ଭଦ୍ରକ: ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଆଟ୍ସେକ୍ ତରଫରୁ ଜିଲ୍ଳାର ଅଗ୍ରଣୀ ଅନୁଷ୍ଠାନ ‘ଫେଲୋସିପ୍’ ଦ୍ୱାରା ‘ବଳାକ୍ରାରମୁକ୍ତ ଭାରତ ଗଠନରେ ନାଗରିକମାନଙ୍କ କର୍ତ୍ତବ୍ୟ’ ବିଷୟକ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଜୁ ଯୁବବାହିନୀର ସଦସ୍ୟ ସଦସ୍ୟା, ଅଭିଭାବକ, ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ ।
କର୍ମଶାଳାକୁ ମୁଖ୍ୟଅତିଥି ଭାବେ ଭଦ୍ରକର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ସେ ତାଙ୍କ ବକ୍ତ୍ୟବରେ ଜନ ସଚେତନତା ସହିତ ପିତାମାତାଙ୍କ ଦାୟିତ୍ୱବୋଧ ସମାଜରୁ ବଳାକ୍ରାର ଦୂର କରିବାରେ ସହାୟକ ହେବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ବେଦପୀୟୁଷର ସମ୍ପାଦକ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଯୋଗ ଦେଇ ଯୁବପୀଢି ସଂଯମୀ ହେବା ସହିତ ନିଜକୁ ବାର୍ଦ୍ଧକ୍ୟ ଅବସ୍ଥା ନିମନ୍ତେ ବାଲ୍ୟକାଳରୁ ଜ୍ଞାନ, ବୁଦ୍ଧି, ବିବେକ, ବ୍ରହ୍ମଚର୍ଯ୍ୟକୁ ସଞ୍ଚୟ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାଶ ଏବଂ ସମ୍ମାନନୀୟ ବକ୍ତା ଭାବେ ଅନ୍ୟତମ ଆରକ୍ଷୀ ଅଧୀକ୍ଷକ କୈଳାସ ଚନ୍ଦ୍ର ପରିଡା ଯୋଗ ଦେଇ ସମାଜରୁ ବଳାକ୍ରାର ଦୂର କରିବା ପାଇଁ ପୁଲିସର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଫେଲୋସିପ୍ର ସମ୍ପାଦକ ଏସ୍.ଏମ୍. ଫାରୁକ୍ ବିବରଣୀ ପ୍ରଦାନ କରିଥିବା ବେଳେ ନିଦେ୍ର୍ଦଶକ ଲଲାଟେନ୍ଦୁ ମହାନ୍ତି ଉତ୍ସବକୁ ପରିଚାଳନା କରିଥିଲେ । ଏହି ଅବସରରେ ଦଳଗତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଫେଲୋସିପ୍ ଓ ୱାନ୍ ଷ୍ଟପ୍ ସେଣ୍ଟରର କର୍ମଚାରୀ ସହଯୋଗ କରିଥିଲେ ।