Odisha news

୭ଟି ପଥର ଖଣି ପାଇଁ ଜନ ଶୁଣାଣି ଶେଷ

0

ଚଣ୍ଡିଖୋଲ : ଯାଜପୁର ଜିଲା ଧର୍ମଶାଳା ତହସିଲର ବଳରାମପୁର-୨ ଆର.ଆଇ ସର୍କଲ ଅନ୍ତର୍ଗତ ଋଣିବର ଓ ସାହାଣିଡ଼ିହ ମୌଜାରେ ଥିବା ୪୨.୩୪ ହେକ୍ଟର ଅନ୍ତର୍ଗତ ୫ଟି ପଥର ଖଣି ପାଇଁ ଆଜି ପୁରୁଣା ବଉଳମାଳ ସ୍ଥିତ ରାଜୀବସେବା କେନ୍ଦ୍ର ପରିସରରେ ଜନ ଶୁଣାଣ ହୋଇଯାଇଛି । ତେବେ ଧର୍ମଶାଳା ଅଂଚଳର ରହିଥିବା ଖଣି ଖାଦାନଗୁଡ଼ିକରୁ ଲିଜ୍ଧାରୀମାନେ କୋଟି କୋଟି ଟଙ୍କାର ପଥର ବୋହି ନେଉଥିଲା ବେଳେ ଅଂଚଳର ବିକାଶ ପାଇଁ ଟଙ୍କାଟିଏ ଖର୍ଚ୍ଚ କରୁନଥିବାରୁ ତାହାକୁ ଅଂଚଳବାସୀ ବିରୋଧ କରିଥିଲେ ।

ଏଥି ସହ ପାହାଡ଼ରେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିସ୍ପୋରଣ ଘଟାଇ ପଥର ଭଙ୍ଗା ଯାଉଥିôାରୁ ତାହା ସ୍ଥାନୀୟ ୨୦ ଟି ଗ୍ରାମର ପକ୍କା ଓ କଚା ଘର ପାଇଁ ବିପଦ ସୃଷ୍ଟି କରୁଥିବାରୁ ପାହାଡ଼ରେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିସ୍ପୋରଣ କରି ପଥର ଭଙ୍ଗା କାର୍ଯ୍ୟକୁ ଲୋକେ ବିରୋଧ କରିଥିଲେ । ତେବେ ସରକାରୀ ନିୟମ ଭିତରେ ଲୋକମାନଙ୍କ ଜୀବନ ଜୀବିକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଖଣି ଖନନ କରିବା ପାଇଁ ଲୋକେ ଦାବୀ କରିଥିଲେ ।

କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନ ଶୁଣାଣିରେ ଜିଲା ପରିବେଶ ଅଧିକାରୀ ପ୍ରପ୍ରୋଦ କୁମାର ବେହେରା, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ନାୟକଙ୍କ ସହ ଅନେକ ଅଧିକାରୀ ଯୋଗ ଦେଇଥିଲେ ।

IEC 2 years
Leave A Reply