Odisha news

ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର: ଶିକ୍ଷକ ଗୁରୁତର

0

ଛତ୍ରପୁର,୨୯/୧୨ : ରେଗୁଲାଟରେ ତ୍ରୁଟି ନେଇ ରୋଷେଇ କରୁଥିବା ବେଳେ ଛତ୍ରପୁର ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ଫାଟି ଶିକ୍ଷକ ଗୁରୁତର ଘଟଣା ଘଟିଥିବା ସୂଚନା ମିଳିଛି । ଶିକ୍ଷକ ଜଣକ ଗଞ୍ଜାମ ହାଇସ୍କୁଲର ରବୀନ୍ଦ୍ର ନାଥ ନେପାକ(୪୬) ବୋଲି ଜଣାପଡିଛି । ସେ ଛତ୍ରପୁର ନୂଆ ପୁଲିସଲାଇନ୍ ସ୍ଥିତ ରାମକୃଷ୍ଣନଗର ସାହିର ଉପେନ୍ଦ୍ର ତ୍ରିପାଠୀଙ୍କ ଉପର ମହଲାରେ ଭଡାରେ ରହୁଥିଲେ । ରବୀନ୍ଦ୍ର ଘରେ ଭିତରେ ରୋଷେଇ କରୁଥିବା ବେଳେ ଗ୍ୟାସ୍ ସିିଲିଣ୍ଡର ଫାଟିବାରୁ ଏହି ଦୁର୍ଘଟଣା ଘଟିଥିଲା ।

ରବୀନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସମସ୍ତ ଅଷ୍ଟାଙ୍ଗ ଶରୀରେ ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ସମୟରେ ପତ୍ନୀ ଓ ପିଲାମାନେ ଘର ବାହାରେ ଥିବା ଯୋଗୁଁ ସେମାନେ ଅଘଟଣରୁ ବର୍ତ୍ତିଥିଲେ । ଏଣେ ଘରର ବେଡ୍ରୁମ୍, ରୋଷେଇ ଘର ଏବଂ ଡାଇନିଂ ରୁମ୍ରେ ଥିବା ସମସ୍ତ ଆସବାବପତ୍ର ସଂପୂର୍ଣ୍ଣ ନଷ୍ଟ ହୋଇଥିଲା । ଏହି ଘଟଣାକୁ ନେଇ ପଡୋଶୀମାନେ ଭୟଭୀତ ହୋଇପଡିଥିଲେ । ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

 

Leave A Reply