Odisha news

ଗବେଷଣାରୁ ଖୁଲାସା : ଆପଣ ଦୈନନ୍ଦିନ ଜୀବନରେ ଖୁସିରେ ଖାଉଥିବା ଜିନିଷ ଆପଣଙ୍କ ଶରୀରରେ କ୍ୟାନ୍ସର ସେଲ ବୃଦ୍ଧି କରିବାର କାରଣ ହୋଇଥାଏ

0
ଯଦି ଆପଣ ନିଜ ଭୋଜନ ରେ କୋକ, ଆଇସକ୍ରିମ ଓ ଚୁଇଙ୍ଗମ ଆଦି ସାମିଲ ରହିଛି ତେବେ ରୁହନ୍ତୁ ସତର୍କ , ବର୍ତମାନ ସମୟ ଆସି ଯାଇଛି ଏହିସବୁ ଜିନିଷ ଠାରୁ ଦୂରତା ରଖିବାର l କାହିଁକି ନା ଗୋଟିଏ ଅଧ୍ୟୟନ ଅନୁସାରେ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନାକୁ ଆସିଛି l ଗବେଷଣାରେ କୁହାଯାଇଛି ଯେ ଏହିସବୁ ଜିନିଷ କୁ ସେବନ କରିବା ଦ୍ୱାରା କ୍ୟାନ୍ସର ଭଳି ଗମ୍ଭୀର ରୋଗ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି l
– ବିଶେଷ ଭାବରେ ସମସ୍ତ କୋଲ୍ଡ଼ ଡ୍ରିଂକ୍ସ ଓ ଚୁଇଙ୍ଗମ ରେ ଆର୍ଟିଫିସିଆଲ ସ୍ଵିଟନର ଏସ୍ପାର୍ଟେମ ମିଶା ଯାଇଥାଏ l ଏହି ଜିନିଷ ଟି ଶରୀରରେ କ୍ୟାନ୍ସର ର କାରଣ ହୋଇଥାଏ l ଗବେଷକ ଙ୍କ ମତରେ ଏସ୍ପାର୍ଟମ ଗୋଟିଏ କାର୍ସିନୋଜେନିକ ଅଟେ, ଯାହାର ଅର୍ଥ ଏହା ଶରୀରରେ କ୍ୟାନ୍ସର ସେଲ କୁ ବୃଦ୍ଧି କରିବାର କାମ କରିଥାଏ l
– ଯଦି ଆପଣ ଏଭଳି କୌଣସି ଜିନିଷ କୁ ସେବନ କରୁଛନ୍ତି ଯେଉଁଥିରେ ଏସ୍ପାର୍ଟେମ ରହିଛି ଏହାର ସିଧା ଅର୍ଥ ହେଉଛି ଆପଣ କ୍ୟାନ୍ସର ଭଳି ଘାତକ ରୋଗକୁ ନିମନ୍ତ୍ରଣ କରୁଛନ୍ତି l
– ନିୟମିତ ଯଦି ସୋଢା , କୋକାକୋଲା ଭଳି ଅନ୍ୟ ସଫ୍ଟ ଡ୍ରିଂକ୍ସ ସେବନ କରୁଛନ୍ତି ତେବେ କ୍ୟାନ୍ସର ଦ୍ୱାରା ଖୁବ ଶୀଘ୍ର ପୀଡିତ ହୋଇ ପାରନ୍ତି l
– ଇଣ୍ଟରନେଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନ୍ସର ସୂଚନା ଅନୁସାରେ ଏହା ଫରକ ପଡେ ନାହିଁ ଯେ ଆପଣ କେତେ ମାତ୍ରାରେ ଏସ୍ପାର୍ଟେମ ରେ ଭରପୁର ଜିନିଷ ସେବନ କରୁଛନ୍ତି , ଯଦି ଆପଣ ସାମାନ୍ୟ ମାତ୍ରାର ଏହି ଆର୍ଟିଫିସିଆଲ ସ୍ଵିଟନର ର ସେବନ କରୁଛନ୍ତି ଏହା ଆପଣଙ୍କ ଜୀବନ ପ୍ରତି ବିପଦ ଆଣିଥାଏ l ଏଥିରେ ଚିନି ତୁଳନାରେ ୨୦୦ ଗୁଣା ଅଧିକ ମିଠା ରହିଥାଏ l
– ଗତ ବର୍ଷ ଫ୍ରାନ୍ସ ରେ କିଛି ଲୋକଙ୍କୁ ନେଇ ଗୋଟିଏ ଅଧୟନ ହୋଇଥିଲା, ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ଯେଉଁମାନେ ଅଧିକ ଆର୍ଟିଫିସିଆଲ ସ୍ଵିଟନର ଏସ୍ପାର୍ଟେମ ର ବ୍ୟବହାର କରୁଛନ୍ତି ସେମାନଙ୍କ ନିକଟରେ କ୍ୟାନ୍ସର ସେଲ୍ ଦେଖିବାକୁ ମିଳିଥିଲା l
Leave A Reply