Odisha news

ମୁଣ୍ଡଳୀ ଟୋଲ ଗେଟ୍ ଆକ୍ରମଣ ଘଟଣାରେ ୪ ଜଣ ଗିରଫ : ପ୍ରଶାସନ ପକ୍ଷରୁ ମୁଣ୍ଡଳୀ ଟୋଲ ଗେଟ୍ କୁ ସିଲ୍

0

ଆଠଗଡ଼ ତା ୨୪/୫/୨୩ ବୁଧବାର ଛତିଶଗଡ଼ ରାଜ୍ୟରୁ ଦୁଇଟି ବସ୍ ଯୋଗେ  ୭୦ଜଣ ତୀର୍ଥ ଯାତ୍ରୀ  ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିସାରିବା ପରେ ସେ ମଙ୍ଗଳବାର ଅପରାହ୍ନରେ ନିଜ ରାଜ୍ୟକୁ ଫେରୁଥିବା ବେଳେ ମୁଣ୍ଡଳୀ ଟୋଲ ଗେଟ୍ ଠାରେ ଟୋଲ ଫ୍ରି ଆଦାୟକୁ କେନ୍ଦ୍ରକରି ବିବାଦ ଘଟିବା ସହ ୧୦ ରୁ ଉର୍ଦ୍ଧ ଆହତ ହୋଇଥିବା ବେଳେ ଆଠଗଡ଼ ପୋଲିସ ପହଞ୍ଚି ଡ଼ାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇଥିଲା। ପରେ ପ୍ରଶାସନ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆଶ୍ରୟ ଦିଆଯାଇଛି। ସେଠାରେ ଖାଦ୍ୟ ଏବଂ ପାନୀୟ ଏବଂ ଯିବାର ସୁବିଧା କରିଥିଲେ। ବୁଧବାର ବିଜେପି ନେତା ଅଭୟ ବାରିକ ନେତୃତ୍ବରେ ଦଳୀୟ କର୍ମୀ ମାନେ ଉପଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ। ବାହାର ରାଜ୍ୟର ଲୋକମାନଙ୍କୁ ଆକ୍ରମଣ କରିଥିବା ଦୋଷୀ ଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ମୁଣ୍ଡଳୀ ଟୋଲ ଗେଟ୍ ସମସାମୟିକ ଟୋଲ ଗେଟ୍ ବହୁ ଦିନରୁ ଉଠି ସାରିଥିବା ବେଳେ ମୁଣ୍ଡଳୀ ଟୋଲ ଗେଟ୍ ତୁରନ୍ତ ପ୍ରତ୍ୟାହାର ଦାବି ନେଇ ବିଜେପି ନେତା ଅଭୟ ବାରିକ ନେତୃତ୍ବରେ ବିଜେପି କର୍ମୀ ମାନେ ଆଠଗଡ଼ ବଜାର ସ୍ଥିତ ଚାନ୍ଦବାଲି ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସ୍ଥଳରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ବିଜେପି ନେତା ଅଭୟ ବାରିକ ତୁରନ୍ତ ଟୋଲ ଗେଟ୍ ବନ୍ଦ କରାନଗଲେ ଆମ୍ଭେ ମାନେ ଆନ୍ଦୋଳନ ରୁ ଓହରିବୁ ନାହିଁ ବୋଲି ଅଭୟ ବାରିକ ପ୍ରକାଶ କରିଥିଲେ।ପରେ ପ୍ରଶାସନର ନିଷ୍ପତ୍ତି କ୍ରମେ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ, ପୋଲିସ, ଏବଂ ଅଭୟ ବାରିକ ଙ୍କ ସମର୍ଥକ ମାନେ ଟୋଲ ଗେଟ୍ ନିକଟକୁ ଯାଇଥିଲେ। ସେଠାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟୋଲ ଗେଟ୍ କୁ ସିଲ୍ କରାଯିବା ପରେ ରାସ୍ତା ରୋକ ହଟିଥିଲା। ଏହି ଟୋଲ ଗେଟ୍ କର୍ମଚାରୀ ଙ୍କ ଆକ୍ରମଣ ରେ ୧୦ ରୁ ଉର୍ଦ୍ଧ ପର୍ଯ୍ୟଟକ ଗୁରୁତର ହେବା ସହ ତାଙ୍କର ଦୁଇଟି ବସ୍ ଭଙ୍ଗାରୁଜା ହୋଇଥିଲା। ଘଟଣା ସମ୍ପର୍କରେ ବସ୍ ଚାଳକ ଛତିଶଗଡ଼ ର ଆନନ୍ଦ ଶୁକ୍ଲା ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଠଗଡ଼ ଥାନା କେଶ୍ ନଂ ୧୧୩/୨୩ । ଆଠଗଡ଼ ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରି ମଙ୍ଗଳବାର ଚାରି ଜଣଙ୍କୁ ଅଟକ ରଖିଥିଲେ। ବୁଧବାର ଦିନ ସେହି ଚାରିଜଣ ଙ୍କୁ କୋଟ ଚାଲାଣ କରାଯାଇଛି। ଦଫା ୧୪୭,୧୪୮,୩୪୧,୩୮୪,୩୨୩,୩୨୪,୩୨୫,୩୦୭,୪୨୭,୫୦୬,୩୫୪ ( ଖ) ୧୪୯ ଆପିସି ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପାଟେଣି ଙ୍ଗଆ ର ଦିପକ ପ୍ରଧାନ,(୨୩) ବୁଲୁ(୨୫) କଦମ୍ବ ପାଟଣା (୨୨) ଢେ଼ଙ୍କାନାଳ କାମଧେନୁକୋଟର ମନୋରଞ୍ଜନ ବେହେରା (୨୩) ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Leave A Reply