ଆଠଗଡ:ତା୧୬/୦୪ ଆଠଗଡ଼ ର ଦେଵ ଶ୍ରୀ ଶ୍ରୀ ରଘୁନାଥ ଜୀୟୁ ରାମଲୀଳା ନାଟ୍ୟସଂଘର ୭୫ ଵର୍ଷ ପୂର୍ତ୍ତି ଅବସରରରେ ଦୀର୍ଘ ୧୭ଦିନ ଧରି ଚାଲିଥିବା ମହୋତ୍ସବ ଶନିବାର ଉଦ୍ ଯାପିତ ହୋଇଯାଇଛି।ଶ୍ରୀରାମନଵମୀ ଠାରୁ ଚାଲିଥିବା ଏହି ଲୀଳା ଶ୍ରୀ ରାମ ଜନ୍ମ ଠାରୁ ଆରମ୍ଭ ହୋଇ ରାବଣ ଵଦ୍ଧ ଓ ଶ୍ରୀରାମ ରାଜ୍ୟ ଅଭିଷେକ ରେ ଶେଷ ହୋଇଛି। ଉଦ୍ ଯାପନି ଉତ୍ସଵରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଵିଶିଷ୍ଠ ସାହିତ୍ୟିକ ପ୍ରଧ୍ୟାପକ ଡଃ ନାରାୟଣ ପଣ୍ଡା ମୁଖ୍ୟ ଵ୍ୟକ୍ତା, ସୁନାମଧନ୍ୟ ଗୀତିକାର ରାଧାନାଥ ଦାସ , ଏନ୍ଏସି ଉପାଧ୍ୟକ୍ଷ ଵି ଶୁଭ୍ର ଶଙ୍କର ଜ୍ୟୋତି, ଯୁବନେତା ପ୍ରକାଶ ରାଉତ ପ୍ରମୁଖ ଯୋଗଦେଇ, ଶ୍ରୀରାମ ଙ୍କର ମାର୍ଗଦର୍ଶନ ରେ ବ୍ରତୀ ହେବା ପାଇଁ କହିଥିଲେ। ସଂଘର ସଭାପତି ପ୍ରଭାକର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଅନୁଷ୍ଠାନ ର ପୂଜ୍ୟଗୁରୁ ସ୍ଵର୍ଗତ ରାହାସ ବିହାରି ନାୟକ, ସଭାପତି କାଶୀନାଥ ପ୍ରଧାନ, ପ୍ରତିଷ୍ଠାତା ସଭ୍ୟ ପଠାଣୀ,ସୀଠ,କେତି ଦେଇ ଙ୍କ ସ୍ମୃତି ଚାରଣ କରିବା ତାଙ୍କର ଉଦ୍ୟମ କୁ ପ୍ରଶଂସା କରିଥିଲେ।ଏହି ଅବସରେ ଅନୁଷ୍ଠାନ ବର୍ଷିଆନ କଳାକାର ତଥା ନାଟ୍ୟଗୁରୁ ସଦାନନ୍ଦ ସାହୁ, ଅଭିରାମ ବେହେରା,ସୁବାସ ବେହେରା, ତ୍ରିଲୋଚନ ପ୍ରଧାନ ଆଦିଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିବା ସହିତ ବର୍ତ୍ତମାନ ର ଏହିକଳା କୁ ଵଞ୍ଚାଇ ରଖିଥିବା ୧୦ଜଣ କଳାକାର ଙ୍କୁ ସମ୍ବର୍ଦ୍ଧିତ କରିଥଲେ। ପରେ ରାବଣବଦ୍ଧ ନାଟକ ପରିବେଷଣ କରାଯାଇଥିଲା। ରଵିଵାର ମନ୍ଦିର ପ୍ରାଙ୍ଗଣରେ ଶ୍ରୀସରାମ ଅଭିଷେକ କରାଯାଇ ନଗର ପରିକ୍ରମା କରାଯାଇଥିଲା।ଏହି ସମୟରେ ସହରର ବିଭିନ୍ନ ସାହି,ଵସ୍ତି ରେ ଶ୍ରୀ ରାମ, ଲକ୍ଷ୍ମଣ, ସୀତା, ହନୁମାନ ଵେଶଧାରୀ ମାନଙ୍କୁ ଚିତା ପକେଇ ହୁଳହୁଳି, ଧୂପଦୀପ, ସୁସ୍ୱାଦୁ ମିଷ୍ଟାନ୍ନ ଦେଇ ଵନ୍ଦାଫନା କରାଯାଉଥିଲା।ଆଠଗଡ ଜାତର ଅନ୍ୟତମ ଗଣପର୍ବ ଏହି ରାମଲୀଳା ତାର ନିଆରା ପରମ୍ପରା ପାଇଁ ଆଜି ତାହାର ସ୍ଵତନ୍ତ୍ରତା ବଜାୟ ରହିଛି ।