସ୍ ଆତ୍ମନିର୍ଭର ନିଧି ଯୋଜନାରେ ହିତାଧିକାରୀଙ୍କ ଇ-ରେଜିଷ୍ଟେସେନ୍ ପାଇଁ ବିଏମସିର ସମସ୍ତ ୩ଟି ଜୋନାଲ୍ ଅଫିସରେ ହେଲ୍ପ ଡେକ୍ସ ଖୋଲାଯାଇ ଏହାର ପରିଚାଳନା କରିବାକୁ ଶ୍ରୀ ମହାନ୍ତି ଦାବୀ କରିବା ସହ ଏଭଳି ଏକ ବିପତି ସମୟରେ ସବୁଠାରୁ ବେଶି ଆର୍ଥିକ ଯନ୍ତ୍ରଣାରେ ପୀଡିତ ଥିବା ନିମ୍ନ ମଧ୍ୟବିତପରିବାରଙ୍କ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆର୍ଥକ ସହାୟତା ଘୋଷଣା କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

Nalco

Leave A Reply