ଚଣ୍ଡିଖୋଲ : ଯାଜପୁର ଜିଲାର ଜାରକା କବଟାବନ୍ଧ ମୁଖ୍ୟ ରାସ୍ତାର ଝାସିବର ଠାରେ ଥିବା ମଟଗୁଞ୍ଜର ସୁଇସ୍ ଗେଟ୍ ଭାଙ୍ଗିଯାଇଥିବାରୁ ଏହା ତିନୋଟି ପଂଚାୟତର ୨୦ ହଜାର ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି । ଏହି ସୁଇସ୍ ଗେଟ୍ର ଦୁଇଟି କବାଟ ଭାଙ୍ଗିଯିବାରୁ ସେହି ବାଟ ଦେଇ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପାଖା ପାଖି ଥିବା ଗ୍ରାମ ଓ ଜମିକୁ ପ୍ରବଳ ଭାବେ ମାଡ଼ି ଆସିଛି ।
ଫଳରେ ପାଖା ପାଖି ୮ଶହ ଏକର ଧାନ ଜମି ଓ ୨ଶହ ଏକର ପରିବା ଜମି ଉପରେ ୧୦ଫୁଟ୍ର ବନ୍ୟା ଜଳ ମାଡ଼ି ରହିଛି । ଗତ ୮ ଦିନ ହେବ ବନ୍ୟା ଜଳ ଜାଷ ଜମିକୁ ବୁଡ଼ାଇ ଦେଇଥିବାରୁ ଫସଲ ସମ୍ପୁଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି । ନଦୀ ଜଳକୁ ଆବଶ୍ୟକ ସ୍ଥଳେ ଚାଷ ଜମିରେ ଉପଯୋଗ କରିବା ପାଇଁ ଏହି ସୁଇସ ଗେଟ ନିର୍ମାଣ ହୋଇଥିଲା ।
ମଝିରେ ପାଣି ନଥିଲା ବେଳେ ଉଦ୍ବୃତ ବର୍ଷା ଜଳକୁ ଏହି ସୁଇସ୍ ଗେଟ୍ ମାଧ୍ୟମରେ ନଦୀକୁ ନିଷ୍କାସନ କରାଯାଇଥାଏ । ଏବଂ ଯେତେବେଳେ ବର୍ଷା ଅଭାବ ଦୋଖାଦିଏ ସେତେବେଳେ ସୁଇସ୍ ଗେଟ୍ ମାଧ୍ୟମରେ ନଦୀରୁ ପାଣି ଆଣି ଚାଷ ଜମିରେ ମଡ଼ାଯାଇଥାଏ । କିନ୍ତୁ ଏହି ବନ୍ୟା ସମୟରେ ସୁଇସ୍ ଗେଟ୍ ଭାଙ୍ଗି ଯାଇଥିବାରୁ ୍ତାହା ଜଗତପୁର-ଜେନାପୁର ହୋଇଲେବୁଲ କେନାଲ ବ୍ୱ୍ାହ୍ମଣୀ ନଦୀ ଉଭୟ ଜଳ ଏକାକାର ହୋଇଯାଇଛି ।
ପ୍ରବଳ ଜଳକୁ ପ୍ରତିବନ୍ଧକ ନଥିବାରୁ ଏହା ବନ୍ଧ ବାଡ଼ ଭାଙ୍ଗି ନଦୀ ପାଖରେ ଥିବା ବରହମପୁର, ତେଲଷଣ୍ଡା, ଘାସିବର, କୁସୁନପୁର ଗ୍ରାମଗୁଡ଼ିକୁ କ୍ଷତି ପହଂଚାଇବା ସହ ପାଖା ପାଖି ୮ଟି ମୌଜାର ଚାଷ ଜମିକୁ ବିଶେଷ କ୍ଷତି ପହଂଚାଇଛି । ଯୁଦ୍ଦକାଳୀନ ଭିତରେ ଏହି ସୁଇସ୍ ଗେଟ୍ର ମରାମତି ଓ କ୍ଷତିଗସ୍ତ ଚାଷଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହୋଇଛି ।