ବେଆଇନରେ ଚାଲିଥିବା ଶତାଧିକ କଳାପଥର ଖଣିରେ ୧୪୪ ଜାରି ହେଲା ସତ : ହେଲେ ଖଣିରେ ଗଛିତ ହଜାର ହଜାର ଟନ ପଥର ଜବତ ହେଲାନି,ଲୁଟ ହେଉଛି ରାତିଦିନ
ଚଣ୍ଡିଖୋଲ,୧୦/୦୬ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ବିନା ଲିଜରେ ଶତାଧିକ କଳାପଥର ଖଣିରେ ସମ୍ପୂର୍ଣ୍ଣ ବେଆଇନ ଭାବେ ହଜାର ହଜାର କୋଟି ଟଙ୍କାର ପଥର ଚୋରି ଓ ଶହଶହ କୋଟି ଟଙ୍କାର ସରକାରୀ ଟିକସ ଫାଙ୍କି ଘଟଣା ପଦାରେ ପଡିବା ପରେ ଏହି ବହୁ ଚର୍ଚ୍ଚିତ ତଥା ଶତାବ୍ଦୀର ସବୁଠାରୁ ବଡ ଲୁଟପାଟକୁ କିପରି ରୋକାଯାଇ ପାରିବ ସେଥିନେଇ ଜିଲ୍ଲା ତଥା ତହସିଲ ପ୍ରଶାସନ ଚେଷ୍ଟା ଚଳାଇଛନ୍ତି! ହେଲେ ପ୍ରଶାସନ ଏହି ଚୋରି ରୋକିବା ପାଇଁ ବାଟ ବାହାର କରୁଥିଲା ବେଳେ ମାଫିଆମାନେ ଚୋରି ପାଇଁ ଆଉ ଗୋଟିଏ ବାଟ ବାହାର କରୁଥିବା ଦେଖାଯାଉଛି! ସରକାରୀ ଫାଇଲରେ ବନ୍ଦଥିବା ଲୁଣିବର ଖଣିରେ ପଥର ଚୋରି ବେଳେ ମେ ମାସ ୩୦ ତାରିଖ ରାତିରେ ଜଣେ ବାଳ ଶ୍ରମିକ ସହ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା! ଗୋଟିଏ ପଟେ ଲୁଣିବର ଖଣିରେ ଏହି ଘଟଣା ଘଟିଥିଲେ ମଧ୍ୟ ତାହାକୁ ଭୃଖେପ ନକରି ଠିକ ସେହି ସମୟରେ ବିଛାଖଣ୍ଡିର କ୍ରସର ମାଲିକ ଓ ନିର୍ଦ୍ଦିଷ୍ଟ ଜଣେ ଦୁଇଜଣ ଲିଜଧାରୀ ସେମାନଙ୍କ ଲିଜ ଖଣିରୁ ପଥର ନ ଉଠାଇ ସେଠାରେ ଥିବା ପାହାଡ ଓ ନିଶିଦ୍ଧ ଖଣି ଗୁଡିକରୁଆଖିବୁଜା ପଥର ଚୋରି କରୁଥିବା ଦେଖାଯାଇଥିଲା! ଏହି ଅଘଟଣ ପରେ ପ୍ରଶାସନ ଚେତିବାସହ ଦୀର୍ଘଦିନ ଧରି ପଥର ଚୋରି ଚାଲିଥିବା ଉକ୍ତ ତହସିଲର ଲୁଣିବର ଓ ବିଛାଖଣ୍ଡି ସମେତ ସମସ୍ତ ବେଆନ ଖଣିରେ ଜୁନମାସ ୭ ତାରିଖ ଦିନ ୧୪୪ ଧାରା ଜାରିକରି ମାଇକଯୋଗେ ପ୍ରଚାରକରି ସମସ୍ତଙ୍କୁ ସଚେତନ ଓ ସତର୍କ କରିଥିଲେ! ହେଲେ ବିଡମ୍ବନାର ବିଷୟ ଯେଉଁ ସବୁ ବେଆଇନ ଖଣିରେ ୧୪୪ ଧାରା ଜାରି କରାଗଲା ସେହିସବୁ ଖଣିରେ ବ୍ଳାଷ୍ଟିଙ୍ଗ କରାଯାଇ ଗଛିତ ରହିଥିବା ଓ ସେହିସବୁ ବେଆଇନ ଖଣି ନିକଟ କ୍ରସର ଗୁଡିକରେ ଗଛିତଥିବା ହଜାର ହଜାର ଟନ କଳାପଥରକୁ ପ୍ରଶାସନ ସିଜ କରିନଥିଲା କି ସେଠାରେ କେତେ ପରିମାଣର ବେଆଇନ ପଥର ଗଛିତ ଅଛି ତାହା ଆକଳନ କରିନଥିଲା! ଯାହା ଏବେ ବିଶେଷକରି ବିଛାଖଣ୍ଡିର ପଥରଚୋର ଓ ନିର୍ଦ୍ଦିଷ୍ଟ ଜଣେ ଦୁଇଜଣ କ୍ରସର ମାଲିକଙ୍କ ପାଇଁ ବରଦାନ ସଦୃଶ ହୋଇଛି! ସେମାନେ ଗଛିତ ଥିବା ଏହି ଶତାଧିକ କୋଟି ଟଙ୍କାର ପଥରକୁ ଟ୍ରକଯୋଗେ ଉଠାଇ ନେଇ ନିଜନିଜ ମେଗା କ୍ରସରେ ଦିନରାତି ବ୍ୟବହାର କରୁଥିବା ଦେଖାଯାଇଛି! ୧୪୪ ଧାରା ଜାରିପରେ ନିୟମ ଅନୁଯାଇ ସେହିସବୁ ସ୍ଥାନରେ ଥିବା ସରକାରି ସମ୍ପତ୍ତିର ଆକଳନ ଓ ତହାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବାକଥା! ହେଲେ ସ୍ଥାନୀୟ ଜେନାପୁର ଥାନା ପୋଲିସ ଏପରି ବେଆଇନ କାର୍ଯ୍ୟ ଦେଖୁଥିଲେ ମଧ୍ୟ ହାତବାନ୍ଧି ବସିଛି! ଫଳରେ ମାଫିଆମାନେ ଉତ୍ସାହିତ ହୋଇ ଗତ ୭ ତାରିଖ ଠାରୁ ଏହି କାମ କରିଚାଲିଛନ୍ତି! ଅନ୍ୟ ପଖ୍ୟରେ କେତେକ ପଥର ଚୋର ଏବେ ୧୪୪ ଜାରିଥିବା ଖଣିଗୁଡିକରୁ ପୁଣି ଫଥର ଚୋରି ମସୁଧା କରୁଥିବା ଜଣାପଡିଛି! ପୁଣି ସେମାନେ ବିଛାଖଣ୍ଡି ପାହାଡରେ ମେସିନ ଲଗାଉଥିବା ଅଭିଯୋଗ ହୋଇଛି! ଏଥିପ୍ରତି ଯାଜପୁର ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାସହ ୧୪୪ ଜାରି ହୋଇଥିବା ଖଣି ଗୁଡିକରେ ଓ ତାର ପାଖାପାଖି କ୍ରସର ଗୁଡିକରେ କେତେ ପଥର ଗଛିତ ଥିଲା ଓ ତାହା କୁଆଡେ ଯାଉଛି ତାର ଅନୁଧ୍ୟାନ କରିବା ପାଇଁ ଦାବି ହୋଇଛି!