Odisha news

ମହାବିନାୟକ ଓ ଶିଦ୍ଧେଶ୍ୱର ପୀଠରେ ଶୀତଳଷଷ୍ଠୀ ଉତ୍ସବ: ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପର୍ଣ୍ଣ

0
ଚଣ୍ଡିଖୋଲ : ରାଜ୍ୟର ପ୍ରଶିଦ୍ଧ ଶୈବପୀଠ ଯାଜପୁର ଜିଲ୍ଲାର ପବିତ୍ର ମହାବିନାୟକ କ୍ଷେତ୍ର ଓ ଚଡେଇଧରା ନିକଟ ମଧୁପୁର ବେଢା ସ୍ଥିତ ଶ୍ରୀଗୁରୁ ଆଶ୍ରମର ପ୍ରଶିଦ୍ଧ ଆଧ୍ୟାତ୍ମିକ ସ୍ଥଳ ଶିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ଶୀତଳଷଷ୍ଠୀ ଉତ୍ସବ ମହା ସମାରୋହରେ ସମ୍ପର୍ଣ୍ଣ ହୋଇଯାଇଛି! ଏହି ଉପଲକ୍ଷେ ବୁଧବାର ପ୍ରତ୍ୟୁଷରୁ ମହାଦେବଙ୍କ ଷୋଡଶ ଉପଚାରରେ ପୂଜା ନିତି ସମ୍ପୂର୍ଣ୍ଣ ହେବା ସହ ମହାସ୍ନାନ,ରୁଦ୍ରାଭିଷେକ,ହୋମଯଜ୍ଞ, ବଡସିଙ୍ଘାର ବେଶ ଓ ସାହାଣମେଲା ଦର୍ଶନ ହୋଇଥିଲା! ଏହିଦୁଇ ଶୈବ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଏବଂ ଭକ୍ତ ସମବେତ ହୋଇ ମହାଦେବଙ୍କୁ ଦର୍ଶନ ପୂର୍ବକ ଜଳଲାଗି କରିଥିଲେ! ଆଶ୍ରମ ବାବା ଗ୍ୟାନାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିନବେଳେ ଶ୍ରୀଗୁରୁ ଆଶ୍ରମ ଶିଦ୍ଧେଶ୍ୱର ପୀଠରେ ଶୀତଳଷଷ୍ଠୀ ଉତ୍ସବ ଓ ଶିବ ପାର୍ବତୀଙ୍କ ବିବାହ ନିତି ସମ୍ପର୍ଣ୍ଣ ହୋଇଥିଲା! ଏଠାରେ କନ୍ୟା ପିତାମାତା ଭାବେ ସୁବାଷ ମହାରଣା ଓ ସୁଚିତ୍ରା ସୁତାର ଏବଂ ବର ପିତାମାତା ଭାବେ ମିହୀର ବେହେରା ଓ ରିନା ବେହେରା ବେଦୀରେ ବସି ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ! ଦେବ ଦମ୍ପତିଙ୍କ ବିବାହ ପାଇଁ ଆଶ୍ରମ ପରିସରରେ ଆତସବାଜୀ ପ୍ରଦର୍ଶନ ସାଙ୍ଗକୁ ଭୋଜିଭାତ ଓ ରୋଶଣି ହୋଇଥିଲା! ଏହି ଆଶ୍ରମର ପ୍ରାଣ ପ୍ରତିଷ୍ଠାତା ବ୍ରହ୍ମଲୀନ ସ୍ୱାମୀ ମୌନାନନ୍ଦ ସରସ୍ୱତୀ ମହାରାଜ ଗତ ୧୯୮୬ ମସିହାରୁ ଏଠାରେ ଦେବ ଦମ୍ପତିଙ୍କ ବିବାହ ପର୍ବ ଆରମ୍ଭ କରିଥିଲା ବେଳେ ସେହି ଦିନଠାରୁ ଏହି ଉତ୍ସବ ଏଠାରେ ପାଳିତ ହୋଇ ଆସୁଛି! ସେହିପରି ମହାବିନାୟକ ପୀଠରେ ବୁଧବାର ଦିନରେ ଶୀତଳଷଷ୍ଠୀ ଉତ୍ସବ ଓ ରାତିରେ ଦେବ ଦମ୍ପତ୍ତିଙ୍କ ବିବାହ ପର୍ବ ଅନୁଷ୍ଠିତ ହୋଇଥିଲା! ପ୍ରବଳ ରୌଦ୍ରତାପ ସତ୍ତ୍ୱେ ଏଠାରେ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଲାଗିରହିଥିଲା! ରତି ସାଢେ ସାତଟା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା! ମହାବିନାୟକ ପୀଠର ବାରୁଣାବନ୍ତ ପର୍ବତ ପାଦଦେଶର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା! ଏଠାରେ କର୍ତ୍ତାଭାବେ ଶକ୍ତିକାନ୍ତ ସାମଲ ଓ ପୁରୋଧା ଭାବେ ହିମାଂଶୁ ଶେଖର ପଣ୍ଡା ପୂଜାନିତି ଶେଷ କରିବା ପରେ ବାଜା,ଵାଣ ଓ ରୋଶଣିରେ ବରଯାତ୍ରୀ ଆସି ମନ୍ଦିରରେ ପହଞ୍ଚିବା ପରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା! ଏଠାରେ ବର ପିତାମାତା ଭାବେ ସସ୍ତ୍ରୀକ ପର୍ସୁରାମ ବିଶ୍ୱାଳ ଓ କନ୍ୟା ପିତାମାତା ଭାବେ ସସ୍ତ୍ରୀକ ଅନନ୍ତ ପୃଷ୍ଟି ବେଦୀରେ ବସି ଦେବ ଦମ୍ପତ୍ତିଙ୍କ ବିବାହ କର୍ମ ସମ୍ପର୍ଣ୍ଣ କରିଥିଲେ! ମନ୍ଦିର ଟ୍ରଷ୍ଟଵୋର୍ଡର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ବହୁ ସଖ୍ୟକ ଶ୍ରଦ୍ଧାଳୁଙ୍କୁ ଏଠାରେ ବିବାହ ଭୋଜିରେ ଆପ୍ୟାୟିତ କରାଯାଇଥିଲା!
Leave A Reply