ଢ଼େଙ୍କିକୋଟ ତା୧୦.୬. ୨୩ : କେନ୍ଦୁଝର ଜିଲ୍ଲା ସ୍ବାମପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଂଚାୟତର ଭୀମକୁଣ୍ଡ ଠାରେ ଆଜି ଏକ ସାଧାରଣ ସଭାରେ ଆମ ରାଜ୍ୟର ୫ ଟି ସଚିବ ଭି କେ ପାଣ୍ଡିୟାନ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନୁନ୍ୟ ଦଶ ହଜାର ରୁ ଅଧିକ ଲୋକ ସମାଗମ ହୋଇଥିଲା l ପ୍ରଥମେ ହେଲିପ୍ୟlଡ୍ ଅବତରଣ କରିବାପରେ ଭୀମକୁଣ୍ଡ ର ୱାଚ ଟାୱାର ପରିଦର୍ଶନ କରିଥିଲେ l ଏହାପରେ ଭୀମକୁଣ୍ଡ ପଡିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ l ସେ ତାଙ୍କର ଅଭିଭାଷଣରେ ଭୀମକୁଣ୍ଡ କୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳି ର ମାନ୍ୟତା ଦିଆଯିବ ଓ ଆହୁରି ଆକର୍ଷଣୀୟ କରାଯିବ ବୋଲି ଘୋଷଣା କରିଥିଲେ l ତେବେ ଆଜିର କାର୍ଯ୍ୟକ୍ରମରେ ପାଟଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ଜଗନ୍ନାଥ ନାୟକ କଂ ସମେତ ବହୁ ବରିଷ୍ଠ ଓ କନିଷ୍ଠ ବିଜୁ ଜନତା ଦଳ ର କର୍ମକର୍ତ୍ତା ଉପସ୍ତିତ ଥିଲେ l ଶାନ୍ତିଶୃଂଖଳା ବ୍ୟବସ୍ତା ଦ୍ରୁଷ୍ଟିରୁ ଜିଲ୍ଲାପାଳ, ଏସ. ପି. କଂ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ l