Odisha news

ଆନନ୍ଦପୁର ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ବାର୍ଷିକ ଉତ୍ସବ

0

ଆନନ୍ଦପୁର  : ପ୍ରାଣୀ ବିଜ୍ଞାନ ବିଭାଗର ବାର୍ଷିକ ଉତ୍ସବ, ବିଭାଗର ସେମିନାର ଉପଦେଷ୍ଟା ଅଧ୍ୟାପିକା ଗୀତାଜ୍ଞଳୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ଡ ଦୀଲିପ କୁମାର ଦାସ ଯୋଗ ଦେଇ ପ୍ରଦୀପ ଉଜ୍ବଳ କରି ଉତ୍ସବଟିକୁ ଉଦ୍ ଘାଟନ କରିଥିଲେ।ପ୍ରାଣିବିଜ୍ଞାନର importance ସମ୍ବନ୍ଧ ରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ବିଭାଗୀୟ ମୂଖ୍ୟ ଅଧ୍ୟାପିକା ଅନୀତା ଦାସ ସ୍ବାଗତ ଭାଷଣ ଏବଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସେମିନାର ସମ୍ପାଦକ ମୃତ୍ୟୁଞ୍ଜୟ ଖଟୁଆ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ବିଭାଗର ବାର୍ଷିକ ପତ୍ରିକା ‘The zoon’ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ମୁଖ୍ୟ ଅତିଥିଙ୍କୁ ଉତ୍ତରୀୟ ଏବଂ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧିନା କରାଯାଇଥିଲା। ବିଭିନ୍ନ ଯେତ୍ରରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।

ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନାରୀ ଶିକ୍ଷା ଉପରେ ଏକ ସଚେତନତା ଡ୍ରାମା ପରିବେଷଣ କରାଯାଇଥିଲା। ଅଧ୍ୟାପକ ଓଜେଲ୍ ପଟ୍ଟନାୟକ ପାର୍ଥ ସାରଥି ସଙ୍ଗୁଆ, ତନୁଶ୍ରୀ ପଣ୍ଡା, ମମତା ମିଶ୍ର, ପ୍ରକାଶ କର, ବିଭୁସ୍ମିତା ଦଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଉତ୍ସବରେ ଡା.କମଳିନୀ ପାଣିଗ୍ରାହୀ, ରବୀନ୍ଦ୍ର କୁମାର ନାୟକ, ଡ. ଶକ୍ତି ପ୍ରସାଦ ମହାପାତ୍ର, ଡ. ସୁବ୍ରତ ମହାନ୍ତି, ସଂଘମିତ୍ରା ରାଉତ୍, ମନୋରମା ନାୟକ, ହେମା ଗୁପ୍ତା, ପୁଷ୍ପଲତା ରାମ, ସ୍ଥିତପ୍ରଜ୍ଞା ଜେନା, ବିଶ୍ଵଜିତ୍ ରାଉତ, ଆଦ୍ୟାଦେବ ମହାନ୍ତି, ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରଫେସର୍ ଓଜେଲ୍ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।

Nalco
Leave A Reply