Odisha news

ଅଙ୍ଗଦାନ ପାଇଁ ସଚେତନତା ବାର୍ତ୍ତା ନେଇ ଭାରତ ଅର୍ଗନ ଯାତ୍ରା

0

ଛତ୍ରପୁର: ଅଙ୍ଗଦାନ କରି ଅନ୍ୟମାନଙ୍କୁ ନୂଆ ଜୀବନ ଦେବା ଉଦେ୍ଦଶ୍ୟରେ ଦେଶବାସୀଙ୍କୁ ସଚେତନତା ଲାଗି ‘ରି ବାର୍ଥ ଫାଉଣ୍ଡେସନ୍’ର ପ୍ରମୋଦ ମହାଜନ ନାମକ ଜଣେ ୬୮ ବର୍ଷର ସ୍ୱେଚ୍ଛାସେବୀ ଭାରତ ଅର୍ଗନ ଯାତ୍ରାରେ ବାହାରିଛନ୍ତି । ମହାରାଷ୍ଟ୍ର ରାଜ୍ୟ ସଙ୍ଗଲୀ ଜିଲ୍ଲା ଧବଳି ଗ୍ରାମର ପ୍ରମୋଦ ମହାଜନ କିଡ୍ନି ଅଙ୍ଗଦାନ କରି ଜଣେ ଯବାନ୍କୁ ନୂଆ ଜୀବନ ଦେଇ ଥିବାବେଳେ ଅନ୍ୟମାନଙ୍କୁ ଏଭଳି ମହତ୍ କାର୍ଯ୍ୟରେ ସାମିଲ ହେବା ପାଇଁ ସଚେତନତା ଆରମ୍ଭ କରିଛନ୍ତି ।

୨୦୧୯-୨୦ ବର୍ଷରେ ୧୦୦ ଦିନ ଦେଶର ବିଭିନ୍ନ ଅଞ୍ଚଳକୁ ଏହି ବାର୍ତ୍ତାରେ ୧୨ ହଜାର କିଲୋମିଟର ନିଜର ମୋଟର ସାଇକେଲରେ ଯାତ୍ରା କରିଥିଲେ । ସେହିପରି ଚଳିତ ବର୍ଷ ପୁନା ଠାରୁ ଯାତ୍ରା ଆରମ୍ଭ କରି ଗୋଆ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରା ଏବଂ ଏବେ ୭ ହଜାର ୫୦୦ କିଲୋମିଟର ଯାତ୍ରା କରିବା ପରେ ଆଜି ସେ ଓଡିଶାର ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ନିଜ ଅଞ୍ଚଳର ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷତ କରି ଏହି ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ମହାଜନଙ୍କୁ ଜିଲ୍ଲାପାଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏଭଳି ମହତ୍ କାର୍ଯ୍ୟରେ ନିଜକୁ ଉତ୍ସର୍ଗିତ କରିଥିବାରୁ ପ୍ରଶଂସା ଓ କୃତଜ୍ଞତା ଜଣାଇଥିଲେ ।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱେଚ୍ଛାସେବୀ ପ୍ରମୋଦ ମହାଜନ କହିଥିଲେ ଯେ, ଜଣେ ଲୋକ ଚକ୍ଷୁ, କିଡ୍ନି, ଫୁସ୍ଫୁସ୍, ହୃତ୍ପିଣ୍ଡ, ଅନ୍ତବୁଜୁଳା, ଯକୃତ, ପେଶୀ ଓ ପାଚନଗ୍ରନ୍ଥ ଇତ୍ୟାଦି ଅଙ୍ଗଦାନ କରି ୮ ଜଣଙ୍କୁ ନୂଆ ଜୀବନ ଦେଇପାରିବେ । ଗୋଟିଏ ମଣିଷ ଜୀବିତ ଏବଂ ମୃତୁ୍ୟର କିଛି ଘଣ୍ଟା ପୂର୍ବରୁ ଏଭଳି ଅଙ୍ଗଦାନ କରି ଅନ୍ୟଜଣଙ୍କୁ ନୂଆ ଜୀବନ ଦେଇପାରିବେ । ଏଣୁ ଏହି ମହତ୍ କାର୍ଯ୍ୟ ପାଇଁ ଦେଶବାସୀଙ୍କୁ ସଚେତନତା କରିବା ପାଇଁ ଆମ ସଂଗଠନ ପକ୍ଷରୁ ମୁଁ ଦେଶର ବିଭିନ୍ନ ଅଞ୍ଚଳକୁ ଯାତ୍ରା ଆରମ୍ଭ କରୁଛି ବୋଲି କହିଥିଲେ ।

Leave A Reply