ବାରିପଦା : ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ଅମରଆତ୍ମାଙ୍କ ପ୍ରତି ସମ୍ମାନ ଜଣାଇ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୁଇମିନିଟ୍ ନୀରବପ୍ରାର୍ଥନା କରାଯାଇଥିଲା । ଭାରତର ପୂର୍ବତନ ରାଷ୍ଟ୍ରପତି, ଦେଶର ଅର୍ଥ, ବାଣିଜ୍ୟ, ବୈଦେଶିକ, ସ୍ୱରାଷ୍ଟ୍ର ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟକରି ସ୍ୱର୍ଗତ ମୁଖାର୍ଜୀ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ବହୁମୁଖୀ ପ୍ରତିଭାକୁ ପ୍ରତିପାଦିତ କରିପାରିଛନ୍ତି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ ପ୍ରଜ୍ଞା ପାରମିତା ଜେନା ମତବ୍ୟକ୍ତ କରିବାସହ ତାଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି । ପ୍ରାରମ୍ଭରେ ଶିକ୍ଷକ ଅମିତାଭ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଶିକ୍ଷକ ଅମୂଲ୍ୟ କୁମ୍ଭକାର, ରାଜୀବ ଲୋଚନ ଜେନା, ବିଜୟ ନାଥ, ଉପେନ୍ଦ୍ର ନାଥ ବେହେରା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏସକେ ଲାଇକୁଦ୍ଦିନ୍ ଓ ପ୍ରଜ୍ଞା ପାରମିତା ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।