ଛତ୍ରପୁର,8/9 (DILLIP PANIGRAHY) : ଗଂଜାମ ଆରଟିଓ ଭାବେ ମଙ୍ଗଳବାର  ବିକାଶ ଚୌଧୁରୀ  ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ବାଲେଶ୍ୱର  ଜିଲ୍ଲାର  ଆରଟିଓ  ଭାବେ କାର୍ଯ୍ୟ କରୁଥିଲେ ।  1991ମସିହାରେ ଚାକିରି କାଳ ଆରମ୍ଭ କରି  ଯାଜପୁର ଓ ରାଉଲକେଲା ଜିଲ୍ଲାରେ ପରିବହନ ବିଭାଗର ବିଭିନ୍ନ ପଦବିରେ କାର୍ଯ୍ୟ କରିଛନ୍ତି ।

ଆଜି ଶ୍ରୀ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିବା ପରେ ଗଂଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିବହନ  ବିଭାଗର ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ସହ ଲୋକ କିପରି ବିଭାଗର  କୋଣସି କାର୍ଯ୍ୟ ରେ ଅସୁବିଧା ର ସମ୍ମୁଖୀନ ନହେବେ ସେଥି ସକାଶେ ଧ୍ୟାନ ଦିଆଯିବ ବୋଲି କହିଥିଲେ  । ଦାୟିତ୍ୱ ନେବା ପରେ ତାଙ୍କୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here