ଛତ୍ରପୁର ପୌର ନିର୍ବାଚନ : ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଚେୟାରମ୍ୟାନ ପାର୍ଥିନୀ ଟି. ଲଷ୍ମୀ ଓ କାଉନସିଲର ପ୍ରାର୍ଥୀ ମାନେ
ଛତ୍ରପୁର 11/3: ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ପାର୍ଥୀପତ୍ର ଯାଞ୍ଚ ସରିବା ପରେ ବିଜେଡି ପ୍ରଚାରରେ ଆଗୁଆ ରହିଥିବା ଜଣାପଡିଛିl ଛତ୍ରପୁର ଏନଏସି ଅନ୍ତର୍ଗତ ୱାର୍ଡ ନଂ-୮ ରେ ବିଜେଡି ଚେୟାରମ୍ୟାନ ପାର୍ଥିନୀ ଟି. ଲଷ୍ମୀଓ ୱାର୍ଡ ନଂ-୮ କାଉନସିଲର ପାର୍ଥୀ କେ. ରମେଶ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କୁ କହି ନିଜ ସପକ୍ଷରେ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି । ପୌର ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ଏନଏସି ବିଜେଡି ଯୁବ ସଭାପତି ଟି. ଚନ୍ଦ୍ର ଶେଖର ରାଓ ।ଏହି ପ୍ରଚାର ରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ର ଉପସଭାପତି ଅହିଭୂଷଣ ସାହୁ, ଛତ୍ରପୁର ନଗର ବିଜେଡ଼ି ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ ଙ୍କ ସମେତ ବହୁ ଛାମୁଆ ନେତା ଓ କର୍ମୀମାନେ ସାମିଲ ରହିଥିଲେ