Odisha news

୮୦ ଆଡୁ ସାଗୁଆନ୍ ଓ ଶାଳ କାଠ ପଟା ଜବତ

0

ଛତ୍ରପୁର,୮/୯ : ଛତ୍ରପୁର ବ୍ଲକ ହୁମର ଗ୍ରାମର ଏକ ଖୋଲା ଘର ଭିତରେ ୮୦ ଆଡୁ (ଟିଏଫଟି) ସାଗୁଆନ୍ ଓ ଶାଳ କାଠ ପଟାକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି ।

ଚୋରା କାଠ ଚାଲଣ ହେଉଥିବା ସଂକ୍ରାନ୍ତରେ କୌଣସି ସୂତ୍ରରୁ ସୂଚନା ପାଇ ଜିଲ୍ଲା ବନ ବିଭାଗ ଅଧିକାରୀ ଅମ୍ଲାନ୍ ନାୟକଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବନ ବିଭାଗ ଡିଭିଜନ ମୋବାଇଲ୍ ଟିମର ରେଞ୍ଜ୍ ଅଫିସର କାହ୍ନୁ ଚରଣ ପଟ୍ଟନାୟକ, ଏସିଏଫ୍ ଅଶୋକ ବେହେରା, ଛତ୍ରପୁର ବନ ଅଧିକାରୀ ଘରମଣୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ହୁମର ଗ୍ରାମରେ ଚଢଉ କରି ଉକ୍ତ ଚୋରା କାଠ ପଟାକୁ ଜବତ କରାଯାଇଛି । ଏହାର ଆକଳନ ମୂଲ୍ୟ ପ୍ରାୟ ଦେଢଲକ୍ଷ ଟଙ୍କା ହେବ ।

ଗ୍ରାମର ଏକ ଖୋଲା ଘର ଭିତରେ କାଠ ଥିଲା କାହାର କିଏ ଏଥିରେ କେଉଁ ବ୍ୟକ୍ତିଙ୍କ ସଂପୃକ୍ତ ଏନେଇ ତଦନ୍ତ ଜାରି ରହିଛି ବୋଲି ଛତ୍ରପୁର ବନ ଅଧିକାରୀ ଶ୍ରୀମତି ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply