Odisha news

ସୁନ୍ଦରପୁର ଗ୍ରାମରେ ଚୋରୀ : ଛେଳି ଜଗୁଆଳିଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଓ ରୂପା ଚୋରୀ

0
ଛତ୍ରପୁର ୨୫/୪ : ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଗତକାଲି (ସୋମବାର) ବିଳମ୍ବିତ ରାତ୍ରରେ ଏକ ଘରୁ ଲକ୍ଷାଧିକ ଟଙ୍କା ସୁନା ଓ ରୂପା ଚୋରୀ ହୋଇଛି । ଗ୍ରାମର କାଳିଆମନ୍ଦିର ସାହିର ଛେଳି ଜଗୁଆଳି ନବଘନ ସାହୁଙ୍କ ବାରିପଟୁ କବାଟ ଭାଙ୍ଗି ଦୃବୃତ୍ତ ମାନେ ଘର ଭିତରେ ପସି ବିଭିନ୍ନ ସାମଗ୍ରୀ ଚୋରୀ କରିଛନ୍ତି । ଟିଣ ପେଢିରେ ଥିବା କିଛି ସୁନା ଓ ରୂପା ସହ ଅନ୍ୟାନ୍ୟ ମୂଲ୍ୟବାନ କାଗଜ ପତ୍ର ଏବଂ ଛେଳି ବିକ୍ରି କରି ନବଘନ ରଖିଥିବା ୧ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ମଧ୍ୟ ଦୃବୃତ୍ତ ମାନେ ଚୋରୀ କରିନେଇଥିବା ସେ ଅଭିଯୋଗ କରିଛନ୍ତି । ଏହା ସହିତ ଉକ୍ତ ଟିଣ ପେଢି କୁ ନିକଟ ଥିବା ବିଲରେ ଫୋପାଡି କୁଆଡେ ଚାଲିଯାଇଛନ୍ତି । ଏନେଇ ସେ ମଙ୍ଗଳବାର ଦିନ ଛତ୍ରପୁର ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଭିତ୍ତି ଏକ ମାମଲା ରୁଜୁ ହେବା ସହ ଛତ୍ରପୁର ଥାନା ଅଧିକାରୀ ଏବଂ ସାଇଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ତଦନ୍ତ ଜାରୀ ରଖିଛି ।

Leave A Reply