Odisha news

‘ମୋ ସରକାର’ରେ ସାମିଲ୍ ହେଲା ଆଉ ୫ଟି ବିଭାଗ

0

ଭୁବନେଶ୍ବର: ଆଜି  ‘ମୋ ସରକାର’ ଅଧିନକୁ ଆସିଛି ଆଉ ୫ଟି ବିଭାଗ। ଜଙ୍ଗଲ ଏବଂ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡା ଓ ଯୁବ ସେବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ମୋ ସରକାରରେ ସାମିଲ ହୋଇଛି  । ଏହା ଦ୍ବାରା ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି ସରକାର। ଏଥି ପୂର୍ବରୁ ୧୨ଟି ବିଭାଗ ମୋ ସରକାରରେ ସାମିଲ ହୋଇସାରିଛି।

ଆଜି ଲୋକସେବା ଭବନରେ ମୋ ସରକାର ଅଭିଯାନରେ ଆହୁରି ପାଞ୍ଚଟି ବିଭାଗକୁ ଅନ୍ତର୍ଭୁକ୍ତ କରିବା ଲାଗି ଆ‌ୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଏବେ ସାଧାରଣ ଲୋକ ନିଶ୍ଚିତ ଭାବରେ ନିଜକୁ ସଶକ୍ତ ଅନୁଭବ କରିବେ । ଏହା ସହ ସେମାନେ ଏକ ପ୍ରକୃତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବାସ କରୁଛନ୍ତି ବୋଲି ଅନୁଭବ କରିବେ।’ ’

CMO Odisha

@CMO_Odisha

Departments of @SDTE_Odisha, @Sports_Odisha, @Odisha_tourism, @IPR_Odisha & @ForestDeptt to be included under https://www.pscp.tv/w/cSpUmTFvUEtMeVJxbnJqZG58MVlxSkRFcldCa0J4Vs-axjFfNgrHyQiz2Og0f3gKYEPvEIGypIr5C6sLa-b8 

CMO Odisha @CMO_Odisha

Departments of @SDTE_Odisha, @Sports_Odisha, @Odisha_tourism, @IPR_Odisha & @ForestDeptt to be included under #MoSarkar

pscp.tv

ମୋ ସରକାର ଅଭିଯାନରେ ୫ଟି ବିଭାଗକୁ ଯୋଡ଼ିବା ସହ ସତ୍ୟନଗରରେ ଥିବା ଉନ୍ନତି ଭବନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯୩୨୫୦ ବର୍ଗଫୁଟ ବିଶିଷ୍ଟ ଏହି ସୌଧରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ରହିବ। ଏହି କୋଠାରେ ବର୍ଷା ଜଳ ଅମଳ ବ୍ୟବସ୍ଥା, ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ଏବଂ ସୌର ବିଦ୍ୟୁତ୍ ଉତ୍ପାଦନ ସହିତ ଅନେକ ବିଶେଷ ବ୍ୟବସ୍ଥା ରହିଛି।

Leave A Reply