ଚଣ୍ଡିଖୋଲ,୨୧/୦୧ : ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ବାଲିକୁଦିଆ ଗ୍ରାମରେ ଜଣେ ଯୁବତୀଙ୍କୁ ଅପହରଣ କରିନେଇ ବଳାତ୍କାର କରିବା ଅଭିଯୋଗରେ ଶନିବାର ଦିନ ପୋଲିସ ସେହି ଗ୍ରାମର ଜୀବନ ମଳିକ(୨୧) ନାମକ।ଜଣେ ଯୁବକକୁ ଗିରଫକରି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଛି! ଜେନାପୁର ଥାନାରେ ଏ ସମ୍ପର୍କରେ ଯୁବତୀଙ୍କ ପକ୍ଷରୁ ହୋଇଥିବା ଏତଲା ଅନୁଯାଇ ଗତ ୧୯ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ପାଞ୍ଚଟା ବେଳେ ସେ କବାଟବନ୍ଧରୁ ନିଜ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କୁ ପ୍ରଥମେ ବଳପୂର୍ବକ ଅପହରଣ କରି ନେଇଥିଲା ଓ ପରେ ପାଖ ଜଙ୍ଗଲକୁ ନେଇ ତାଙ୍କୁ ବଳାତ୍କାର କରିଥିଲା! ଯୁବକଙ୍କ ଠାରୁ ଲିଖିତ ଅଭିଯୋଗ ମିଳିବାପରେ ପୋଲିସ ଜେନାପୁର ଥାନାରେ ୨୪/୨୦୨୩ ନମ୍ବରରେ ଏକ ମାମଲା ପଞ୍ଜିକୃତକରି ତଦନ୍ତ ଆରମ୍ଭ କରିଥିଲା! ହେଲେ ସପୃକ୍ତ ଅଭିଯୁକ୍ତ ପୋଲିସ ଭୟରେ ଫେରାର ହୋଇଯାଇଥିଲା!ତେବେ ବିଶେଷ ସୂତ୍ରରୁ ଖବର ପାଇ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ସୁକିନ୍ଦାରୁ ଅଭିଯୁକ୍ତ ଜୀବନ ମଳିକକୁ ୨୦ତାରିଖ ରାତିରେ ଗିରଫ କରିଥିଲା! ଶନିବାର ଦିନ ଉଭୟଙ୍କ ଡାକ୍ତରୀ ଯାଞ୍ଚପରେ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଥିଲା ଓ ତାର ଯାମିନ ଆବେଦନ ଖାରଜ ହେବାରୁ ତାକୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି!
