ଚଣ୍ଡିଖୋଲ/ଛତିଆ : ଚଣ୍ଡିଖୋଲ -କଟକ ୧୬ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ଅନ୍ତର୍ଗତ ଛତିଆ ନିକଟରେ ରବିବାର ଭୋରୁ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ! ବଡଚଣା ବ୍ଳକ ଛତିଆ ପଞ୍ଚାୟତ ଇଚ୍ଛାନଗରପାଟଣା ଗ୍ରାମର ନଟ ପାଗଳଙ୍କ ପୁଅ ଅରୁଣ ପାଗଳ(୪୭ ବର୍ଷ) ଛତିଆ କଲେଜ ଛକ ପାଖ ଶାରଳା ହୋଟେଲ ସାମନା ରାସ୍ତାରେ ଜାତୀୟ ରାଜପଥ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା! କଟକ ଆଡକୁ ଯାଉଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା! ଖବର ପାଇ ବୈରୀ ଥାନା ଅଧିକାରୀ ପ୍ରଦିପ୍ତ କୁମାର କାନୁନଗୋ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଉପୁଜିଥିବା ଉତ୍ତେଜନାକୁ ନିୟନ୍ତ୍ରଣ କରି ରାସ୍ନାରେ ଗାଡି ଚଳାଚଳକୁ ସ୍ୱାଭାବିକ କରିଥିଲେ! ଗମନାଗମନ ସୁଗମ କରିଥିଲେ! ରାସ୍ତା ନିର୍ମାଣ ସମୟରେ ରହିଯାଇଥିବା ତୃଟି ଯୋଗୁଁ ନିର୍ଦ୍ଦିଷ୍ଟ ଏହି ସ୍ଥାନଟି ଏକ ଦୁର୍ଘଟଣା ସ୍ଥଳ ପାଲଟିଛି! ଚଳିତ ପାଞ୍ଚ ବର୍ଷ ମଧ୍ୟରେ ଏହି ସ୍ଥାନରେ ହିଁ ୧୫ ଜଣଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲାଣି! ଏଥିନେଇ ଜାତୀୟ ରାଜପଥ କତ୍ତୃପଖ୍ୟଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ତାହାର ପ୍ରତିକାର ହୋଇପାରୁ ନାହିଁ! ଜାତୀୟ ରାଜପଥର ଏହି ସ୍ଥାନରେ ଦୀର୍ଘ ଦିନହେବ ଥିବା ଆଲୋକି କରଣ ବ୍ୟବସ୍ଥା ଅଚଳ ହୋଇପଡିଛି!ରାସ୍ତାର ଗୋଟିଏ ପଟେ କଲେଜ,ଉଦାସ ଆଶ୍ରମ,ସେବକ ଜରାଶ୍ରମ,ଡାକ୍ତରଖାନା ଓ ପ୍ରଶିଦ୍ଧ ଅମରାବତୀ ପର୍ଯ୍ୟଟନ ସ୍ଥଳୀ ରହିଥିଲା ବେଳେ ରାସ୍ତାର ଅନ୍ୟପଟେ ସ୍କୁଲ,ଛତିଆ ଓ ଏହାର ସଲଗ୍ନ ୭/୮ଟି ଜନବସତି ସହିତ ଅନେକ ସରକାରୀ ଓ ବେସରକାରୀ ଅଫିସ ସାଙ୍ଗକୁ ଦୋକାନ ବଜାର ରହିଛି! ଯେଉଁଥି ପାଇଁ ଏହି ସ୍ଥାନରେ ଲୋକେ ରାସ୍ତା ପାର ହୋଇ ଚଳପ୍ରଚଳ କରିଥାନ୍ତି! ହେଲେ ଏହି ସ୍ଥାନରେ ଆଲୋକ ନଥିବା ସହ ଗାଡା ମଟରର ବେଗ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନଥିବାରୁ କ୍ରମାଗତ ଦୁର୍ଘଟଣା ଘଟି ଚାଲିଥିବା ଅଭିଯୋଗ ହୋଇଛି! ଜାତୀୟ ରାଜପଥର ଏହି।ସ୍ଥାନରେ ତୁରନ୍ତ ଆଲୋକ ବ୍ୟବସ୍ଥାକୁ ସଚଳ କରିବା ସହ ଲୋକମାନଙ୍କ ରାସ୍ତାପାର ହେବାକୁ ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି!