ଗଂଜାମ ଜିଲ୍ଲା ଜିପିଏଲଏଫ କର୍ମଚାରୀ ସଂଘର ଜରୁରୀ ବୈଠକ : କ୍ୟାଡର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ
ଛତ୍ରପୁର,୨୭/୧୨ : ସରକାରଙ୍କ ବିନା ଗାଇଡ ଲାଇନ ଅନୁଯାୟୀ (ବିନା ନୋଟିସ) ରେ ରଙ୍ଗେଇଲୁଣ୍ଡା , ଗଂଜାମ ଓ ଛତ୍ରପୁର ବ୍ଲକର ପ୍ରାଣୀ ମିତ୍ର ଓ କୃଷି ମିତ୍ର(ପୁରୁଷ) କମ୍ୟୁନିଟି କ୍ୟାଡର ମାନଙ୍କୁ ଛଟେଇ କରାଯାଇଥିବା ହେତୁ ଆଜି ଛତ୍ରପୁର ନିକଟ ତାମ୍ପରା ହ୍ରଦ ନିକଟରେ ଗଂଜାମ ଜିଲ୍ଲାର ସମସ୍ତ କମ୍ୟୁନିଟି କ୍ୟାଡର ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିପିଏଲଏଫ କର୍ମଚାରୀ ସଂଘର ରାଜ୍ୟ ସଭାନେତ୍ରୀ ନିରୂପମା ନାୟକ, ସମ୍ପାଦିକା ମନରମା ମାହୁନ୍ତ, ଉପସଭାନେତ୍ରୀ ବନିତା ବାରିକ ଓ କୋଷାଧ୍ୟକ୍ଷ ନିରୁପମା ମହାନ୍ତି ପ୍ରମୁଖ ଯୋଗଦେଇ ତିନୋଟି ବ୍ଲକର ପ୍ରାଣୀମିତ୍ର ଓ କୃଷି ମିତ୍ର (ପୁରୁଷ) ମାନଙ୍କୁ ଯେଉଁ ବିନା ଗାଇଡ ଲାଇନ ଅନୁସାରେ ଛଟେଇ କରାଯାଇଛି ତାହାକୁ ନିନ୍ଦା କରିଛନ୍ତି ।
ଏଥି ନିମନ୍ତେ ସୋମାବାର ଦିନ ବିଭିନ୍ନ ଦାବି ସମ୍ପର୍କରେ ଡିଆରଡିଏ ପିଡି , ଡିପିଏମ , ବିଡିଓ ଏବଂ ବିପିଏମ ମାନଙ୍କୁ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯିବ । ସପ୍ତାହ ଭିତରେ ଦାବି ଗୁଡିକ ପୂରଣ ନହେଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଅନୁଷ୍ଠିତ ବୈଠକରେ ସର୍ବସମ୍ମତ୍ତି କ୍ରମେ ଗୃହୀତ ହୋଇଛି । ସମସ୍ତ କ୍ୟାଡର ମାନେ ସେମାନଙ୍କ ହକ୍ ନିମନ୍ତେ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବେ । ଦରକାର ପଡିଲେ ରାଜରାସ୍ତା ଓହ୍ଲାଇବୁ ବୋଲି ମଧ୍ୟ ରାଜ୍ୟ ନେତୃବୃନ୍ଦ ମାନେ ଚେତବାନୀ ଦେଇଛନ୍ତି ।
ଓଡିଶା ଜିବିକା ମିଶନ ଆନୁକୂଲ୍ୟରେ କାର୍ଯ୍ୟରତ ସିଆରପି , ଏମବିକେ, କୃଷି ମିତ୍ର , ପ୍ରାଣୀମିତ୍ର ଓ ବ୍ୟାଙ୍କ ମିତ୍ର (କମ୍ୟୁନିଟି କ୍ୟାଡର) ମାନେ ଦିନରାତି ଏକ କରି କାର୍ଯ୍ୟ କରିଆସୁଥିଲେ ସୁଦ୍ଧା କେତକ କ୍ୟାଡର ମାନଙ୍କ ୮/୯ ମାସ ହେଲା ଦରମା ମିଳିନାହିଁ । କରୋନା ମହାମରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଛନ୍ତି । ତେଣୁ ଯେ ଚକ୍ରାନ୍ତ ଚଲାଇ ପ୍ରାଣୀ ଓ କୃଷି ମିତ୍ର (ପୁରୁଷ) କମ୍ୟୁନିଟି କ୍ୟାଡର ମାନଙ୍କୁ ଛଟେଇ କରାଯାଇଛି ।
ଏଣୁ ଏହାର ମୁକାବିଲା କରିବା ନିମନ୍ତେ ସିଆରପି , ଏମବିକେ, କୃଷି ମିତ୍ର , ପ୍ରାଣୀମିତ୍ର ଓ ବ୍ୟାଙ୍କ ମିତ୍ର (କମ୍ୟୁନିଟି କ୍ୟାଡର) ମାନଙ୍କୁ ନେଇ ଗଂଜାମ ଜିଲ୍ଲା ଜିପିଏଲଏଫ କର୍ମଚାରୀ ସଂଘ ନାମରେ ଏକ ସଂଗଠନ ପୂର୍ବରୁ ଗଠନ କରାଯାଇଛି । କ୍ୟାଡର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପ୍ରଶାସନର ସହିତ ଏହି ସଂଘ ଆଲୋଚନା କରିବା ନିମନ୍ତେ ରାଜ୍ୟ ନେତୃବୃନ୍ଦଙ୍କ ଉପସ୍ଥିତ ରେ ରବିବାର ଗଂଜାମ ଜିଲ୍ଲା ଜିପିଏଲଏଫ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ କରାଯାଇଛି । ଜିଲ୍ଲା ସଭାନେତ୍ରୀ ଭାବେ ପୁଷ୍ପାଜଂଳି ନାୟକ( ପ୍ରାଣୀମିତ୍ର) , ଉପସଭାନେତ୍ରୀ ଗଣେଷ ବେହେରା(କୃଷି ମିତ୍ର), ସମ୍ପାଦିକା ଗୀତା ପ୍ରଧାନ (ସିଆରପି) , ଯୁଗ ସମ୍ପାଦିକା ସରମିଳା ମଣ୍ଡଳ (କୃଷିମିତ୍ର ) ଓ କୋଷାଧ୍ୟକ୍ଷ ଭାବେ ମୀନତି ଦଳେଇ (ଏମବିକେ) ମନୋନୀତ ହୋଇଛନ୍ତି । ଏହି ବୈଠକରେ ଗଂଜାମ ଜିଲ୍ଲାର ସମସ୍ତ ସିଆରପି , ଏମବିକେ, କୃଷି ମିତ୍ର , ପ୍ରାଣୀମିତ୍ର ଓ ବ୍ୟାଙ୍କ ମିତ୍ର (କମ୍ୟୁନିଟି କ୍ୟାଡର) ମାନେ ସାମିଲ ଥିଲେ ।