Odisha news

ଖ୍ରୀଷ୍ଟ ଧର୍ମ ପାଳନ କରୁଥିବା ୧୩ ପରିବାରକୁ ଜାତି ଓ ଗ୍ରାମରୁ ବାସନ୍ଦ ସମ୍ବନ୍ଧରେ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ

0
ଛତ୍ରପୁର,୧୫/୯ : ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା ସତ୍ତ୍ୱେ କୂଳ ଓ ଗ୍ରାମରୁ ବାସନ୍ଦ ପ୍ରଥା ହଟିନାହିଁ । ଗଞ୍ଜାମ ଜିଲ୍ଲାରେ ଦୈନିକ ଏଭଳି ଘଟଣା ଦେଖିବାକୁ ମିଳୁଛି । କେଉଁ ପରିବାର ପ୍ରଶାସନ ଅଧିକାରୀଙ୍କ ନିକଟରେ ଗୁହାରି କରୁଥିବା ବେଳେ ଅନ୍ୟ କେଉଁ ପରିବାର ପୁଲିସର ଦ୍ୱାରସ୍ଥ ହେଉଅଛନ୍ତି । ହେଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳିବାରେ କଷ୍ଟ ହେଉଛି । ଏହିପରି ବାସନ୍ଦକୁ ନେଇ ବିଭିନ୍ନ ସମୟରେ କିଛି ପରିବାରର ସଦସ୍ୟ ଆତ୍ମହୃତି ଦେଇସାରିଲେଣି । ଆଜି ପୁଣି ୧୩ଟି ପରିବାର ନିଜ ଗ୍ରାମ ଓ ଜାତିରୁ ବାସନ୍ଦ କରାଯାଇଥିବା ଅଭିଯୋଗ ନେଇ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବାସନ୍ଦ ହୋଇଥିବା ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ କାଳିବରୋଇ ଗ୍ରାମର ଅନୁସୂଚିତ ଜନଜାତି ପରିବାର ଅଟନ୍ତି ସେମାନେ । ଆମ ଗ୍ରାମରେ ପ୍ରାୟ ୧୦୦ ପରିବାର ବସବାସ କରୁଛନ୍ତି । ସେଥିମଧ୍ୟରୁ ହିନ୍ଦୁ ଓ ଖ୍ରୀଷ୍ଟ ଧର୍ମ ପରିବାର ରହିଛନ୍ତି । ହେଲେ ଖ୍ରୀଷ୍ଟ ଧର୍ମ ଅବଲମ୍ବନ କରୁଥିବା ଗ୍ରାମର ଦୁଇଗୋଷ୍ଠୀ ମଧ୍ୟ ବିବଦା ଲାଗିରହିଛି । ଗୋଟିଏ ଗୋଷ୍ଠୀର କିଛି ମୃଷ୍ଟିମେୟ ତଥା ଗୁଣ୍ଡାଶ୍ରେଣୀର ବ୍ୟକ୍ତିମାନେ ଏହି ଗୋଷ୍ଠୀର ୧୩ଟି ପରିବାରଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇଆସୁଛନ୍ତି । ଏପରିକି ସେମାନଙ୍କୁ ଗ୍ରାମରୁ ତଡିବା ସହ ବାସନ୍ଦ କରିବା ପାଇଁ ଯୋଜନା କରୁଛନ୍ତି । ଫଳରେ ଏହି ୧୩ଟି ପରିବାର ଭୟଭୀତ ହୋଇ ଜୀବନ କାଟୁଛନ୍ତି । ଏନେଇ ଶୁକ୍ରବାର ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏହି ୧୩ଟି ପରିବାର । ଗଞ୍ଜାମ ଏସ୍‌ପି ଜଗମୋହନ ମିନା ସେମାନଙ୍କ ଅଭିଯୋଗ ଶୁଣିବା ପରେ ପାଟପୁର ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏହି ଥାନା ବ୍ରହ୍ମପୁର ଏସ୍‌ପିଙ୍କ ଅଧୀନରେ ରହିଥିବା ବେଳେ ବ୍ରହ୍ମପୁର ଏସ୍‌ପିଙ୍କୁ ସାକ୍ଷତ କରିବା ପାଇଁ କହିଛନ୍ତି ।

Leave A Reply