Odisha news

ଛତ୍ରପୁର ଏନଏସିରେ ପୁଣି ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ

0

ଛତ୍ରପୁର ୨ା୭:  ଛତ୍ରପୁର ଏନଏସିରେ ଗତ କିଛି ଦିନ ହେଲା କିଛି ବ୍ୟକ୍ତିଙ୍କ କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଏନଏସି ବାସିନ୍ଦାମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହାୟତାରେ ଏନଏସି ପକ୍ଷରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୬ ଦିନିଆ ସଟ୍ ଡାଉନ କରିବା ସହ ନିଷିଦ୍ଧାଂଚଳ ଓ ବଫର ଜୋନ୍ ଘୋଷଣା କରାଯାଇଛି । ପୁଣି ଲୋକଙ୍କ ସୁରକ୍ଷା ନିମନ୍ତେ ଆଉ ଏକ ଉତମ କାର୍ଯ୍ୟ ହାତକୁ ନିଆଯାଇଛି ।

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିଆରଡିଏ ପିଡିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ସହଯୋଗରେ ଏନଏସି ପକ୍ଷରୁ ସମସ୍ତ ଘରକୁ ଘର ବୁଲି ପାଂଚଟି ଆରଆର ଟିମ୍ ଦ୍ୱାରା ସ୍ୱାସ୍ଥ୍ୟ ଯାଂଚ କରିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଉଛି । ଏହି ପାଂଚଟି ଟିମ୍ ଗତକାଲିଠାରୁ ଏନଏସିରେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟ ଯାଂଚ କରାଯିବ ବୋଲି ସୂଚନା ମିଳିଛି । ଏହି ଟିମ୍ ରେ ଜଣେ ମେଡିକାଲ ଅଫିସର, ଫାର୍ମାସିଷ୍ଟ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ଏନଏସିର କର୍ମଚାରୀମାନେ ରହିଥିବା ଜଣାପଡ଼ିଛି ।

Leave A Reply