Odisha news

ଗ୍ରାମଉନ୍ନୟନ ବିଭାଗରେ ଟେଣ୍ଡେର ପ୍ରକ୍ରିୟାରେ ବ୍ୟାପକ ଜାଲିଆତି , କୋଟି କୋଟି ଟଙ୍କା ହରିଲୁଟ

0

ଚଣ୍ଡୀଖୋଲ,(Benu panda) ଯାଜପୁର ଜିଲ୍ଲାର ଜାରକା ଗ୍ରାମ ଉନ୍ନୟନ ଡିଭଜନ ଅଧିନରେ ଟେଣ୍ଡେର ପ୍ରକ୍ରିୟାରେ ବ୍ୟାପକ ହେରଫେରି କରାଯାଇ କୋଟି କୋଟି ଟଙ୍କା ଲୁଟିଲୁଟ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି । ମହାମାରୀ  କରୋନା ଭୟରେ  ଯେତେବେଳେ ସାରା ଦେଶ ତଥା ରାଜ୍ୟ ଥର ହର ହେଉଥିଲ ଲୋକମାନେ ନିଜ ଜୀବନ ବଞ୍ଚାଇବା କୁ ସଂଗ୍ରାମ କରୁଥିଲେ ।ରାଜ୍ୟ ସରକାର ଜନସାଧାରଣଙ୍କୁ ଏହି ମହାମାରୀରୁ ରକ୍ଷା କରିବାକୁ ଲକ ଡାଉନ, ସଟ ଡାଉନମାନ ଘୋଷଣା କରିଥିଲେ । କି କୌଣସି ଲୋକ ବାହାରକୁ ନ ଆସି ଘରେ ରହିଲେ ଏହି ସଂକ୍ରମଣରୁ ରକ୍ଷା ପାଇବେ  ଓ ଏହା ଆଉ ଅଧିକ ସଂକ୍ରମଣ ହୋଇପାରିବ ନାହିଁ ।ସେଇଥିପାଇଁ ସମସ୍ତ ନିର୍ମାଣଧିନ କାର୍ଯ୍ୟ ବନ୍ଦ କରି  ସରକାରୀ ଅଫିସରମାନଙ୍କୁ କୋଭିଡି 19 କାର୍ଯ୍ୟ ରେ ନିୟୋଜିତ କରିଥିଲେ ।

ଠିକ ସେହି ସମୟରେ  ଜାରକା ଗ୍ରାମଉନ୍ନୟନ ବିଭାଗର କିଛି ଦୁର୍ନୀତି ଖୋର ଲୁଟେରା ଅଫିସର ଯେଉଁ ମାନଙ୍କ ନାମରେ ଆଗରୁ ମିଥ୍ୟା ବିଲ କରିବା  ଓ ଠିକାଦାର ମାନଙ୍କ ସହ କାର୍ଯ୍ୟ ରେ  ଭାଗିଦାରୀ ହେବା ଅଭିଯୋଗମାନ ଅଛି । ଯେଉଁମାନଙ୍କ ପାଇଁ ଜାରକା ଗ୍ରାମଉନ୍ନୟନ ଅଫିସ ସାରା ରାଜ୍ୟରେ ବଦନାମ ହୋଇଛି ।ସେମାନେ ରାଜନେତାଙ୍କ ହାତବାରିସ ହୋଇ 7 ବର୍ଷ ରୁ ଉର୍ଦ୍ଧ୍ବ ସମୟ ଏହି ଅଫିସରେ ରହି ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି । ସେହିଭଳି କିଛି ନିମ୍ନ ଚିନ୍ତା ଧାରା ଅଫିସର ମାନେ ଏହି ବୀପତ୍ତି ସମୟରେ ସରକାରଙ୍କ ଅର୍ଥ ତୋଷଣ କରିବା ପାଇଁ ଚକ୍ରାନ୍ତ କରିଥିଲେ ।ଏବଂ କୃତ୍ତକାର୍ଯ୍ୟ ମଧ୍ୟ  ହୋଇଥିଲେ ଯାହାକି ସୂଚନା ଆଇନ ବଳରେ ତଥ୍ୟ ପଦାକୁ ଆସିଛି । ଯଥା  online ଟେଣ୍ଡେର ନ ଡାକି offline ଟେଣ୍ଡେର କରି ଠିକାଦାର ଙ୍କ ସହ ଭାଗିଦାରୀ ସାଜିବା , ଗୋଟିଏ ରାସ୍ତା ର କାର୍ଯ୍ୟ ଚାଲୁରହିଥିଲେ ସୁଦ୍ଧା  ସେହି ରାସ୍ତା ରେ ଆହୁରୀ କାମ ପାଇଁ ଟେଣ୍ଡେର ଆହ୍ବନ କରିବା, ମାତ୍ର ସାତ ଦିନମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରିବା , ଗୋଟିଏ ଠିକାଦାର ଙ୍କ ନାମରେ ଗୁପ୍ତଟେଣ୍ଡେର ଜରିଆରେ ଏକାଧିକ କାମ ଦେବା ଏହିପରି ବହୁ ଅନିୟମିତତା ଯାହାକି ଟେଣ୍ଡେର ପ୍ରକ୍ରିୟାର ଆଇନି ବାହାରେ ।ଯଥା  ପଲାଇ ଭରତପୁର ରାସ୍ତା ର କାମ ଚାଲୁରହିଥିବାବେଳେ ସେହି ରାସ୍ତା ରେ ଆହୁରି4 ଥର ଟେଣ୍ଡେର କରାଯାଇଥିଲା ।ପ୍ରଥମେ 17 ,02,2020  ତାରିଖରେ  ତ୍ରିଲୋଚନ ମହାନ୍ତିଙ୍କ ନାମରେ 2,21,353 ଟଙ୍କାର କାମ ଦିଆଯାଇଥିଲା ।

କାମ ଶେଷ କରିବା ତାରିଖ ଥିଲା 16,03,2020,  ଏହି କାମ ଚାଲୁ ଥିଲାବେଳେ ପୁଣି ଦ୍ୱିତୀୟ ଥର ମାତ୍ର ଦଶ ଦିନ ମଧ୍ୟରେ27,02,2020 ତାରିଖରେ  ସେହି ରାସ୍ତାରେ  ମୀନକେତନ ସ୍ୱାଇଁ ନାମକ ଠିକାଦାରଙ୍କୁ  4,86,949 ଟଙ୍କା ର କାମ ଦିଆଗଲା ।ଏହି କାମ 31,03,2020 ତାରିଖରେ ସରିବା କଥା ।ପୁଣି ତ୍ରୁୟୀୟ ଥର ଏହି ରାସ୍ତା ରେ 03,03,2020 ତାରିଖରେ ମାତ୍ର ସାତ ଦିନ ମଧ୍ୟରେ ତ୍ରିଲୋଚନ ମହାନ୍ତି ଙ୍କ ନାମରେ 4,37,685 ଟଙ୍କାର କାମ ଦିଆଗଲା ।ଏହି କାମ ସରିବା ତାରିଖ ଥିଲା ସେହି 31,03,2020   ପୁଣି ଚତୁର୍ଥ ଥର 23,03,2020,ତାରିଖରେ ସେହି ରାସ୍ତାରେ ସେହି ତ୍ରିଲୋଚନ ମହାନ୍ତିଙ୍କ ନାମରେ 4,27,612,ଟଙ୍କାର କାମ ଦିଆଗଲା ।କାମ ସାରିବାର ଶେଷ ତାରିଖ ସେହି 31,03,2020,ଥିଲା ।

ଏଥିରୁ ସହଜରେ ଅନୁମାନ କାରିହେଉଛି କିପରି ଗୋଟିଏ ରାସ୍ତାକୁ ଛୋଟ ଛୋଟ ଟେଣ୍ଡେର କରି ଟଙ୍କା ହଡପ କରିଛନ୍ତି ।ଏଠାରେ ପ୍ରଶ୍ନ ଉଠେ କଣ  କାମ କରିବାର ମାତ୍ର 7 ଦିନ  10 ଦିନ ମଧ୍ୟରେ ରାସ୍ତା ଟି ନଷ୍ଟ ହୋଇଯାଇଥିଲା ଯେ ପୁଣି ଟେଣ୍ଡେର  ଡକାଗଲା । ଯଦି ସେ ରାସ୍ତାର କାମ ଆବଶ୍ୟକ ଥିଲା କାହିଁକି ଏକା ଥରେ online ମାଧ୍ୟମରେ ଗୋଟିଏ ଟେଣ୍ଡେର ଡକାଗଲା ନାହିଁ  ? ସେହିପରି  ଆପ୍ରୋଜେ ରୋଡ ଅମରାବତୀ ଟୁରିଷ୍ଟ ପ୍ଲେସ   19,52,138,ଟଙ୍କାର ଟେଣ୍ଡେର ଡକା ଯାଇଥିଲା ଏହାକୁ ଠିକାଦାର ପରଶ ରାମ ମଲ୍ଲିକ ନେଇ କାମ କରିଥିଲେ। କାମ31,10,2019,ଆରମ୍ଭ ହୋଇ 02,03,2020ତାରିଖରେ ସାରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ।

ଏବଂ ଯେଉଁ ଦିନ ଏହି କାମ ସରିଲା ସେହି 02,03,2020, ତାରିଖରେ ଏହି ରାସ୍ତା ଉପରେ ଆଉ ଦୁଇଟି କାମ ଦିଆଗଲା  ଶତ୍ରୁଘନ ସାମଲ ଙ୍କ ନାମ ରେ 3,95,279ଟଙ୍କା ଓ ଲିପିକା ମହାନ୍ତି ଙ୍କ ନାମରେ 1,76,978,ଟଙ୍କାର  ଏଠି ମଧ୍ୟ ସେହି ପ୍ରଶ୍ନ ।କଣ ଟେଣ୍ଡର କାମ ସରିବା ଦିନ ହିଁ ସେହି ରାସ୍ତା ଟି କାମ ମାଗିଲା ,ଯଦି କାମ ରାସ୍ତା ରେ ଦରକାର ଥିଲା  ତାହେଲେ କାହିଁକି ଗୋଟିଏ online ଟେଣ୍ଡେର କରାଗଲାନାହିଁ ।ପ୍ରକୃତରେ ରାସ୍ତା ରେ କାମ କରାଗଲା ନା ସେହି ଟଙ୍କା ହରିଲୁଟ କରି ପକେଟ ରେ ପୁରାଇ ମିଛରେ କାଗଜ କଲମରେ ଦେଖାଯାଉଛି ।ଉଦୟନଗର କଦମପାଳ ରାସ୍ତା ଉପରେ 5 ଥର ଏହିପରି କରାଯାଇଛି। ଚଣ୍ଡୀଖୋଲ ସବ ଡିଭିଜନରେ ଯେତେ ଗୁଡିଏ ରାସ୍ତା ଅଛି ସବୁ ରାସ୍ତା ରେ ଏହିପରି 4 ଥର 5ଥର ଛୋଟ ଛୋଟ ଟେଣ୍ଡେର ଜରିଆରେ  ଟଙ୍କା ହରିଲୁଟ ହୋଇଛି ।

ସେହିପରି 2019/20 ରେ ଜାରକା ଡିଭିଜନର ଆସିଥିବା  D ଟାଇପ କ୍ୱାଟର, E ଟାଇପ କ୍ୱାଟର ,F ଟାଇପ କ୍ୱାଟର,  ଧର୍ମଶାଳା ପୋଲିସ ଥାନା,IIC କ୍ୱାଟର, OIC କ୍ୱାଟର, S I କ୍ୱାଟର, ଅଫିସ  କ୍ୱାଟର, ଧର୍ମଶାଳା ରେଜେଷ୍ଟ୍ରି ଅଫିସ,ଜେନାପୁର PHC   ,ପୋଲିସ କ୍ୱାଟର ,  ଜାରକା ଡିବିଜନରେ ଯେତେ କ୍ୱାଟର  ଟେଣ୍ଡେର  ହେଲା  ।କିପରି 3 ଜଣ ଠିକାଦାର ଏହି କାମ ପାଇଲେ ।ଜାରକା ରେ ଏତେ ଗୁଡାଏ କଣ୍ଟ୍ରାକ୍ଟର ଥାଉଁ ଥାଉଁ କିପରି offline ଟେଣ୍ଡେର କରି   1 ସୁଦର୍ଶନ ବେହେରା ,2 ଅନନ୍ତ କିଶୋର ସାହୁ,3 ପାର୍ଥ ସାରଥୀ ପାଢ଼ୀଙ୍କୁ ପ୍ରାୟ 20ଟି କାମ ଦିଆଯାଇଥିଲା ।ଯାହାର ମୂଲ୍ୟ 50ଲକ୍ଷରୁ ଉର୍ଦ୍ଧ୍ବ ହେବ ।ସବୁ କାମ 29,02,2020 ଆରମ୍ବ ହୋଇ 28,03,2020  ଶେଷ ହେବାପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ।ଏଠି ପ୍ରଶ୍ନ ଉଠେ  ଏହି ତିନି ଜଣ କିପରି ସମସ୍ତ  ବିଲଡିଙ୍ଗ କାମ ପାଇଲେ ।ପ୍ରକୃତ ଟେଣ୍ଡେର ହୋଇଛି ନା ଖାଲି ମିଛରେ ।

ଯଦି ଟେଣ୍ଡେର ଡକାଯାଇଥାନ୍ତା ।ତାହେଲେ ଅନ୍ୟ କଣ୍ଟ୍ରାକ୍ଟରମାନେ ଏହି ଟେଣ୍ଡେର ରେ ଭାଗ ନେଇ ଥାନ୍ତେ । କଣ କାହାରି କାମ ନ ହୋଇ ଏହି ତିନିଜଣ ଙ୍କର ସବୁ ବିଲଡିଂଙ୍ଗ କାମ ହୋଇଗଲା ।  ଏହା ତଦନ୍ତ ସାପେକ୍ଷ ।ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ନିଜେ ଏହାର ତଦନ୍ତ କରିବେ ତାହେଲେ ଏହାର ପ୍ରକୁତ ସତ୍ୟାସତ ପ୍ରକାଶ ପାଇବ ବୋଲି ସାଧାରଣ ରେ ଦାବି ହୋଇଛି ।

Leave A Reply