କୁଶୁନପୁରର ଜଙ୍ଗଲ ଓ ନିଶିଦ୍ଧ ପାହାଡରୁ ଦୈନିକ ଲୁଟ ହେଉଛି କୋଟିଏ ଟଙ୍କାର କଳାପଥର : ବନବିଭାଗ ଆଖିରେ ଅନ୍ଧପୁଟୁଳି,ପରିବେଶ ଧ୍ୱଂସ
ଚଣ୍ଡିଖୋଲ/ଚଡେଇଧରା : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ତଥା କଟକ ବନଖଣ୍ଡର ବୈରୀ ଡାଳିଯୋଡା ବନାଞ୍ଚଳ ଅଧିନ ଗଡମଧୁପୁର ସେକଶନର କୁଶୁନପୁର ସଂରକ୍ଷିତ ଜଙ୍ଗଲ କିଶମ ପାହାଡ ଓ ତତ୍ ସଂଲଗ୍ନ ନିଶିଦ୍ଧ ଜଙ୍ଗଲ ଜମିରୁ ଆଖିବୁଜା ବେଆଇନ କଳାପଥର ଲୁଟ ଚାଲିଛି! ପାହାଡ ପାଖରେ ଥିବା ବଡବଡ କ୍ରସର ମାଲିକଙ୍କ ପ୍ରୋତ୍ସାହନରେ ଏହି ସଂରକ୍ଷିତ ଜଙ୍ଗଲରୁ ଦୈନିକ ଲୁଟ ହେଉଛି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର କଳାପଥର! ମାଫିଆମାନେ ଜଙ୍ଗଲ ଓ ପରିବେଶ ଧ୍ୱଂସକରି ଡେନାମାଇଟ ଦ୍ୱାରା ପାହାଡ ଫଟାଇ ବଡବଡ ମେସିନ ସାହାଯ୍ୟରେ ଦିନରାତି ଏଠାରୁ କଳାପଥର ଉତ୍ତୋଳନ କରୁଛନ୍ତି! ଉତ୍ତୋଳିତ ଏହି ଚୋରା ପଥରକୁ ପାଖ କ୍ରସର ମାଲିକମାନେ ଟ୍ରକ ଓ ଟ୍ରାକ୍ଟର ଦ୍ୱାରା ବୋହିନେଇ ନିଜନିଜ କ୍ରସର ଗୁଡିକରେ ତାହାକୁ କଞ୍ଚାମାଲ ଭାବେ ବ୍ୟବହାର କରି ଚିପ୍ସ,ବଜୁରି ପ୍ରଭୃତି ପ୍ରସ୍ତୁତ କରୁଛନ୍ତି! ଚୋରା ପଥର ବ୍ୟବହାର ହେଉଥିବାରୁ ବିନା ଟ୍ରାଞ୍ଜିଟପାସ,ବିନା ଆର ଫର୍ମ,ବିନା ଜିଏସଟିରେ କ୍ରସର ମାଲିକମାନେ ସେହି ଚିପ୍ସକୁ ବଡବଡ ହାଇଉଆରେ ବାହାରକୁ ଚାଲାଣ କରୁଛନ୍ତି! ଚୋରା ପଥର ଓ ବିନା କାଗଜପତ୍ରରେ ଏଠାରେ ଦୈନିକ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ତିପ୍ସ ବିକ୍ରି ହେଉଥିଲେ ସୁଧା ସରକାର ଏ ବାବଦରେ ଟଙ୍କାଟିଏ ମଧ୍ୟ ରାଜସ୍ୱ ପାଉନାହାନ୍ତି! ଏହି ପଥର ଚୋରା କାରବାର ଯୋଗୁ ଉକ୍ତ ସଂରକ୍ଷିତ ଜଙ୍ଗଲ କିଶମ ପାହାଡଳ ଦେଢଶହ ଏକରରୁ ଉର୍ଦ୍ଧ୍ବ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋବା ସାଙ୍ଗକୁ ପ୍ରାକୃତିକ ପରିବେଶ ଧ୍ୱଂସ ପାଇଗଲାଣି! ଡେନାମାଇଟ ଦ୍ୱାରା ପଥର ଫଟା ଯାଉଥିବାରୁ ଓ ବଳ ପୂର୍ବକ ଜଙ୍ଗଲ ନଷ୍ଟ କରାଯାଉ ଥିବାରୁ ଏହି ପାହାଡ ଓ ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କ ଜୀବନ ବିପର୍ଣ୍ଣ ହେଉଛିି! ବହୁ ସମୟରେ ଏହି ଜଙ୍ଗଲି ଜୀବଜନ୍ତୁ ମାନେ ପଥର ଚାପା ଓ ବିସ୍ଫୋରଣରେ ମୃତାହତ ହେଉଛନ୍ତି! ଏପରି ବେଆଇନ କାମ ଏଠାରେ ନୀତିଦିନୀଆ ଘଟଣା ହୋଇଥିଲେ ମଧ୍ୟ ଜଙ୍ଗଲ ଭିଭାଗ ସବୁ ଜାଣି ଅଜଣା ସାଜିଛି! କେବଳ ଧର୍ମକୁ ଆଖିଠାର ନିତିରେ ଏହି ସଂରକ୍ଷିତ ଜଙ୍ଗଲ ଓ ପାହାଡରେ ୧୪୪ ଧାରା ଯାରୀ ଏହାକୁ ନିଶିଦ୍ଧ ଅଞ୍ଚଳବୋଲି ଘୋଷଣା କରି ଜଙ୍ଗଲ ବିଭାଗ ଓ ଯାଜପୁର ଜିଲ୍ଲା ପ୍ରଶାସନ ଚୁପହୋଇ ବସିଯିବା ଦେଖାଯାଇଛି! ଏପରିକି ପଥରଚୋରୀ ଓ ଜଙ୍ଗଲ ନଷ୍ଟକୁ ପ୍ରୋତ୍ସାହନ ଦେଇ ଏହି ଲୁଟରେ ସିଧାସଳଖ ସାମିଲ ଥିବା ଉକ୍ତ ସଂରକ୍ଷିତ ଜଙ୍ଗଲ ଓ ପାହାଡ ପାଖ କ୍ରସର ଗୁଡିକ ଉପରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି କିମ୍ବା ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଦାୟର ହେଉନି! କେବଳ ଆଖି ଦେଠାଣିଆ ଭାବେ ସେହିସବୁ କ୍ରସରକୁ ସିଲ କରାଗଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି! ହେଲେ ପ୍ରଶାସନିକ ଘୋଷଣାର କେଇଘଣ୍ଟା ପରେ ପୁଣି ଏଠାରେ ପଥରଲୁଟ ଓ କ୍ରସର ଚାଲୁଥିବା ଦେଖାଯାଉଛି! ଏଠାରେ ୧୫ଟିରୁ ଉର୍ଦ୍ଧ୍ବ କ୍ରସର ଦିନରାତି ପଥର ପେସି ଉତ୍ପାଦିତ ସାମଗ୍ରୀକୁ ବାହାରକୁ ବିନା କାଗଜ ପତ୍ରରେ ଚାଲାଣ କରୁଥିଲେ ମଧ୍ୟ ଦିନଟିଏ ମଧ୍ୟ ଖଣି ଓ ପରିବେଶ ବିଭାଗ,ଜିଏଷ୍ଟି,ପୋଲିସ ,ତହସିଲ ବା ଜଙ୍ଗଲ ବିଭାଗ ଅଧିକାରୀ ମାନେ ତାହାର ତନଖି କରୁନଥିବା ଅଭିଯୋଗ ହୋଇଛି! ସ୍ଥାନୀୟ ଲୋକେ ଏହି ମାଫିଆଗିରିରେ ତ୍ରାହି ତ୍ରାହି ଡାକିବା ସହ ତୁରନ୍ତ ଏଠାରୁ ଏପରି ବେଆଇନ କାରବାରକୁ ବନ୍ଦକରିବା ସହ ଜଙ୍ଗଲ ପରିବେଶକୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି!