Odisha news

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ନେଇ ଛତ୍ରପୁର ଥାନାରେ ଏଫଆଇଆର ଦେଲା ବିଜେପି

0

ଛତ୍ରପୁର ୨୯/୧୨ : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ନେଇ ନବୀନ ପଟ୍ଟନାୟକ ସରକାରଙ୍କ ବିରୁଦ୍ଧରେ ଏଫଆଇଆର ଦେବା ନିମନ୍ତେ ରାଜ୍ୟ ବିଜେପି ପକ୍ଷରୁ ନିଦେ୍ର୍ଦଶ ରହିଥିବାରୁ ଏନେଇ ମଙ୍ଗଳବାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଛତ୍ରପୁର ଥାନାରେ ଏକ ଏଫଆଇଆର ଦିଆଯାଇଛି । ଏହି ଏଫଆଇଆର ପ୍ରଦାନ ବେଳେ ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢୀ, ଆଇନଜିବୀ ଗଙ୍ଗାଧର ପଣ୍ଡା ଓ ଚୈତନ୍ୟ ପ୍ରଧାନ , ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ସମ୍ପଦ ନାହାକ, ଲକ୍ଷ୍ମୀନାରାୟଣ ପଣ୍ଡା ଓ ଭିକାରୀପଲ୍ଲୀ ମଣ୍ଡଳର ସଭାପତି ପଦ୍ମଚରଣ ପରିଡାଙ୍କ ସମେତ ବହୁ ଦଳୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply