ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶପରେ ବଡଚଣାରେ ବିବାଦ ତେଜିଲା : ସ୍ୱାମୀ ସ୍ଥାନରେ ଶଶୁରଙ୍କ ନାମ,ବହୁ ଅଯୋଗ୍ୟ ତାଲିକାରେ ଥିଲାବେଳେ ଯୋଗ୍ୟ ବ୍ୟକ୍ତି ତାଲିକାରୁ ବାଦ,ବିଜେପିର ପ୍ରତିବାଦ ସଭା,କଗ୍ରେସର ବିକ୍ଷୋଭ ଘୋଷଣା
ଚଣ୍ଡିଖୋଲ,୨୧/୦୧ : ସରକାରଙ୍କ ପୂର୍ବ ଘୋଷଣା ଅନୁଯାଇ ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି!ତେବେ ପ୍ରକାଶିତ ତାଲିକାରେ ବହୁ ତୃଟି ଥିବାରୁ ତାକୁନେଇ ସବୁ ମହଲରେ ବିବାଦ ତେଜିବାରେ ଲାଗିଛି!ପ୍ରକାଶିତ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀଙ୍କ ସ୍ୱାମୀଙ୍କ ନାମ ସ୍ଥାନରେ ଶଶୁରଙ୍କ ନାମ ରହିଥିଲାବେଳେ ଅନେକ ପଞ୍ଚାୟତରେ ସାଧାରଣ ବର୍ଗଙ୍କୁ ଦଳୀତ ବର୍ଗ ସଜାଯାଇ ବେନିୟମ ଭାବେ ତାଲିକାରେ ସ୍ଥାନ ଦିଆଯାଇଛି!ଗତ ୧୪ ତାରିଖ ଦିନ ଏହି ତାଲିକା ପ୍ରକାଶ ପାଇବାପରେ ଅନେକ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି!ବିଶେଷକରି ପୂର୍ବରୁ ଯେଉଁମାନେ ଇନ୍ଦିରା ଆବାସ ଓ ମୋ କୁଡିଆ ପାଇଥିଲେ ବହୁଳଭାବେ ପୁନର୍ବାର ସେମାନଙ୍କ ନାମ ସଦ୍ୟ ପ୍ରକାଶିତ ତାଲିକାରେ ସ୍ଥାନ ପାଇଛି!ଅପରପକ୍ଷରେ ପୂର୍ବ ପ୍ରକାଶିତ ତାଲିକାରେ ସ୍ଥାନ ପାଇଥିବା ପ୍ରାୟ ଆଠ ଶହରୁ ଉର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀଙ୍କ ନାମକୁ ସଶୋଧନ ଓ ଯାଞ୍ଚବେଳେ ଯାଣିସୁଣି ଚଞ୍ଚକତାଭାବେ ତାଲିକାରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି! ନିର୍ଧିଷ୍ଟ ଭାବେ ଶାସକ ଦଳ ଲୋକଙ୍କୁ ତାଲିକାରେ ରଖି ବିରୋଧୀ ଦଳର ବହୁ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ କାଟି ଦିଆଯାଇଥିବା ପରି ଗୁରୁତର ଅଭିଯୋଗ ହୋଇଛି! ତେବେ କାହିଁକି ଏହି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଆଗଲା ପ୍ରଶାସନ ପକ୍ଷରୁ ତାହାର କୌଣସି କାରଣ ଦର୍ଶା ଯାଇନାହିଁ! ଏପରି ଚଞ୍ଚକତାପୂର୍ଣ୍ଣ କାର୍ଯ୍ୟ ପ୍ରତିବାଦରେ ବ୍ଳକ କଗ୍ରେସ ଆସନ୍ତା ୧୫ ତାରିଖରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ପାଇଁ ଘୋଷଣା କରିଥିଲା ବେଳେ ଶନିବାର ଦିନ ବଡଚଣା ବିଜେପି ପକ୍ଷରୁ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା! ବିଜେପିନେତା ଅମର ନାୟକ ଏଥିରେ ଯୋଗଦେଇ ଯାଣିସୁଣି ତାଲିକାରୁ ବାଦ ଦିଆଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯିବାକୁ ଦାବି କରିଥିଲାବେଳେ ତାଲିକାରେଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ପାଇଁ ଅନଲାଇନରେ ଅଭିଯୋଗ କରିବାକୁ ଉପସ୍ଥିତ ନେତୃ ମଣ୍ଡଳୀଙ୍କୁ ଆହ୍ୱାନ ଦେଇଥିଲେ! ଏହି ଅଭିଯୋଗ କରିବାର ସମୟସୀମା ଆଉ ତିନିଦିନ ଥିବାରୁ ହିତାଧିକାରୀ ମାନେ କିପରି ଅନଲାଇନରେ ଅଭିଯୋଗ ଦାଖଲ କରିବେ ସେ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା! ବିଶେଷ କରି ସୁଙ୍ଗୁଡା,ଧାନମଣ୍ଡଳ,ସମିଆ,ବନ୍ତଳା, କାଇମାଟିଆ,ପାରିହା,ବନ୍ଦାଳ,କୁନ୍ଦଳ, ବୈରୀ,ଶାଳପଡା,ଭାକୁଡ,ଛତିଆ,ସୋଲର,ବା ଲିଚନ୍ଦ୍ରପୁର,ବଡବାଲିକୁଦା, ପ୍ରଭୃତି ୪୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ପ୍ରକାଶିତ ତାଲିକାରେ ତୃଟିନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି
