ଚଣ୍ଡିଖୋଲ ଟ୍ରାଫିକ ଛକରେ ମରାମତି ଆଳରେ ଦୀର୍ଘ ଦିନ ହେଲା ବାଡଦେଇ ରାସ୍ତାବନ୍ଦ : ସାଧାରଣରେ ତିବ୍ର ଅସନ୍ତୋଷ, ଅସମ୍ବାଳ ହେଉଛି ଟ୍ରାଫିକ ସମସ୍ୟା
ଚଣ୍ଡିଖୋଲ : ଦୁଇଟି ଜାତୀୟ ରାଜପଥର ସଙ୍ଗମ ସ୍ଥଳ ତଥା ପ୍ରବଳ ଜନଗହଳି ପୂର୍ଣ୍ଣ ଚଣ୍ଡିଖୋଲ ବଜାର ମଝି ଟ୍ରାଫିକ ଛକରେ ରାସ୍ତା ମରାମତି କରୁଥିବା ଠିକାଦାର ଦୀର୍ଘଦିନ ହେବ ବାଡାଦେଇ ରାସ୍ତା ବନ୍ଦ କରି ରଖିଥିବାରୁ ଏହା ବଜାଳବାସୀ,ଗାଡିମଟର ତଥା।ପଥଚାରୀଙ୍କ ପାଇଁ ନାହିଁ ନଥିବା ସମସ୍ୟା ସୃଷ୍ଟି କରିଛି! ଦୀର୍ଘ ଦିନହେବ ଏହି ସ୍ଥାନରେ ରାସ୍ତା ମରାମତି କାର୍ଯ୍ୟ ଶେଷ ହୋଇ ସାରିଥିଲେ ସୁଦ୍ଧା ସପୃକ୍ତ ଠିକାଦାର ରାସ୍ତା ମଝିରେ ଦେଇଥିବା ବାଡା ଉଠାଉ ନଥିବାରୁ ଜନ ସାଧାରଣଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି! ବିନା କାରଣରେ ଗାଡି ମଟର,ମୋଟର ସାଇକେଲ ଆରୋହି ଏପରିକି ସାଇକେଲ ଆରୋହୀ ମାନେ ସେଠାରେ ରାସ୍ତା ପାରି ହୋଇନପାରି ବଜାରର ଶେଷ ଦୁଇ ମୁଣ୍ଡକୁ ଯାଇ ରାସ୍ତା ପାର ହେଉଛନ୍ତି! କେତେକ କ୍ଷେତ୍ରରେ ଶହଶହ ଗାଡି ମଟର ଦୀର୍ଘ ୪ କିମି ଦୂର ନେଉଳପୁର ପର୍ଯ୍ୟନ୍ତ ଯାଇ ସେଠାରେ ରାସ୍ତା ପାରିହୋଇ ବିପରିତ ଦୀଗକୁ ଯିବା ଆସାବା କରୁଥିବା ଦେଖାଯାଇଛି! ଯାହାକୁ ନେଇ ଏବେ ସାଧାରଣରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି! ଏହି ବାଡାଯୋଗୁ ରାସ୍ତା।ବନ୍ଦ ହୋଇଥିବାରୁ ବଜାରର ଜନପ୍ରିୟ ପ୍ରେସ ସମ୍ମୁଖ ଓ ଆରଟିଓ ଅଫିସ ନିକଟରେ ଥିବା ଅତି ସଙ୍କୁଚିତ ଅଣ୍ଡର ପାସରେ ଏତେ ସଖ୍ୟକ ଗାଡିମଟର ଯିବା ଆସିବା କରିବା ସମ୍ବବ ହେଉନଥିବାରୁ ସମଗ୍ର ବଜାର ଅଞ୍ଚଳରେ ନାହିଁ ନଥିବା ଜାମ ସାଙ୍ଗକୁ ଅସମ୍ଭବ ଟ୍ରାଫିକ ସମସ୍ୟା ଦେଖା ଦେଉଛି! ଏପରି ସ୍ଥିତିରେ ସେହିସବୁ ସ୍ଥାନରେ ଅତି ମାତ୍ରାରେ ଭିଡଯୋଗୁ ଦୈନିକ ଏକାଧିକ ଦୁର୍ଘଟଣା ଘଟିଚାଲିଛି! ଗାଡିମଟର ଓ ମୋଟର ସାଇକେଲ ଆରୋହୀଙ୍କୁ ରାସ୍ତା ପାରି ହେବାକୁ ଘଣ୍ଟା ଘଣ୍ଟା ସମୟ ଦେବାକୁ ପଡୁଛି! ଏପରିକି ପୋଲିସ ଓ ନିଆଲିଭା ଦମକଳ ଗାଡି ମଧ୍ୟ ରାସ୍ତାପାରି ହେବାକୁ କାଠିକର ପାଠ ହେଉଛି! ୧୬ ନମ୍ବର ଜାତୀୟ ରାଜପଥ ଦୋହରିକରଣ ସମୟରେ ଚଣ୍ଡିଖୋଲ ବଜାର ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ବ୍ୟାପକ ତୃଟି ସାଙ୍ଗକୁ ପୂର୍ବରୁ ଥିବା ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ନଷ୍ଟଭ୍ରଷ୍ଟ କରି ଦିଆଯାଇଥିଲା! ଫଳରେ ସେହି ଦିନଠାରୁ ଅଦ୍ୟାବଧି ଏଠାରେ ଅସମ୍ଭବ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଚାଲିଛି! ତାହାକୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଏବେ ସପୃକ୍ତ ଠିକାଦାରଙ୍କ ମନମାନୀକୁ ସହମତି ଦେଇ ଟ୍ରାଫିକ।ଛକର ମଝି ରାସ୍ତାରୁ ବାଡା ହଟାଇବା ପରିବର୍ତ୍ତେ ଜନ ସାଧାରଣଙ୍କ ସମସ୍ୟାକୁ ଆଖିରେ ଦେଖି ମଧ୍ୟ ଚୁପ ଳହୁଥିବା ଅଭିଯୋଗ ହୋଇଛି! ଏଠାରୁ ତୁରନ୍ତ ବାଡା ହଟାଇ ଜନସାଧାରଣଙ୍କୁ ପୂର୍ବପରି ଯାତାୟାତର ସୁଯୋଗ ଦେବାକୁ ଦାବି ହୋଇଛି!