Odisha news

ଚଣ୍ଡିଖୋଲ ପ୍ରେସକ୍ଳବ ସଭାପତି ସାମ୍ବାଦିକ ପ୍ରଦୀପ୍ତକୁମାର ପରିଡାଙ୍କ ଦେହାନ୍ତ : ବିଭିନ୍ନ ମହଲରୁ ଶୋକ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ସର୍ବ ପୁରାତନ ପ୍ରେସକ୍ଳବ ଚଣ୍ଡିଖୋଲର ସଭାପତି,ପାକ୍ଷିକ ସମ୍ବାଦପତ୍ର କଳିଙ୍ଗ ପ୍ରଭାର ସମ୍ପାଦକ ତଥା ବଡଚଣା ଅଞ୍ଚଳର ଅନ୍ୟତମ ମୁରବି ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତକୁମାର ପରିଡାଙ୍କର ଗୁରୁବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି! ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା! ଶାରୀରିକ ସମସ୍ୟାନେଇ ସେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ବେଳେ ଗତରାତି ପ୍ରାୟ ସାଢେ ବାରଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା!ମୃତ୍ୟୁ ପର୍ଯ୍ୟନ୍ତ ସେ ମଧ୍ୟ ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନର ପ୍ରତିଷ୍ଠାତା ସଭ୍ୟ ଥିବା ସହିତ ବଡ଼ଚଣା ଯୁବ ପରିଷଦର ପ୍ରତିଷ୍ଠାତା ସଭ୍ୟ ଥିଲେ!ଏଥି ସହିତ ସେ ଚଣ୍ଡିଖୋଲ ନିକଟ ଚାରବାଟିଆଠାରେ ଗଣପତି ଜ୍ଞାନ ମନ୍ଦିର ଶିକ୍ଷାନୁଷ୍ଠାନର ପ୍ରତିଷ୍ଟାତା ଥିଲେ ଏବଂ ବଡଚଣା ଅଞ୍ଚଳର ଅନେକ ଗୁଡିଏ ସାମାଜିକ,ସେବା ଓ ସାହିତ୍ୟ ସଙ୍ଗଠନ ସହିତ ସାମିଲଥିଲେ! ଦୀର୍ଘ ଦିନହେବ ସେ ପ୍ରେସକ୍ଳବ ଚଣ୍ଡିଖୋଲର ସର୍ବସମ୍ମତ ସଭାପତି ଭାବେ ରହି ଅନେକ।ବିକାଶ ମୂଳକ କାର୍ଯ୍ୟ କରିଥିଲେ! ସେ ଦୈନିକ ସାମାଜରେ ଜଣେ ବରିଷ୍ଠ ଅଧିକାରୀଭାବେ କାର୍ଯ୍ୟ ସମ୍ପାଦନ କରିବା ପରେ ବଡଚଣା ଅଞ୍ଚଳ ପାଇଁ ଦୈନିକ ସମ୍ବାଦରେ କାର୍ଯ୍ୟରତ ଥିଲେ! ତାଙ୍କର ପାର୍ଥିବ ଶରୀର କଟକରୁ ଆସିବା ପରେ ପ୍ରଥମେ ତାଙ୍କ ନିଜଗ୍ରାମ ବଡଚଣାର ଗରଗାଲି ବାସଭବନକୁ ନିଆଯାଇଥିଲା! ପରେ ପ୍ରେସକ୍ଳବ ଚଣ୍ଡିଖୋଲ,ଚଣ୍ଡିଖୋଲ କୋର୍ଟ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଗଣପତି ଜ୍ଞାନମନ୍ଦିରକୁ ନିଆଯାଇଥିଲା! ପ୍ରେସକ୍ଳବରେ ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ସମ୍ପାଦକ ଦୀଲିପକୁମାର ମହାନ୍ତି, ପ୍ରତିଷ୍ଠାତା ସଭ୍ୟ ମହେଶ୍ୱର ବଳ, ସାମ୍ବାଦିକ ଭକ୍ତଚରଣ ସାହୁ, ଅଭିମନ୍ୟୁ ଧଳ, ନରେନ୍ଦ୍ର ରାଉତ, ଶିବରାମ ସାହୁ, ପ୍ରତାପ ରାଉତରାୟ,ସଞ୍ଜୟ ସ୍ୱାଇଁ,ସମରେନ୍ଦ୍ର ମାହଲା, ପ୍ରସନ୍ନ ବିଶ୍ୱାଳ, ମୋହନ ଖିଲାର,ଭାରତଭୂଷଣ ପଣ୍ଡା,, ହେମଶ କୁମାର ଜେନା, ସୁରେନ୍ଦ୍ର ସାମଲ, ପ୍ରଶାନ୍ତ ଜେନା, ମନମୋହନ ରାଉତ, ଅନନ୍ତ ନାରାୟଣ ରାଉତ, ମସିର ଆଲମ,ବସନ୍ତ ପଲାଇ, ପ୍ରତାପ ଗୋଛାୟତ,ସେକ ସବିର ଉଦିନ,ପ୍ରମୋଦ ଜେନା, ବିବେକାନନ୍ଦ ରାୟ, ହେମନ୍ତ ଦାସ,ବିଜେପି ନେତା ଅମର ନାୟକ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତମ ନାୟକ,ଚଣ୍ଡିଖୋଲ ବଣିକ ସଂଘ ସଭାପତି କ୍ଷୀରୋଦ ମାହାଲା, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ  ସଭାପତି ପୁଷ୍ପରାଜ  ନାୟକ, ଶୁଶ୍ରୀ କାମିନୀ ନାୟକ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ! ସେହିପରି କୋର୍ଟ ପରିସରରେ ବିଚାରପତି ପରବିନ ମଣ୍ଡଳ,ବାର ସଭାପତି ରେଣୁବାଳା ମହାନ୍ତି, ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାଶ ଆଇନଜୀବି ଦେବରାଜ ବେହେରାଙ୍କ ସହ ସମସ୍ତ ଆଇନଜୀବୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ସେହିପରି ସ୍କୁଲ ପରିସରରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କର ତାଙ୍କ ଦେହାନ୍ତରେ ବିଧାୟକ ଅମରପ୍ରସାଦ ଶତପଥୀ, ପ୍ରାକ୍ତନ ବିଧାୟକ ସୀତାକାନ୍ତ ମହାପାତ୍ର, ବିଜେଡି ନେତା ଜନ୍ମେଜୟ ଲେଙ୍କା,କଗ୍ରେସ ନେତା ଅଜୟକୁମାର ଜେନାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି! ତାଙ୍କ ମରଶରୀରକୁ ପୂରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ଶସ୍କାର କରାଯାଇଥିଲା ଓ ଏକମାତ୍ର ପୁତ୍ର ଡାକ୍ତର ପ୍ରଶାନ୍ତ ପରିଡା ମୁଖାଗ୍ନି ଦେଇଥିଲେ! ଶ୍ରୀ ପରିଡାଙ୍କ ଦେହାନ୍ତରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି!

Leave A Reply