Odisha news

ବିଛାଖଣ୍ଡି କଳାପଥର ଖାଦାନ ଲିଜ ଦେଲେ ଆନେ୍ଦାଳନ ହେବ

0

ଚଣ୍ଡିଖୋଳ : ପ୍ରତିଶୃତିରୁ ଓହରିଯାଇ ଜିଲ୍ଲା ପ୍ରଶାସନ ବିଛାଖଣ୍ଡି କଳାପଥର ଖାଦାନକୁ ଲିଜ ଦେବାପାଇଁ ଜନଶୁଣାଣି ତାରିଖ ଘୋଷଣା କରିଥିବାର ଏହାର ଦୃଢ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯଦି ବିଛାଖଣ୍ଡି ପାହାଡ ନିଲାମ ଦିଆଯାଏ ତାହେଲେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଆଗାମୀ ଦିନରେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆସନ୍ତା ୨୮ ତାରିଖରେ ଧର୍ମଶାଳା ବ୍ଲକ ମର୍ଜିତାପୁର ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ହେବ ବୋଲି ଜଣାପଡିବା ପରେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତ୍ରିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ମୁତାବକ ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡରେ ୱାଗନ ଡ୍ରିଲ ବନ୍ଦ କରିବା ତଥା ଲିଜ ଠାରୁ ମାତ୍ରାଧିକ କଳାପଥର ଉତୋଳନ ବନ୍ଦ କରିବା ଦାବିରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଆନେ୍ଦାଳନ ଓ ଧାରଣା ଦିଆଯାଇଥିଲା । ସେତେବେଳେ ଏହି ଆନେ୍ଦାଳନକୁ ରାଜନୈତିକ ନେତୃବୃନ୍ଦ ତଥା ସାମାଜିକ କର୍ମୀ ମାନେ ସମର୍ଥନ ଜଣାଇଥିଲେ ।

ଗତ ମାର୍ଚ୍ଚ ମାସରେ ଆନେ୍ଦାଳନର ଉଗ୍ରରୁପ ଦେଖି ସ୍ଥାନୀୟ ପ୍ରଶାସନ ଓ ପୁଲିସ ଆନେ୍ଦାଳନକାରୀଙ୍କ ସହ ବ୍ୟାପକ ଆଲୋଚନା କରି ୱାଗନ ଡ୍ରିଲ ବନ୍ଦ କରିବା ତଥା ଲିଜ ଠାରୁ ମାତ୍ରାଧିକ କଳାପଥର ଉତୋଳନ ଉପରେ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହାଛଡା ଖଣି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ତଦନ୍ତ ପାଇଁ ମଧ୍ୟ ଆନେ୍ଦାଳନକାରୀ ମାନେ ଦାବି ରଖିଥିଲେ । ସେହିପରି ବୋର ବ୍ଲାଷ୍ଟିଂ ଦ୍ୱାରା ଜଳସ୍ତର ହ୍ରାସ ପାଇବା, ଭୂତଳ ଜଳ ପ୍ରଦୁ୍ୟଷିତ ହେବା ମେଗା କ୍ରସର ଦ୍ୱାରା ପରିବେଶ ପ୍ରଦୁଷଣର ରାଜସ୍ୱ ବିଭାଗ ଓ ପ୍ରଦୁଷଣ ବିଭାଗ ତଦନ୍ତ କରିବା ଉକ୍ତ ଦାବିର ମଧ୍ୟ ଏକ ଅଂଶ ବିଶେଷ ଥିଲା । ହେଲେ ପ୍ରଶାସନ ପ୍ରତିଶୃତିରୁ ଓହରିଯାଇ କଳାପଥର ଖାଦାନ ନିଲାମ ଦେବାକୁ ଜନଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଆନେ୍ଦାଳନର ନେତୃତ୍ୱ ନେଉଥିବା ବନମାଳୀ ରାଉତ, ଶରତ ସେଠୀ, ଜ୍ଞାନରଂଜନ ବାଉଳ, ଅକ୍ଷୟ ସେଠୀ, ଧନେଶ୍ୱର ରାଉତ, ଦିଲିପ କୁମାର ରାଉତ, ସତ୍ୟାନନ୍ଦ ପାଣି, ଡମ୍ବରୁଧର ମଲ୍ଲ, ବାସୁଦେବ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ବିଛାଖଣ୍ଡି କଳାପଥର ଖାଦାନରୁ କଳାପଥର ଉତୋଳନ ଯୋଗୁଁ ଜନସାଧାରଣଙ୍କ ଜୀବନ ଦୁର୍ବିସହ ହୋଇପଡୁଛି । ଅଂଚଳର ନଳକୂପ ଶୁଖିଯାଉଛି ଯେଉଁଥିରୁ ଅଳ୍ପକିଛି ପାଣି ବାହାରୁଛି ତାହା ପିଇବା ଅନୁପଯୁକ୍ତ ।

ବିଶୁଦ୍ଧ ପାନୀୟ ଜଳ ନପାଇ ଲୋକେ କିଡନୀ, ଯକ୍ଷ୍ମା ତଥା ବିଭିନ୍ନ ଚର୍ମ ରୋଗର ଶୀକାର ହେଉଛନ୍ତି । ୱାଗନ ବ୍ଲାଷ୍ଟିଂ ଦ୍ୱାରା ଛୋଟବଡ ପଥର ଖଣ୍ଡ ଲୋକଙ୍କ ଚାଷ ଜମିରେ ପଡି ‘ସଲ ନଷ୍ଟ ହେଉଛି । ଲିଜଧାରୀ ମାନେ ଅନାବଶ୍ୟକ ପଥର ମିଶା ମାଟିକୁ ଗୋଚର ଜମିରେ ଗଦା କରିବା ଦ୍ୱାରା ଗୋଚର ଜମି ନଷ୍ଟ ହେବା ସହ ଗୃହପାଳିତ ପଶୁମାନେ ଘାସ ପଡିଆ ପାଉନାହାନ୍ତି । କିଛି ପଥର ମା‘ିଆଙ୍କ ଦ୍ୱାରା ପ୍ରଶାସନ ପରିଚାଳିତ ହୋଇ ଯଦି ବିଛାଖଣ୍ଡି କଳାପଥର ଖାଦାନକୁ ଲିଜ ଦିଏ ତେବେ ଆଗାମୀ ଦିନରେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply