ଛତ୍ରପୁର : କରୋନା ମହାମାରୀ ଯୋଗୁଁ ଲୋକେ ମାନକିବତାକୁ ହରାଇବାକୁ ପଡୁଛିି । ସାଧାରଣରେ ମୃତୁ୍ୟ ହେଲେ ମଧ୍ୟ ମର ଶରୀରକୁ କାନ୍ଧ ଦେବା ପାଇଁ ଲୋକମାନେ ଆଗକୁ ଆସିବାକୁ ପଛାଉଛନ୍ତି । ଏଭଳି କରୋନା ଭୟାବହ ପରିସ୍ଥିତିରେ କିଛି ବ୍ୟକ୍ତିମାନଙ୍କ ମାନବିକତାକୁ ବାଦ୍ ଦେଇ ପାରିନାହିଁ । ଏହି କିଛି ବଦାନ ବ୍ୟକ୍ତିଙ୍କ ମାଧ୍ୟମରେ ଛତ୍ରପୁର ବ୍ଲକ ସୁନ୍ଦରପୁର ଗାଁର ଜଣେ ବିଧବା ମହିଳାଙ୍କ ଶବକୁ କାନ୍ଧ ଦେଇ ସମ୍ମାନର ସହ ସଂସ୍କାର ହୋଇଛି । ମିଳିଥିବା ସୂଚନାନୁସାରେ, ଜ୍ୱର, କାଶରେ ପିଡିତା ବିଧବା ମହିଳାଙ୍କ ଆଜି ସକାଳୁ ଶୋଚନୀୟ ହେବାରୁ ଆମ୍ବୁଲାନ୍ସ ଦ୍ୱାରା ଡାକ୍ତରଖାନାକୁ ନେବା ବେଳେ ରାସ୍ତାରେ ମୃତୁ୍ୟ ହୋଇଥିଲା ।
ଗାଁରେ ଶବ ପହଞ୍ଚିବା ପରେ ପୂର୍ବତନ ସମିତି ସଭ୍ୟ ଗଗନ କୁମାର ବେହେରା, ପୂର୍ବତନ ସରଫଞ୍ଚଙ୍କ ସ୍ୱାମୀ ତଥା ବିଜେଡି ଯୁବନେତା କାଳିଆ ନାହାକ ଏବଂ ଗ୍ରାମର କିଛି ଯୁବକ ଆଗବର ହୋଇ ପିପିକିଟ୍ ପରିଧାନ କରି ମୃତ ବିଧବା ମହିଳାଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ୫ ବର୍ଷ ପୂର୍ବରୁ ସ୍ୱାମୀକୁ ହରାଇବା ପରେ ଦୁଇଝିଅ ଏବଂ ଗୋଟିଏ ପୁତ୍ରକୁ ଧରି ଗାଁରେ ଛୋଟିଆ ଦୋକାନ କରି ବାକି ଜୀବନ କାଟିବା ପାଇଁ ରାହା ଖୋଜୁଥିଲେ । ଆଜି ତିନୋଟି ସନ୍ତାନକୁ ଛାଡି ବିଧବା ମହିଳା ଜଣକ ଆରପାରିକି ଚାଲି ଯାଇଛନ୍ତି । ମା’ଆରପାରିକି ଚାଲିଯିବା ପରେ ଏବେ ଭାଇ ଭଉଣୀ ତିନିଜଣ କେମିତି ଚଳିବେ ତାହାକୁ ନେଇ ଚିନ୍ତାରେ । ଏହି ସମୟରେ ଏମାନଙ୍କ ପ୍ରତି ଏକମାତ୍ର ସାହା ସରକାରୀ ସହାୟତା ଆବଶ୍ୟକ ରହିଛି ବୋଲି ବିଜେଡି ଯୁବନେତା ଶ୍ରୀ ନାହାକ କହିଛନ୍ତି ।