ଚଣ୍ଡିଖୋଲ,୨୪/୭ : ନବ ବିବାହିତ ଜଣେ ବୋହୁକୁ ତାର ସ୍ୱାମୀ ଓ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେବାସହ ଶାରୀରିକ ଓ ମାନଶିକ ନିର୍ଯାତନା ଦେବା ସଙ୍ଗେ ସଙ୍ଗେ ଶଶୂର ବୋହୁକୁ କୁ ଦୃଷ୍ଟିରେ ଦେଖିବା ଅଭିଯୋଗରେ ଜେନାପୁର ଥାନା ପୋଲିସ ରବିବାର ଦିନ ଅଭିଯୁକ୍ତ ସ୍ୱାମୀ ଓ ଶଶୁରକୁ ଗିରଫକରି କୋର୍ଟ ଚାଲାଣ କରିଛି! ପ୍ରାପ୍ତ ସୂଚନା ଅନୁଯାଇ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଚଡକମରା ଗ୍ରାମର କ୍ଷୀରୋଦ ପାଣ୍ଡବଙ୍କ ଭଉଣୀ ମମତା ଗତ ୧୩ ମାସ ତଳେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅରିମୁଳ ଗ୍ରାମର କୃଷ୍ଣଚନ୍ଦ୍ର ବାରିକଙ୍କ ପୁଅ ମିଥୁନ ବାରିକକୁ ବୈଦିକ ରିତିରେ ବିବାହ କରିଥିଲେ! ବିବାହର ମାତ୍ର ଚାରିଦିନ ନପୁରୁଣୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା!
ଯାହାକୁନେଇ ଉଭୟଙ୍କ ମଧ୍ୟରେ କୌଣସି ବୈବାହିକ ସମ୍ପର୍କ ନଥିଲା! ଏପରିକି ଶାଶୂ,ଶଶୁର ବୋହୁକୁ ପୁଅ ସହିତ ମିଶିବାକୁ ସୁଯୋଗ ଦେଉନଥିବା ସହ ସ୍ୱାମୀ, ଶାଶୁ ଓ ଶଶୁର ତାଙ୍କ ଭଉଣୀକୁ ଶାରୀରିକ ଓ ମାନଶିକ ନିର୍ଯାତନା ଦେବା ସହିତ ବାପଘରୁ ଅଧିକ ଯୌତୁକ ଆଣିବାକୁ ବାରମ୍ବାର ଦାବିକରୁଥିବା ନବବଧୂର ଭାଇ କ୍ଷୀରୋଦ ଜେନାପୁର ଥାନାରେ ସଙ୍ଗିନ ଅଭିଯୋଗ କରିଥିଲେ! ଥାନା ଅଧିକାରୀ ଉମାକାନ୍ତ ନାୟକ ତାଙ୍କ ଏତଲାକୁ ଗ୍ରହଣକରି ଥାନା କେଶ ନମ୍ବର ୧୯୯/୨୨ରେ ଏକ ମାମଲା ପଞ୍ଜିକୃତ କରି ତଦନ୍ତ କରିବାସହ ରବିବାର ଦିନ ସ୍ୱାମୀ ମିଥୁନ ଓ ଶଶୁର କୃଷ୍ଣଚନ୍ଦ୍ରକୁ ଗିରଫ କରି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିଲେ! ସେମାନଙ୍କ ଜାମିନ ଆବେଦନକୁ ଖାରଜ କରି ବିଚାରପତି ତାଙ୍କୁ ବିଚାର ବିଭାଗୀୟ ଜେଲକୁ ପଠିଇ ଦେଇଥିବା ଜଣାପଡିଛି!
