Odisha news

ଅମାନିଆଙ୍କ ଠାରୁ ଜରିମାନା ଆଦାୟ କଲା ଗଂଜାମ ଓ ବ୍ରହ୍ମପୁର ପୁଲିସ

0
ଛତ୍ରପୁର୨/୭: କଥାରେ ଅଛି ମୋତେ ଯେତେ ମାଠୁଛୁ ମାଠେ , ମୁଁ ସେହି ଦରପଡା କାଠେ । ଗଂଜାମ ଜିଲ୍ଲାରେ କିଛି ଅମାନିଆ ଅବୁଝାଙ୍କ ପାଇଁ ଏହି ଉକ୍ତିଟି ଲଗାଇଲେ ବୋଧେ ହୁଏ ଭୁଲ ହେବ ନାହିଁ । ଜିଲ୍ଲାରେ ପଜିଟିଭଙ୍କ ହୁ ହୁ ହୋଇ ବୃଦ୍ଧିକୁ ଦୃଷ୍ଟିରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅନଲକ୍ -୨ ରେ କେତେ ଗୁଡାଏ ନୁଆ ନୀୟମ ଜିଲ୍ଲା ପାଇଁ ଲାଗୁ କରାଯାଇଛି ।
ଲୋକଙ୍କ ସୁରକ୍ଷା କୁ ଦୃଷ୍ଟି ରଖି ଜିଲ୍ଲାପାଳ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ ଡାଉନ ଘୋଷଣା କରଯାଇଛି । ନିଷିଦ୍ଧାଳ ଓ ବଫର ଜୋନ ଅଂଚଳ ସମେତ ସଟ ଡଉନ କରି ରଖିଥିବା ସହରାଳ ଗୁଡିକରେ ନୀୟମମୁତାବକ ରହିବାକୁ ଲୋକମାନଙ୍କୁ କୁହାଯାଇଛି । ହେଲେ ସରକାଙ୍କ ନୀୟମ ପାଳନ କରିବାରେ ଏବେ ବି କିିଁ ଲୋକ ଅବୁଝା ଓ ଅମାନିଆ ହେଉଛନ୍ତି । ଏଣୁ ସେମାନଙ୍କୁ ସାବାଡ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ସେମାନଙ୍କୁ ଅଟକାଇ ତାଙ୍କଠାରୁ ଜରିମାନା ଆଦାୟ କରାଯାଉଛି ।
ଏପରିକି କି ଅସାଧୁ ମଦ ବେପାରୀ ଲୁଚାଚୋରା ରେ ମଦ ବିକ୍ରି କରିବା ପାଇଁ ମଧ୍ୟ ପଛ ଘୁା ଦେଉନାହାନ୍ତି । ଏହି କ୍ରମେ ଗଂଜାମ ପୁଲିସ ଜିଲ୍ଲା ପକ୍ଷରୁ ଚୋରା ମଦ ଜବତ ସହ ମାସ୍କ ପରିଧାନ, ରାତିରେ ବୁଲିବା ଓ ଗାଡି ଚଳାଚଳ ଆଦି ନିୟମକୁ ଉଲ୍ଲଘଂନ କରିଥିବା ଅବସରରେ ୫୬ହଜାର ୧୦୦ଟଙ୍କା ଜରିମାନା ଜୁଲାଇ ୧ ତାରିଖ ସକାଳ ୬ରୁ ଜୁଲାଇ ୨ ତାରିଖ ସକାଳ ୬ ମଧ୍ୟରେ ଆଦାୟ କରାଯାଇଛି । ଏହାସହ ଚୋରାମଦ କାରାବାର ନେଇ ୧୨ଟି କେସ ରୁଜୁ କରାଯାଇ ୬୭୪.୫ ଲିଟର ଜବତ କରାଯାଇଛି । ଏହି ବାବଦରେ ୧୩ଜଣ ଅଭିଯୁକ୍ତଙ୍କ ଗିରଫ କରାଯାଇଛି ।
ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲା ପକ୍ଷରୁ କରୋନା ନୀୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ଜୁଲାଇ ୧ ତାରିଖ ସକାଳ ୬ ରୁ ଜୁଲାଇ ୨ ତାରିଖ ସକାଳ ୬ ମଧ୍ୟରେ ୨ଲକ୍ଷ ୧ହଜାର ୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ସେଥି ମଧ୍ୟରୁ ନୀୟମ ଉଲ୍ଲଘଂନ କରି ଗାଡି ଚଲାଇବା ବ୍ୟକ୍ତି ମାନଙ୍କ ଠାରୁ ୮୫ହଜାର ୭୦୦ଟଙ୍କା , ମାସ୍କ ପରିଧାନ ନକରିଥିବା ବ୍ୟକ୍ତି ମାନଙ୍କ ଠାରୁ୧ଲକ୍ଷ୧୨ହଜାର ୨୦୦ଟଙ୍କା ଏବଂ ବାହାରେ ଛେପ ପକାଇଥିବା ବ୍ୟକ୍ତି ମାନଙ୍କ ଠାରୁ ୩ହଜାର ୫୦୦ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଥି ସହ ଚୋରା ମଦ କାରବାର ଉପରେ ଚଢଉ କରି ସେମାନଙ୍କ ଠାରୁ ମଦ ଜବତ କରାଯାଇ ଆସାମୀ ମାନଙ୍କୁ ଗିରଫ କରାଯାଇଛି ।
Leave A Reply

Your email address will not be published.