Odisha news

ଛତ୍ରପୁର : ସଟ୍ ଡାଉନ୍‌ , ସାହିକୁ ସାହି ପଇଁତରା ମାରି ସ୍ଥିତି ପରଖିଲେ ପ୍ରଶାସନିକ ଅଧିକାରୀ

0

ଛତ୍ରପୁର ୨ା୭ : ଛତ୍ରପୁର ଏନଏସିରେ ୬ ଦିନିଆ ସଟ୍ ଡାଉନ୍ ବଳବତର ରହିଛି । ଗୁରୁବାର ସଟ୍ ଡାଉନ୍‌ର ତୃତୀୟ ଦିବସରେ ମଧ୍ୟ ହାତଗଣତି ଔଷଧ ଦୋକାନ ଖୋଲା ରହିଥିବାବେଳେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଲୋକେ ଘରୁ ବାହାରିନଥିବା ଦେଖିବାକୁ ମିଳିଥିଲା । ଏହାସହିତ ରାସ୍ତା, ବଜାର ଓ ବିଭିନ୍ନ ଯାତାୟତ ପ୍ରବେଶପଥ ଖାଁ ଖାଁ ଦେଖିବାକୁ ମିଳିଥିଲା ।

ଏପଟେ ନିଷିଦ୍ଧାଂଚଳ ବାରାକ ସାହି ଓ କଳ୍ପବାସୀ ନଗର ସମେତ ବଫର ଜୋନ୍ ଘୋଷିତ ସାହିଗୁଡ଼ିକରେ ଘରକୁ ଘର ଯାଇ ସ୍କ୍ରିନିଂ ଓ କଂଟାକ୍ଟ ଟ୍ରେସିଂ ଚାଲିଛି । ଅନ୍ୟପକ୍ଷରେ ଏନଏସି ସଲଗ୍ନ ବ୍ୟାଙ୍କ କଲୋନୀରେ ଗତକାଲି ଜଣେ ପୁଲିସ କନେଷ୍ଟବଳ ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ଅଂଚଳକୁ ଅଗସ୍ତି ନୂଆଗାଁର ସରପଂଚ ପି.ସୀମାଦ୍ରି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ କଲୋନୀକୁ ମଧ୍ୟ ନିଷିଦ୍ଧାଂଚଳ ଘୋଷଣା କରିବା ସହ ଭାଗ୍ୟଲକ୍ଷ୍ମୀ ନଗର ଓ କଣମଣା ପଂଚାୟତର ତରେଇ ପାଟପୁର ଗ୍ରାମକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ଉକ୍ତ ଅଂଚଳର ଲୋକମାନେ ଘରୁ ନବାହାରିବା ନିମନ୍ତେ ମଧ୍ୟ ଅନୁରୋଧ କରାଯାଇଛି ।

ଆଜି ସମସ୍ତ ଅଂଳଚ  ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ ଏନଏସିର ବିଭିନ୍ନ ସାହି ଗଳି ପଇଁତରା ମାରି ସଟ୍ ଡାଉନ୍ ର ସ୍ଥିତି ପରଖିଥିଲେ । ସେହିପରି ଛତ୍ରପୁର ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀମାନେ ଛତ୍ରପୁର ଏନଏସିର ବିଭିନ୍ନ ସ୍ଥାନରେ କଡ଼ା ପେଟ୍ରୋଲିଂ କରି ଲୋକମାନଙ୍କୁ ଘରେ ସୁରକ୍ଷିତ ରହିବା ନିମନ୍ତେ ସଚେତନତା କରାଉଛନ୍ତି । ପ୍ରଶାସନିକ ଅଧିକାରୀମାନେ ସମସ୍ତ ନିଷିଦ୍ଧାଂଚଳ ଓ ବଫର ଜୋନ୍ ଅଂଚଳ ବୁଲି ଏହାର ଗତିବିଧି ଉପରେ ନଜର ରଖିଛନ୍ତି ।

Leave A Reply

Your email address will not be published.