Odisha news

ଆନ୍ଧ୍ରା କାଳୀ ନୃତ୍ୟରେ ଝଲସିଲା ଛତ୍ରପୁର ସହର

0

ଛତ୍ରପୁର ୧୯/୦୫ : ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଗୁରୁବାର ୧୪ ଦିନରେ ପହଂଚିଛୀ । ମାଙ୍କ ଘଟ ରିକାପଲ୍ଲୀ ଡାଲଡାମିଲ୍ ନିକଟ ସାହି ପରିକ୍ରମା କରିଥିଲା । ଅସ୍ଥାୟୀ ମଣ୍ଡପ ଠାରୁ ମାଙ୍କ ଘଟ ବାହାରି ମେନ୍ ରୋଡ୍ ରିକାପଲ୍ଲୀ ବାଟ ଦେଇ ସାହିରେ ପହଂଚି ପୂଜା ପାଇଥିଲେ । ନୀଳକଣ୍ଠ ସାହି ମନ୍ଦିର ଅସ୍ଥାୟୀ ମନ୍ଦିର ନିକଟରେ ମାଙ୍କ ୯ ଟି ଘଟ ହାଣ୍ଡି ପହଂଚି ଦାମଲା ହାଣ୍ଡି ମାନଙ୍କୁ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମାଙ୍କ ଘଟ ପରିକ୍ରମା ପାଇଁ ବାହାରିଥିଲେ । ମାଙ୍କ ଘଟ ପରିକ୍ରମାରେ ଢେଙ୍କାନାଳ ଅଂଚଳର ସିଙ୍ଗ ବାଜା ଏବଂ ଆନ୍ଧ୍ରା କାଳୀ ନୃତ୍ୟରେ ଛତ୍ରପୁର ସହର ଦୁଲୁକିଥିଲା । ଯାତ୍ରା ମାନେ ତାଙ୍କ ଚରଣକୁ ହଳଦି ପାଣି, ଅଳତା ଓ ସିନ୍ଦୁର ଲଗାଇ ପୂଜାର୍ଚ୍ଚନା କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ମହିଳା ମାନେ ମାଙ୍କ ଘଟକୁ ଧାରଣ କରିଥିବା ୯ ଜଣ ପୂଜକଙ୍କ ପାଦକୁ ହଳଦି ପାଣିରେ ଧୋଇ ଅଳତା ସିନ୍ଦୁର ଲଗାଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ସାହି ପରିକ୍ରମା ବେଳେ ରାସ୍ତା ର ଉଭୟ ପାଶ୍ୱର୍ରେ ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ମାଙ୍କୁ ସ୍ୱାଗତ କରିଥିଲେ । ମାଙ୍କ ଘଟ ପରିକ୍ରମା କୁ ପାରମ୍ପରିକ ରିତୀନିତୀ ଅନୁସାରେ ସ୍ୱାଗତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର କେ. ଚନ୍ଦ୍ର ଶେଖର ରେଡ୍ଡି ଓ ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନାରେ ସହ ଯୋଗ କରିଥିଲେ ।

Leave A Reply