Odisha news

ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏ.ଏସ.ଆଇ ଏକ୍ସପୋର୍ଟ ମାନଙ୍କ ସହମତି ନେଇ କାର୍ଯ୍ୟ କରିବା ଜରୁରୀ; କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

0

କୋଣାର୍କ- ବିଶ୍ୱ ପର୍ଯ୍ୟଟନ ସ୍ତଳୀ କୋଣାର୍କ ହେଉଛି ଦୀର୍ଘ ୮୦୦ ବର୍ଷର କିର୍ତିରାଜ । ଏହାକୁ ସୁରକ୍ଷା ଦେବା ନିହାତି ଜରୁରୀ ଏବଂ କଣ କରିପାରିଲେ ଏହା ସୁରକ୍ଷିତ ଓ ସଂରକ୍ଷଣ ହୋଇପାରିବ ସେ ବିଷୟରେ ଦ୍ୱିତୀୟ ଦିନରେ କୋଣାର୍କ ଠାରେ ଅୟୋଜିତ ହେଉଥିବା ଜାତୀୟ ସମ୍ମିଳନୀ ରେ ଯୋଗଦେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆମିକସ କ୍ୟୁରି,ପୂର୍ତ ବିଭାଗର ଏକ୍ସପର୍ଟ ବିଶେଷଜ୍ଞ,ସି.ବି.ଆର.ଆଇ ର ବିଶେଷଜ୍ଞ ଓ ଏ.ଏସ.ଆଇ ର ବରିଷ୍ଠ ଅଧିକାରୀ ଙ୍କ ସହ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମାଧାନ ର ପାଇଁ ବାଟ ଖୋଜାଚାଲିଛି । କୋଣାର୍କ ମନ୍ଦିର ର ଭବିଷ୍ୟତ କେତେ ସୁରକ୍ଷିତ ଅଛି? ମନ୍ଦିରର ଭିତର ପଥର କେତେ ମାତା୍ର ରେ ଦୁର୍ବଳ?ମନ୍ଦିର ଭିତରେ ୧୯୦୩ ମସିହାରୁ ଭର୍ତି କରାଯାଇଥିବା ବାଲି ୧୭ ଫୁଟ ଦବିବା ଫଳରେ ଏହା ମନ୍ଦିର ପ୍ରତି ଆଣିବକି ବିପଦ? ଏଭଳି ଅନେକ ପ୍ରସଙ୍ଗ କୁ ନେଇ ଦ୍ୱିତୀୟ ତଥା ଶେଷ ଦିନରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶୀ୍ର ପ୍ରହଲ୍ଲାଦ ସିଂ ପାଟିଲ ଙ୍କ ଉପସ୍ଥିତିରେ ସରଗମ ହୋଇଥିଲା ଆଲୋଚନା ।ଯାହାର ସମାଧାନ ବାହାରି ପାରିନଥିଲା ।ଭିତର ବାଲି ଦବୁଥିବା ବେଳେ ମନ୍ଦିର ଭିତରର ଅଂଶ ପଥର ଗୁଡିକ ଦୁର୍ବଳ ହୋଇପଡିଲାଣି ଯାହା ୩ଡି ଲେଜର ସ୍କାନ ମାଧ୍ୟମରେ ଉତୋଳନ ହୋଇଥିବା ଦୃଶ୍ୟ କୁ କେନ୍ଦ୍ର ମନ୍ତ୍ରୀ,ଏକ୍ସପର୍ଟ ବିଶେଷଜ୍ଞ ମାନଙ୍କ ସହ ଏ.ଏସ.ଆଇ ର ବରିଷ୍ଠ ଅଧିକାରୀ ମାନଙ୍କ ସାମ୍ନାରେ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ।

ସେପଟେ ପୂର୍ତବିଭାଗର ବରିଷ୍ଠ ସୁପରିଟେଣ୍ଡିଂ ବିଶେଷଜ୍ଞ ଙ୍କ ମତରେ ମନ୍ଦିର ଭିତର ବାଲି ଦବିଥିବାରୁ ଯଦି ସାମାନ୍ୟ ଭୂମିକମ୍ପ ହୁଏ ତାହାଲେ ମନ୍ଦିର ର କ୍ଷତି ପହଂଚାଇବା କଥା କୁ ଏଡାଇ ଦିଆଯାଇ ନପାରେ । ତେଣୁ ମନ୍ଦିରର ଭିତରୁ ବାଲି କାଢି ହାଲୁକା ବାଲି ଭର୍ତି କରିବାକୁ ପୂର୍ତ ବିଭାଗର ସୁପରଟେଣ୍ଡିଂ ଇଂଜିନିୟର ମାନେ ମତ ଦେଇଛନ୍ତି ।ଯାହା କୋର୍ଟ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଇଂ ଏନ.କେ ମହାନ୍ତି ବାଲି କାଢିବା ପାଇଁ ପ୍ରଥମ ଦିନ ଅଧିବେଶନ ରେ ସି.ବି.ଆର.ଆଇ ରିପୋର୍ଟ କୁ ଭିର୍ତି କରି ପ୍ରକାଶ କରିଥିଲେ ।

ତେଣୁ ଏହି ବୈଠକରେ ସମସ୍ତ ବିଭାଗର ବରିଷ୍ଠ ବିଶେଷଜ୍ଞ ମାନଙ୍କର ମତ ଓ ଲେଜର ସ୍କାନ ଦେଖିଲାପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଲେ ଉଭୟ ସି.ବି.ଆର.ଆଇ ପୂର୍ତବିଭାଗର ବରିଷ୍ଠ ଏକ୍ସପର୍ଟ ଓ ବିଶେଷଜ୍ଞ ମାନଙ୍କର ସହମତି ନେଇ ଏ.ଏସ.ଆଇ ମନ୍ଦିର କୁ ସୁରକ୍ଷା କିପରି ଦେଇ ପାରିବ ସେହି ଭିର୍ତି ରେ କାର୍ଯ୍ୟ କରି ତାହାର ନିଷ୍କର୍ସ ବାହାର କରୁ କାରଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଣାର୍କ ମନ୍ଦିର ର ସୁରକ୍ଷା କୁ ନେଇ ସବୁବେଳେ ବ୍ୟଗ୍ର ଥିବା ବେଳେ ଏହାର ସୁରକ୍ଷା ପାଇଁ ଯାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ସହଯୋଗ ଦରକାର ତାହା ଏ.ଏସ.ଆଇ କୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶୀ୍ର ପଟେଲ ପ୍ରକାଶ କରିଥିଲେ । ଏହି ଦୁଇ ଦିନିଆ ଜାତୀୟ ସ୍ତରୀୟ ବୈଠକରେ ସି.ବି.ଆର.ଆଇ ର ଅଧିକାରୀ ଅଚଳ ମିତଲ, ପୂର୍ତବିଭାଗର ସୁପରଟେଣ୍ଡିଂ ଈଂଜିନିୟର ଏନ.ସି.ପାଲ,ଆମିକସ କ୍ୟୁରି ଇଂ ଏନ.କେ.ମହାନ୍ତି, ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୂଖ ପରାମର୍ଶ ଦାତା ଆର.ବାଲକୀ୍ରଷ୍ଣନ ଙ୍କ ସହ କେନ୍ଦ୍ର ମନ୍ତ୍ରୀ ଶୀ୍ର ପଟେଲ ଓ ଏ.ଏସ.ଆଇ.ର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ । ଏହି ଦୁଇ ଦିନିଆ କର୍ମଶାଳା କୁ ଭୂବନେଶ୍ୱରର ସୁପରଟେଣ୍ଡିଂ ଅରୁଣ କୁମାର ମଲ୍ଲିକ ଓ ସ୍ଥାନୀୟ ସମସ୍ତ ଏ.ଏସ.ଆଇ ଅଧିକାରୀ ମାନେ ପରିଚାଳନା କରିଥିଲେ ।

Leave A Reply