Odisha news

ବରିଷ୍ଠ ନାଗରିକ ତୀର୍ଥ ଯୋଜନା: ୫ଜିଲ୍ଲାରୁ ଯିବେ ୧ହଜାର ତୀର୍ଥଯାତ୍ରୀ : ଗଞ୍ଜାମ ଜିଲ୍ଲାରୁ ଯିବେ ୫୪୮ ତୀର୍ଥ ଯାତ୍ରୀ 

0
ଛତ୍ରପୁର,୩/୧୦: ଓଡିଶା ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ୫ଟି ଜିଲ୍ଲାରୁ ୧ହଜାର ବରିଷ୍ଠ ନାଗରିକ ଦେଶର ବିଭିନ୍ନ ସ୍ଥାନକୁ ଯିବେ ତୀର୍ଥ କରିବାକୁ । ଗଞ୍ଜାମ ଜିଲ୍ଲାରୁ ୫୪୮ ଜଣ, ଗଜପତିରୁ ୯୦, କନ୍ଧମାଳରୁ ୧୧୪, ବୈଦ୍ଧ ରୁ ୬୮ ଓ ନୟାଗଡରୁ ୧୫୦ ଜଣ ଏହି ତ୍ରିର୍ଥ ଯାତ୍ରାରେ ବାହାରିବେ । ସେଥି ମଧ୍ୟରୁ ଗଞ୍ଜାମ ଜିଲାରୁ ୫୪୮ ଜଣ ମଧ୍ୟରୁ ଜଣେ ଲେଖାଏଁ ୩୧୨ ଓ ୨୩୬ ଦମ୍ପତ୍ତି ଯିବେ । ପ୍ରଥମ ତୀର୍ଥ ଯାତ୍ରା ଅକ୍ଟୋବର ୩୧ରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖରେ ସରିବ । ଏହି ସମୟରେ କନ୍ୟାକୁମାରୀ ଓ ତ୍ରିଭେନ୍ଦ୍ରମ ସ୍ଥାନକୁ ତୀର୍ଥଯାତ୍ରୀ ଯିବେ । ସେହିପରି ଦ୍ୱିତୀୟ ତୀର୍ଥଯାତ୍ରା ଜନାୁଆରୀ ୧୭ ତାରିଖରୁ ଆରମ୍ଭ ୨୨ତାରିଖ ରେ ସରିବ । ଏହି ସମୟରେ ବାରଣାସୀ ଓ ପ୍ରୟାଗରାଜ ସ୍ଥାନକୁ ତୀର୍ଥଯାତ୍ରୀ ଯିବେ । ଏଥି ନିମନ୍ତେ ୩୦ଜଣ ଏସ୍କର୍ଟ ଅଫିସର ନିଯୁକ୍ତି ହୋଇଛନ୍ତି । ଏନେଇ ମଙ୍ଗଳବାର ଗଂଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରୁ ବ୍ଲକ ତରଫରୁ ଯେଉଁ ସବୁ ତାଲିକା ଆସିଛି ପୁଣି ତାହା ଯାଂଚ କରିବାକୁ କୁହାଯାଇଛି । ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ସେମାନଙ୍କ ସମସ୍ତ ସ୍ୱାସ୍ଥ୍ୟ ଯାଂଚ କରିବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ଗୋଟିଏ ଦିନ ପୂର୍ବରୁ ବ୍ରହ୍ମପୁର ଆସିବେ । ସେଠାରେ ସମସ୍ତ ବ୍ୟବସ୍ଥା ରହିବ । ପ୍ରତ୍ୟେକ କ୍ଷେତ୍ର ପାଇଁ ଗୋଟେ ଗୋଟେ ନୋଡାଲ ଅଫିସର ରହିବେ । ଗଞ୍ଜମ ଜିଲାରୁ ପ୍ରତି ବ୍ଲକରୁ ଯେଉଁ ସବୁ ବରିଷ୍ଠ ନାଗରିକ ଆସିବେ ସେମାନଙ୍କ ପାଇଁ ବସ ବ୍ୟବସ୍ଥା କରାଯିବ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶିତୋଷ କୁଲକର୍ଣ୍ଣୀ , ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ପର୍ଯ୍ୟଟ୍ଟନ ଅଧିକାରୀ ବିନୋଦ ବେହେରା, ଆରଟିଓ ମାନସ ରଞ୍ଜନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମଙ୍କ ସମେତ ବିଡିଓ, ଏନଏସି ନିର୍ବାହି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply