ପିପିଲି- ପିପିଲି ବ୍ଲକ ଯଶୁଆପୁର ଗ୍ରାମ ପଂଚାୟତରେ ଗ୍ରାମ୍ଯଦ୍ଯୋଗ ବୋର୍ଡ ଆନୁକୁଲ୍ଯରେ ମହୁମାଛି ପ୍ରଶିକ୍ଷଣ ଶିବିର ସହିତ ଚାଷୀମାନଙ୍କୁ ମହୁମାଛି ବାକ୍ସ ବଣ୍ଟନ କରାଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ପଚାଶ ରୁ ଉର୍ଦ୍ଧ୍ବ ମହିଳା ଭାଗନେଇ ତାଲିମ ନେଇଥିଲେ । ଉଦଯାପନି ଦିବସରେ କୁମାରଶ୍ବରଠାରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ଖଦି ଗ୍ରାମ୍ଯ ଉଦ୍ଯୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଓ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ ଚାଷୀ ମାନଙ୍କୁ ମହୁ ବାକ୍ସ ପ୍ରଦାନ କରିଛନ୍ତି। ଏହି ଶିବିରରେ କିପରି ଭାବରେ ମହୁ ଚାଷ କରିବା ସହିତ ନିଜେ ଆତ୍ମନିର୍ଭର ଶିଳ ହୋଇପାରିବେ ଏବଂ ଭଲରେ ରୋଜଗାରକ୍ଷମ ପାଇ ପାରିବେ ସେ ନେଇ ପ୍ରଶିକ୍ଷଣ ଶିବିରରେ ପରାମର୍ଶ ଦିଆଯାଇଛି l ଅନ୍ଯମାନଙ୍କ ମଧ୍ଯରେ ବ୍ଲକ ଅଧକ୍ଷା ଦେବଶ୍ୱନୀ ନନ୍ଦ, ଜିଲ୍ଲା ପରିଷଦ ଧରଣୀଧର ସାହୁ,ସମିତିସଭ୍ଯ ରଶ୍ମୀରଞ୍ଜନ ଭଟ୍ଟ , ମହୁମାଛି ଚାଷ ପ୍ରଶିକ୍ଷକ ପୀୟୁଷ ରଞ୍ଜନ ଷଡଙ୍ଗି,ଉନ୍ନୟନ ଅଧିକାରୀ ବେଣୁଧର ପ୍ରଧାନ ଓ ପ୍ରଦୀପ କୁମାର ପତି, ପୁର୍ବତନ ସରପଞ୍ଚ ପଦ୍ମନାଭ ସାମନ୍ତରାୟ,ସମାଜସେବୀ ଆଶିଷ ବରାଳ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଥମଥର ପାଇଁ ପିପିଲି ବ୍ଲକର ଯଶୁଆପୁର ପଞ୍ଚାୟତରେ ମହୁମାଛି ଚାଷ ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଥିବା ବେଳେ ଆଗାମୀ ଦିନରେ ପିପିଲି ଓ ଡେଲାଙ୍ଗ ବ୍ଲକର ସମସ୍ତ ପଂଚାୟତରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ପିପିଲି ବିଧାୟକ ଶ୍ରୀଯୁକ୍ତ ମହାରଥୀ କହିଛନ୍ତି l ସାତ ଦିନ ଧରି ମହିଳା ମାନଙ୍କୁ ମହୁମାଛି ଚାଷ ଉପରେ ୫୦ ରୁ ଅଧିକ ମହିଳା ଚାଷୀ ମାନଙ୍କୁ ତାଲିମ ଦଆଯାଇଛି । ଆଗାମୀ ଦିନରେ ଅନେକ ମହିଳା ମାନେ ମହୁମାଛି ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ଖଦି ବୋର୍ଡ ଅଧକ୍ଷ ସଂଗ୍ରାମ କେଶରୀ ପାଇକରାୟ କହିଛନ୍ତି l ଏକ ଚାଷୀକୁ ୫ଟି ମହୁ ବାକ୍ସ, ୫ଟି ମହୁମାଛି ଦଳ, ପାଞ୍ଚଟି ବକ୍ସ ଷ୍ଟାଣ୍ଡ, ମହୁ ନିଷ୍କାସନ ଯନ୍ତ୍ର, ଧୁଆଦିଆ ଯନ୍ତ୍ର ବିନା ମୂଲ୍ଯରେ ପ୍ରଦାନ କରାଯାଇଥିବା ଉନ୍ନୟନ ଅଧିକାରୀ ଶ୍ରୀପ୍ରଧାନ ସୁଚନା ଦେଇଛନ୍ତି।