ଡ୍ରାଇଭରର ବେପରୁଆ ଗାଡି ଚାଳନା ହିଁ ବାରବାଟି ବସ ଦୁର୍ଘଟଣାର ମୁଖ୍ୟ କାରଣ : ୪୯ ଆହତଙ୍କ ମଧ୍ୟରୁ,୩୧ ଡିଶ୍ଚାର୍ଜ,ବସର ଦୁଇ ଡ୍ରାଇଭର ଏବେବି ଫେରାର
ଚଣ୍ଡିଖୋଲ,୧୬/୦୪ : ଯାଜପୁର ଜିଲ୍ଲାର ବାରବାଟି ଠାରେ ସୋମବାର ରାତିରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାର ପ୍ରକୃତ କାରଣ ଏବେ ସ୍ପଷ୍ଟ ହୋଇଛି! ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ଅନୁଧ୍ୟାନ ପରେ ବସ ଡ୍ରାଇଭରର ବେପରୁଆ ଓ ତୃଟିପୂର୍ଣ ଗାଡି ଚାଳନା ପାଇଁ ଏହି ହୃଦୟ ବିଦାରକ ଦୁର୍ଘଟଣା ଘଟିଥିବା ଜଣାପଡିଛି! ରାଜ୍ୟ ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସିଧା ସଳଖ ଏହି ସୂଚନା ଦେଇଛନ୍ତି!ଶ୍ରୀ ସେଠୀଙ୍କ ସୂଚନା ଅନୁଯାଇ ଦୁର୍ଘଟଣା ଗ୍ରସ୍ତ କାଳିଆ ନନା ବସର ଆରସି, ପରମିଟ,ଫିଟନେସ ସହ ସମସ୍ତ କାଗଜପତ୍ର ଠିକଥିଲା! ଏପରିକି ଦୁର୍ଘଟଣା ସମୟରେ ବସର କୌଣସି ଯାନ୍ତ୍ରିକ ତୃଟି କିମ୍ବା ରାସ୍ତାର ବୈଷୟିକ ତୃଟି ପରିଲକ୍ଷିତ ହୋଇନଥିବା ଅନୁଧ୍ୟାନ ସମୟରେ ଦେଖାଯାଇଥିଲା ବୋଲି ଶ୍ରୀ ସେଠୀ ସ୍ପଷ୍ଟ କରିଛନ୍ତି! ତେବେ ଏହି ବସରେ ୪୦ଜଣ ସିଟିଂ, ୧୦ ଜଣ ସ୍ଲିପିଂ ଓ ଜଣେ ଡ୍ରାଇଭରକୁ ମିଶାଇ ମୋଟ ୫୧ ଜଣ ଯାତ୍ରା କରିବାକୁ ପରମିଟ ରହିଥିଲା ବେଳେ ତା’ଠାରୁ ୭ରୁ୮ଜଣ ଅଧିକ ଯାତ୍ରା କରୁଥିବା ନେଇ ପରିବହନ ବିଭାଗର ପ୍ରାଥମିକ ଅନୁସଂନ୍ଧାନରୁ ଜଣାପଡିଛି! ଉକ୍ତ ବସଟି ଦୃତଗତୀରେ ଯାତ୍ରା କରୁଥିଲାବେଳେ ଜାରକା ନିକଟ ବ୍ରାହ୍ମଣୀ ପୋଲ ଅତିକ୍ରମକରିବା ପରେ ବାରବାଟି ଛକ ନିକଟରେ ଅନ୍ୟ ଏକ ଗାଡିକୁ ଓଭରଟେକ କରିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା! ରାସ୍ତା କଡ ବାଡାରେ ପିଟିହୋଇ ଓଭରବ୍ରିଜର ପ୍ରାୟ ୨୫ ଫୁଟତଳକୁ ଖସିପଡି ଚୁରମାର ହୋଇଯିବା ଫଳରେ ଘଟଣା ସ୍ଥଳରେ ୩ଜଣ ଓ ଧର୍ମଶାଳା ଡାକ୍ତରଖାନାରେ ଆଉ ଦୁଇ ଜଣ ଏପରି ମୋଟ ୫ଜଣ ଙ୍କର ମୃତ୍ୟୁ ଘଟିଥିଲା! ଏଥିସହ ମୋଟ ୪୯ଜଣ ଆହତ ହୋଇଥିଲେ! ଆହତଙ୍କ ମଧ୍ୟରୁ ୨୮ଜଣ ପୁରୁଷ,୧୬ଜଣ ମହିଳା ଓ ୫ଜଣ ଛୋଟପିଲା ରହିଥିବା ଜଣାପଡିଛି! ଏମାନଙ୍କ ମଧ୍ୟରୁ ୩ଜଣ ପ୍ରାଥମିକ ଚିକିତ୍ସା ପରେ ଧର୍ମଶାଳା ଡାକ୍ତରଖାନାରୁ ଘରକୁ ଫେରିଥିଲା ବେଳେ ଅନ୍ୟ ୪୬ ଜଣ ଆହତଙ୍କୁ ସୋମବାର ରାତିରେ ୧୬ଟି ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା! ସେଠାରେ ଆବସକୀୟ ଚିକିତ୍ସା ପରେ ସୁସ୍ଥତା ଅନୁଭବ କରିବାରୁ ୨୮ ଜଣଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଡିଶ୍ଚାର୍ଜ କରାଯାଇଛି! ଅବଶିଷ୍ଟ ୨୮ ଜଣ ଯାତ୍ରୀ ଏବେ ଗୁରୁଥର ଅବସ୍ତାରେ କଟକ ମେଡିକାଲରେ ଚିକିତ୍ସାଧିନ ଳହିଛନ୍ତି! ଏହି ୧୮ ଜଣଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ତା ଜଟିଳ ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଥିବା ଜଣାପଡିଛି! କଟକ ମେଡିକାଲରୁ ମଙ୍ଗଳବାର ଦିନ ଡିଶ୍ଚାର୍ଜ ହୋଇଥିବା ୨୮ଜଣଙ୍କ ମଧ୍ୟରୁ ପ୍ରାୟ ୨୫ଜଣଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ବସଯୋଗେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି! ଦୁର୍ଘଟଣା ଗ୍ରସ୍ତ ବସର କଣ୍ଡକ୍ଟର ଓ ହେଲପରଙ୍କୁ ଠାବ କରାଯାଇଛି! ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ତା ଭଲଥିଲା ବେଳେ ଦୁର୍ଘଟଣା ପରେ ବସରେ ନିଯୁକ୍ତଥିବା ଦୁଇଜଣ ଡ୍ରାଇଭର ଫେରାର ହୋଇଯାଇଥିବା ଜଣା ପଡିଛି! ଗାଡିଚାଳନାରେ ତୃଟି ଓ ପରମିଟ ଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ପରିବହନ କରୁଥିବା କାରଣରୁ ବସର ଡ୍ରାଇଭର ଓ ମାଲିକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି!
