Odisha news

ରାସ୍ତା କଡରେ ଅସହାୟ ଅବସ୍ତାରେ ଘୁଷୁଡୁଥିଲେ ମହିଳା ଥଇଥାନର ବ୍ୟବସ୍ଥା କଲେ ବାବା ଦିବାକର

0

ବିରିଡି ; କଟକ-ନୂଆଗାଁ ୫୫ ନଂ ଜାତୀୟ ରାଜଥ କଡରେ ଅତି ଅସହାୟ ଅବସ୍ତାରେ ଜଣେ ପରିଚୟ ହିନ ମହିଳା ଘୁଷୁଡି ଘୁଷୁି ଯାଉଥିବାର ଦେଖି ଓଡିଆ ଭାଗତ କଥା ପ୍ରଚାରକ ବାବା ଦିବାକର ଦାସ ମହାରାଜ ତାଙ୍କର ଥଇଥାନ ବ୍ୟବସ୍ଥା କରିଥିଲେ ।

ଗୁରୁବାର ଦିନ ଅପରାହ୍ନରେ ବାବା ଶ୍ରୀ ଦାସ ଙ୍କ ନେତୃତ୍ୱରେ ସମାଜସେବୀ ରଂଜିତ ଦାସ, କଟକ ସ୍ଥିତ ସ୍ୱପ୍ନ ଫାଉଣଣ୍ସନର କର୍ମକର୍ତା ସୁଧାଂଶୁ ପାତ୍ର, ବିଜୟ ପାତ୍ର, ସୁଦିପ୍ତ ସାହୁ ଓ ଅନ୍ୟମାନ୮୍କ ସହାୟତାରେ ସ୍ଥାନୀୟ ଦୋଗଛିଆ ବଜାର ନିକରୁ ଉକ୍ତ ମାନସୀକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରାଯାଇ ସେବକ ଜିରାଶ୍ରମ ପହଂଚାଇ ଯାଇଥିଲେ ।

ଏଥିରେ ଉକ୍ତ ଅଂଚଳର ଧୂଷାସନ ସାହୁ ଓ ଅନ୍ୟମାନେ ସହେଯାଗ କରିଥିଲେ । ପ୍ରକାଶ ଯେ ମହିଳା ଜଣଙ୍କ ଦିର୍ଘ ଦିନ ହେବ ରାସ୍ତା କଡରେ ଘୁଷୁରୁଥିବା ଖବର ବ୍ଲକ ପ୍ରଶାସନ ସିଡିପିଓ ଜିଲ୍ଲା ସ୍ତରିୟ ଅଧିକାରୀଙ୍କ ପାଖରେ ଥିଲେ ମଧ୍ୟ ସେମାନେ କେହି ଏଥିପ୍ରତି ଧ୍ୟାନ ଦେଇନଥିଲେ । ତେବେ ବାବା ଦିବାକର ଦାସ ଓ ଫାଉଣ୍ଡେସନ କର୍ମକର୍ତା ଏହି ମହାନ କାର୍ଯ୍ୟ ପାଇଁ ଅଂଚଳବାସୀ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply