ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଗୁଆ ଓ ଚାଉଳ ସଂଗ୍ରହ କଲା ଜୟ ଜଗନ୍ନାଥ ଅର୍ପଣ ରଥ : ଜାତୀ ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଲୋକେ ଦେଲେ ଗୁଆ ଓ ଚାଉଳ : ଜୟ ଜଗନ୍ନାଥ ନାଦରେ ପ୍ରକମ୍ପିତ ହେଲା ପରିବେଶ
ଛତ୍ରପୁର,୧୦।୧: ସାରା ବିଶ୍ୱର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ l ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରଭୁ ଜଗନ୍ନାଥ ଙ୍କ ଚରଣ ରେ ଶରଣ ପସିଥାନ୍ତି l ଆଉ ସେହି ବିଶ୍ୱ ନିଅନ୍ତା ଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ଆୟୋଜନ କରାଯାଉଥିବା ଜୟ ଜଗନ୍ନାଥ ଅର୍ପଣ ରଥ ରେ ସବୁ ବର୍ଗର ଲୋକେ ଅକ୍ଷତ ଓ ଗୁଆ ପ୍ରଦାନ କରୁଛନ୍ତି l ସାରା ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମାନଙ୍କରେ ଏହି ରଥ ପରିକ୍ରମା କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସିରେ ମଧ୍ୟ ଏହି ରଥ ପରିକ୍ରମା କରି ଲୋକଙ୍କ ଠାରୁ ଗୁଆ ଓ ଚାଉଳ ସଂଗ୍ରହ କରୁଛି l ଏହି ପରିପ୍ରେକ୍ଷୀରେ ବୁଧବାର ଛତ୍ରପୁର ଏନଏସିର ୧ ଓ ୨ ନଂ ୱାର୍ଡରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥ ବୁଲି ଲୋକଙ୍କ ଠାରୁ ଗୁଆ ଓ ଚାଉଳ ସଂଗ୍ରହ କରିଛି l ୱାର୍ଡ ଅଂଚଳ ରେ ବାସ କରୁଥିବା କିଛି ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଜଗନ୍ନାଥ ଙ୍କ ଏହି ପରୀକ୍ରମା ପ୍ରକଳ୍ପ ପାଇଁ ଗୁଆ ଓ ଚାଉଳ ଦେଇ ଜଗନ୍ନାଥ ଙ୍କ ପ୍ରତି ଥିବା ତାଙ୍କ ଭକ୍ତି ଓ ଶ୍ରଦ୍ଧା ର ପରିଚୟ ଦେଇଥିଲେ, ଏହି କାର୍ଯ୍ୟକ୍ରମ କୁ କାଉନସିଲର ଟି. ଗଣେଶ ରେଡ୍ଡୀ ଓ ଅମରେଶ କୁମାର ମହାରଣା ସଂଯୋଜନା କରିଥିବା ବେଳେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁ ବାବୁ, କାଉନସିଲର ଦେବାଶିଷ ମିଶ୍ର, ପ୍ରୀତିଛନ୍ଦା ସାମଲ, ଅରୁନ୍ଧତୀ ରେଡ୍ଡୀ,ଏମ. ୱାଣୀ ସେନାପତି, ବି. ନିଶ୍ଚଳା ସ୍ୱାମୀ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ବାଦଲ ପାଣ୍ଡୀ ଓ ବି. ଜୟନ୍ତୀ କୁମାରୀ ଦୋରାଙ୍କ ସମେତ ଦୁଇଟି ୱାର୍ଡ ବହୁ ଭଦ୍ର ଲୋକ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ